ଆପଣଙ୍କୁ ଯେଉଁ ଦେଶ ବିଷୟରେ କହିବି ସେହି ଦେଶ ସବୁଠାରୁ ଖୁସିର ଦେଶ। ଏହି ଦେଶର ଲୋକ ସବୁଠାରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି ଏବଂ ଖର୍ଚ୍ଚ କରିବା ତାଙ୍କ ପାଇଁ ଏକ ସାଧାରଣ କଥା ଅଟେ।ଏହି ଦେଶରେ ମନୁଷ୍ୟଙ୍କ ଅପେକ୍ଷା ଘୁଷୁରିର ସଂଖ୍ୟା ଅଧିକ।ଏହି ଦେଶରେ ସମସ୍ତଙ୍କୁ ପହଁରିବା ଆସିବା ଦରକାର। ଏଠାରେ ପିଟର ନାମ ବହୁତ୍ ସାଧାରଣ ହୋଇଥାଏ।ଆଜି ଆମେ ସବୁଠାରୁ ଭଲ ଦେଶ ଡେନମାର୍କ ବିଷୟରେ ଆସନ୍ତୁ ଜାଣିବା।
ଡେନମାର୍କର ଅଫିସିଆଲ୍ ନାମ ହେଉଛି କିଙ୍ଗଡମ ଅଫ ଡେନମାର୍କ। ଡେନମାର୍କର ଲୋକସଂଖ୍ୟା ହେଉଛି ୫୮ ଲକ୍ଷ। ଡେନମାର୍କର ୮୯ପ୍ରତିଶତ ଲୋକ ସହରରେ ରୁହନ୍ତି ଓ ମାତ୍ର ୧୧ ପ୍ରତିଶତ ଲୋକ ଗ୍ରାମରେ ରହିଥାନ୍ତି।ଏହି ଦେଶକୁ ଆଜି ଭଲ ଦେଶ ଭାବେ ଗ୍ରହଣ କରାଯାଉଛି କାରଣ ସେଠିକାର ନିୟମ ବହୁତ୍ ଭଲ ଏବଂ ସେଠି ସମସ୍ତେ ନିୟମ ମାନି ଚଳନ୍ତି। ରାସ୍ତା ଫାଙ୍କା ଥିଲେ ବି ଯଦି ସିଗ୍ନାଲ ଲାଇଟ୍ ଜଳିଛି ତେବେ ଲୋକ ରହିଥାନ୍ତି କାରଣ ସେଠାରେ ଲୋକ ବହୁତ୍ ନିୟମ କୁ ମାନନ୍ତି।
ଯଦି ଡେନମାର୍କର କେହି ୨୫ ବର୍ଷ ପର୍ଯ୍ୟନ୍ତ ବହାହୋଇନଥାଏ ତେବେ ତାକୁ ତାର ୨୫ତମ ଜନ୍ମଦିନରେ ଚିନ ଫିଙ୍ଗାଯାଏ।ଯଦି ଆପଣ ୩୦ ବର୍ଷ ପର୍ଯ୍ୟନ୍ତ ବହାହୋଇନଥିବେ ତେବେ ଆପଣଙ୍କୁ ଆପଣଙ୍କ ଜନ୍ମଦିନରେ କଳା ମରିଚ ଫିଙ୍ଗଜାଇଥାଏ।ଏହି ଦେଶରେ କାର ଅପେକ୍ଷା ସାଇକେଲ ସଂଖ୍ୟା ଅଧିକ ଅଟେ।ଏଠାରେ ଲୋକ ଭାବନ୍ତି ଯେ ସାଇକେଲ ଚଳାଇଲେ ଶରୀର ସୁସ୍ଥ ରୁହେ। ଏବଂ ଆପଣ ପରିବେଶ ସହ ଯୋଡ଼ି ହୋଇ ରହିପlରାନ୍ତି।
ଏହି ଦେଶ ବହୁତ୍ ପରିଷ୍କାର ଅଟେ ଏଠାରେ ଆମେ କୌଣସି ସ୍ଥାନରେ ମଇଳା ଆବର୍ଜନା ଦେଖିବା ନାହିଁ ଏଠାକାର ଲୋକ ଭାବନ୍ତି ଯେ ଦେଶ ର ସଫା ତାଙ୍କର ଦାୟିତ୍ଵ। ଡେନମାର୍କ ଏକ ଶିକ୍ଷିତ ଦେଶ ଅଟେ।୧୯୯୦-୨୦୨୧ ମଧ୍ୟରେ ଡେନମାର୍କର ଶିକ୍ଷିତ ହାର ୯୯ ପ୍ରତିଶତ ଅଟେ।ଏଠାରେ ଆପଣଙ୍କୁ କେହି ବେରୋଜଗାର ମିଳିବେ ନାହିଁ।ଦୁନିଆର ସବୁଠାରୁ ଭଲ ଲୋକ ଡେନମାର୍କ ବାସିଙ୍କୁ କୁହାଯାଇଥାଏ। ଆପଣଙ୍କୁ ଡେନମାର୍କର ଲୋକ ସବୁବେଳେ ଖୁସିରେ ମିଳିବେ।ଏଠାରେ ପାଠପଢା ଏବଂ ମେଡିକାଲ ସୁବିଧା ସମ୍ପୂର୍ଣ ମାଗଣା।
ଦୁନିଆର ସବୁଠାରୁ ପୁରୁଣା ପତାକା ଡେନମାର୍କର ଏହା ୧୨୧୯ରେ ଏହା ତିଆରି ହୋଇଥିଲା। ଡେନମାର୍କ ସରକାର ୭୦୦୦ ନାମ ରଖିଛନ୍ତି ଏହା ମଧ୍ୟରୁ ସେଠାକାର ଲୋକ ତାଙ୍କ ପିଲାମାନଙ୍କର ନାମ ଦେଇଥାନ୍ତି ଯିଏ ନାମ ଅଲଗା ରଖିବାକୁ ଚାହାନ୍ତି ସେ ଲୋକାଲ ପୋଲିସର ଅନୁମତିରେ ରଖିବେ। ଡେନମାର୍କ ଲୋକଙ୍କ ଦ୍ୱାରା ୧୪ଟି ନୋବେଲ ପୁରସ୍କାର ପ୍ରାପ୍ତ ହେଲାଣି।ଏଠାରେ ପିଲାଙ୍କୁ ପହଁରିବା ଶିଖା ଯାଇଥାଏ। ସେଠାକାର ଲୋକ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି। ଡେନମାର୍କରେ ପ୍ରାୟ ଲୋକ କଫି ପିଇବାକୁ ଭଲ ପାଆନ୍ତି। ସେଠାକାର ଜାତୀୟ ଖାଦ୍ୟ ଘୁଷୁରୀ ମାଂସ ଅଟେ।