ଡେଙ୍ଗୁ ରୋଗର ଲକ୍ଷଣ, ନିରାକରଣ।

HEALTH

ଡେଙ୍ଗୁ ରୋଗ ଡେନ ନାମକ ଭାଇରସରୁ ହୋଇଥାଏ। ସର୍ବପ୍ରଥମେ ଆମେ ଜାଣିବା ଉଚିତ୍ ଏହି ଡେଙ୍ଗୁ ରୋଗ କେଉଁଠାରୁ ହୋଇଥାଏ।ଏହା ଏକ ଏଡିଜ୍ ନାମକ ମଶା ଦ୍ଵାରା ହୋଇଥାଏ।ଏହି ମଶା ପାଣିରେ ଅଣ୍ଡା ଦେଇଥାଏ।ଏହା ଅଧିକାଂଶ ଆମ ଘରର ଯେଉଁ ସ୍ଥାନ ବ୍ୟବହାର କରାଯାଇନଥାଏ ସେହି ସ୍ଥାନରେ ଏହା ବଂଶବିସ୍ତାର କରିଥାଏ।ଏହି ମଶା ଦିନ ସମୟରେ ଅଧିକ କାମୁଡ଼ିଥାଏ।ଏହି ମଶା ରଙ୍ଗରେ କଳା ହୋଇଥାଏ ଏବଂ ଏହାର ଉପରେ ଧଳା ରଙ୍ଗର ଛିଟ ପଡ଼ିଥାଏ।ଏହାକୁ ଆମେ ସାଧାରଣ ଭାବେ ଟାଇଗର ମଶା କହିଥାଉ।

ଏହି ରୋଗ ବିଷୟରେ ଆସନ୍ତୁ ଜାଣିବା।ଏହା ହେଲେ ଆମର ଦେହର ତାତି ବଢ଼ିଥାଏ।ଆମ ଶରୀରର ମାଂସପେଶି ବହୁତ୍ ଦରଜ ହୋଇଥାଏ। ପ୍ରାୟତ ସବୁ ଜର ଥଣ୍ଡାରେ ଆମ ଶରୀର ଦରଜ ହୋଇଥାଏ କିନ୍ତୁ ଡେଙ୍ଗୁ ରୋଗରେ ବହୁତ୍ ଦରଜ ହୋଇଥାଏ। ଏହି ରୋଗରେ ଗଣ୍ଠି ଦରଜ ହୋଇଥାଏ। ଚର୍ମର ତଳେ ଲାଲ ଲାଲ ରଙ୍ଗ ପଡିଯାଇଥାଏ। ଯାହାକି ରକ୍ତ ଜମାଟ ବାନ୍ଧିଲା ଭଳି ଦେଖାଯାଏ।ଯଦି ଏହି ଲକ୍ଷଣ ଆମ ଶରୀର ସହିତ ମିଶେ ତେବେ ଆମେ ଜବିବଯେ ଆମକୁ ଡେଙ୍ଗୁ ହୋଇଛି। ଏବଂ ଏହି ଲକ୍ଷଣ ଜାଣିବା ପରେ ଆମେ ଏହା ଲ୍ୟାବରେ ଯାଇ ଚେକ୍ କରିବା ଉଚିତ୍।

dengu 1
ଏହି ରୋଗରୁ ବଞ୍ଚିବାକୁ ହେଲେ ଘରର ଚାରିପାଖ ସଫା ରଖିବାକୁ ପଡ଼ିବ ଏବଂ ଘରର ପାଖରେ ପାଣି ଜମିବାକୁ ଦେବା ନାହିଁ।ଯଦି ପାଣି କେଉଁଠାରେ ଜମା ହୋଇ ରୋହୁଛି ତେବେ ସେଠାରେ ବ୍ଲିଚିଂ ପାଉଡର ପକେଇବା ଉଚିତ୍।ଘରୁ ବାହାରିଲେ ଫୁଲ ପ୍ୟାଣ୍ଟ୍ ଓ ଫୁଲ ସାର୍ଟ ପିନ୍ଧି ଯାଆନ୍ତୁ। ଏବଂ କିଛି ମାସ ନ କାମୁଡିବା କ୍ରିମ ଲଗାନ୍ତୁ। ମଶାରୀ ବ୍ୟବହାର କରନ୍ତୁ।

power
ଏହି ରୋଗ ଏକ ସଂକ୍ରାମକ ରୋଗ ଏହା ମଶା ଦ୍ଵାରା ବ୍ୟାପେ, ଗୋଟିଏ ଡେଙ୍ଗୁ ରୋଗୀକୁ କାମୁଡି ଯଦି ସେହି ମଶା ଏକ ସୁସ୍ଥ ଲୋକକୁ କାମୁଡ଼ିଥାଏ ତେବେ ସେ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାଏ। ମଶାକୁ ଏହାର ବାହାକ କୁହାଯାଏ।ଏହି ରୋଗ ହୋଇଥିବା ବେଳେ ଆପଣ ପ୍ରଥମ ୭ ଦିନ ଯେତେ ସମ୍ଭବ ସମସ୍ତଙ୍କଠାରୁ ଦୂରେଇ ରୁହନ୍ତୁ।

ଡେ଼ଙ୍ଗୁ ରୋଗକୁ ଜାଣିବାକୁ ହେଲେ ଆମକୁ ଆଲାଇଯା ଟେଷ୍ଟ କରିବାକୁ ପଡେ।ଏହି ସମୟରେ ଆମେ ଯେତେ ପାଣି ପିଇବା ଆମ ସ୍ବାସ୍ଥ୍ୟ ପାଇଁ ଭଲ।ଯଦି କୌଣସି ଏପରି ଲକ୍ଷଣ ଦେଖାଯାଏ ତେବେ ଆମେ ତୁରନ୍ତ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।ଆମେ ପ୍ଲେଟଲେଟ ଟେଷ୍ଟ ମଧ୍ୟ କରିବା ଉଚିତ। ପ୍ଲେଟଲେଟ ଆମ ଶରୀରର ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରେ ଏହା ଆମ ଶରୀରରେ କୌଣସି ସ୍ଥାନ ରୁ ରକ୍ତ ବୋହିଲେ ଏହା ତାକୁ ବୋହିବାକୁ ଦିଏ ନାହିଁ।ଯଦି ପ୍ଲେଟଲେଟ ଆମ ଶରୀରରେ କମିଯାଏ ତେବେ ଆମ ଶରୀରରେ ରକ୍ତ ବୋହିବା ଆରମ୍ଭ ହୋଇଯାଏ।ସେଥିପାଇଁ ଏହାକୁ ଯତ୍ନ ନେବା ଉଚିତ୍।

Leave a Reply

Your email address will not be published. Required fields are marked *