୩ଟି କାରଣରୁ ଡାଇରିଆ ହୋଇଥାଏ ଆସନ୍ତୁ ଜାଣିବା ସେହି କାରଣ ଗୁଡିକ। ଏବଂ ଏହାର କାରଣ ଓ କିପରି ଏହା ଭଲ ହେବ ଆସନ୍ତୁ ଜାଣିବା। ଡାଇରିଆ ପେଟରେ ହେଉଥିବା ସମସ୍ୟା ଭିତରୁ ଗୋଟିଏ।ଏହି ରୋଗ ହେଲେ ପେଟରେ ହଜମ ଠିକସେ ହୋଇନଥାଏ। ଏହାର କାରଣ ଦ୍ଵାରା ଶରୀରରେ ବହୁତ୍ ସମସ୍ୟା ଦେଖାଦେଇଥାଏ। ଯଦି କୌଣସି ଲୋକକୁ ଦିନ ରେ ୩ ରୁ ଅଧିକ ଥର ପତଳା ମଳ ତ୍ୟାଗ କଲେ ତାହାକୁ ଡାଇରିଆ କୁହାଯାଏ।ଏହା ବହୁତ୍ କାରଣ ଯୋଗୁଁ ହୋଇଥାଏ।
ଡାଇରିଆ ଦୁଇ ପ୍ରକାରର ଅଟେ। ଗୋଟିଏ ହେଉଛି କ୍ୟୁଟ ଡାଇରିଆ ଏହା ବ୍ୟାକ୍ଟେରିଆ, ଭାଇରସ ଓ ପାରାସାଇଟର କାରଣରୁ ହୋଇଥାଏ।ଏହା ସପ୍ତାହ ମଧ୍ୟରେ ଭଲ ହୋଇଯାଇଥାଏ।ଆଉ ଗୋଟେ ହେଉଛି କ୍ରୋନିକ ଡାଇରିଆ ଏହା ବିଭିନ୍ନ ସମସ୍ୟା ଯୋଗୁଁ ହୋଇଥାଏ।ଏଥିରେ ପାଚନ କ୍ରିୟାରେ ବହୁତ୍ ବଡ ସମସ୍ୟା ହୋଇଥାଏ।ଏହା ବହୁତ୍ ଦିନ ଧରୀ ଲାଗିରହେ।ଏହାକୁ ଭଲ କରିବା ପାଇଁ ଗମ୍ଭୀର ଚିକିତ୍ସା ଆବଶ୍ୟକ।
ଡାଇରିଆର ହେବାର ମୁଖ୍ୟ କାରଣ ହେଉଛି ଭାଇରାଲ ଇନ୍ଫେକ୍ସନ୍, ଖାଦ୍ୟର ଇନ୍ଫେ କ୍ସନ୍ ଓ ବ୍ୟାକ୍ଟେରିଆ ଯୋଗୁ ଏହା ହୋଇଥାଏ।ଏହାକୁ ଯଦି ଆମେ ଡାକ୍ତରୀ ଭାଷାରେ ବୁଝିବା ତେବେ ଡାଇରିଆ ଦୁଇଟି ଭାଇରସ ଯୋଗୁଁ ହୋଇଥାଏ।ଏହି ଦୁଇ ଭାଇରସର ନାମ ଆଡେନୋ ଭାଇରସ ଏବଂ ରୋଟା ଭାଇରସ। ରୋଟା ଭାଇରସ ପ୍ରାୟତ ୫ ବର୍ଷର ତଳକୁ ପିଲା ମାନଙ୍କୁ ହୋଇଥାଏ। ରୋଟା ଭାଇରସ ବୟସ୍କ ଲୋକଙ୍କୁ ବହୁତ୍ କମ ହୋଇଥାଏ।କିନ୍ତୁ ଆଡେନୋ ଭାଇରସ ଯେକୌଣସି ବୟସର ଲୋକଙ୍କୁ ହୋଇଥାଏ।
ଡାଇରିଆର ମୂଖ୍ୟ ଲକ୍ଷଣ ହେଉଛି ଗୋଟିଏ ଦିନରେ ତିନରୁ ଅଧୀକ ଥର ପତଳା ମଳ ତ୍ୟାଗ କଲେ ଏହା ଡାଇରିଆ ଅଟେ।ଏହା ସହିତ ପେଟରେ ଦରଜ ହେଲେ।ଯଦି ଅଧିକ ଦିନ ଧରି ଏହା କମିନଥାଏ ତେବେ ଆମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।ଯଦି ଶରୀରରେ ତାପମାତ୍ରା ୧୦୧ଡିଗ୍ରୀ ରୁ ଅଧିକ ରୁହେ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ଏହା ଯଦି ୪୮ ଘଣ୍ଟା ଧରି କମିନଥାଏ ତେବେ ଏହା ବହୁତ୍ ଖରାପ ହୋଇଥାଏ।
ଏହି ରୋଗରୁ ବଞ୍ଚିବାକୁ ହେଲେ ସଫା ପାଣି ପିଇବା ଉଚିତ୍। ପାଣିକୁ ଗରମ କରି ଛାଣି କି ପିଇବା ଭଲ।ଖାଇବା ରାନ୍ଧିବା ପୂର୍ବରୁ ପରିବା କୁ ଭଲ ଭାବେ ଧୋଇବା ଉଚିତ୍।ଖାଇବା ପୂର୍ବରୁ ହାତ ଧୋଇହେବା ଉଚିତ୍। ରୋଷେଇ ଘରକୁ ସଫା ରଖିବେ। ବାଶି ଖାଈବା ଖାଇବା ଉଚିତ୍ ନୁହଁ। ବହୁତ୍ ପାଣି ପିଇବା ଉଚିତ୍। ପଇଡ଼ ପାଣି ପିଇବା ଭଲ ଏହା ଶରୀରର ଜଳୀୟ ଅଂଶ ବହୁତ୍ ଶୀଘ୍ର ବଢାଇଥାଏ। ଡାକ୍ତରଙ୍କ ଦ୍ଵାରା କୁହାଯାଇଥିବା ଔଷଧକୁ ଖାଇବା ଉଚିତ୍।ଡାଇରିଆ ଏକ ସାଧାରଣ ରୋଗ।ଏହା ସବୁ ବୟସର ଲୋକଙ୍କ ଦେହରେ ହୋଇପାରେ।