lembu

ପିଉଛନ୍ତି କି ଗରମ ପାଣିରେ ଲେମ୍ବୁ ମିଶେଇ | ଜାଣି ନିଅନ୍ତୁ କଣ ହେଇ ଥାଏ |

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଆୟୁରବେଦିକ ଉପାୟ ବାବଦରେ କହିବୁ ଯାହା କି ଘରେ ଘରେ ପ୍ରଚଳିତ ଅଟେ। ଆଜି ଆମେ ଆପଣଙ୍କ ପାଖରେ କହିବୁ କି ଯଦି ଆପଣ ଗରମ ପାଣିରେ ଲେମ୍ବୁ ମିଶାଇ ପିଇବେ ତାହେଲେ ଆପଣଙ୍କ ଶରୀର ପାଇଁ ଏହା କେତେ ଅଧିକ ଫାଇଦା ପ୍ରଦାନ କରିବ। ତେବେ।

ସବୁଠୁ ବଡ଼ ଫାଇଦା ଏହା କି ଏହି ମିଶ୍ରଣ ଆପଣଙ୍କ ଶରୀରରେ ଚର୍ବି କମ କରିଥାଏ ଆଉ ଆପଣଙ୍କ ଶରୀରର ଚର୍ବି ଆପଣଙ୍କ ଶରୀର ପାଇଁ ବହୁତ କିଛି ଖରାପ ପ୍ରଭାବ ପକାଇଥାଏ। ଏହି ଚର୍ବି ରହିବା ଦ୍ୱାରା ଆପଣ ଅସୁନ୍ଦର ଲାଗନ୍ତି ସତ ଆଉ ତାହା ସହ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହା କୁପ୍ରଭାଵ ମଧ୍ୟ ପକାଇଥାଏ। କଣ ଆପଣ ଜାଣନ୍ତି କି ଆପଣଙ୍କ ଚତୁର୍ପାଶ୍ୱରେ ଏପରି ଅନେକ ଜିନିଷ ମିଳେ ଯାହା ଭିତରେ କି ଏପରି ସ୍ବାସ୍ଥ୍ୟକର ଜିନିଷ ଥାଏ ଆମକୁ ଜଣା ହି ନଥାଏ। ତେବେ ଆସନ୍ତୁ ଆମେ ଆଜି ଗରମ ପାଣି ଆଉ ଲେମ୍ବୁ ତଥା ମହୁର ଫାଇଦା

lemon

 

କହିବୁ ଯାହା ପିଇବା ଦ୍ୱାରା ଆପଣ ନିଜ ପେଟର ଚର୍ବି କମ କରିପାରିବେ। ଲେମ୍ବୁ ଭିତରେ ଭିଟାମିନ ସି ଭରା ରହିଥାଏ ଆଉ ମହୁକୁ ମଧ୍ୟ ଆଣେ ପ୍ରାକୃତିକ ଚିନି ଭାବେ ବ୍ୟବହାର କରିଥାଉ। ଏଥିରେ ମଧ୍ୟ ବହୁତ ସ୍ବାସ୍ଥ୍ୟକର ଜିନିଷ ଭରା ଥାଏ। ତେବେ ଆଜି ଆମେ କହିବୁ ଏହାର ଫାଇଦା ବାବଦରେ।

ଏହାକୁ ତିଆରି କରିବା ପାଇଁ ଆପଣଙ୍କୁ କିଛି କାର୍ଯ୍ୟ କରିବାକୁ ହେବ। ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ବାସ ଏକ ଫାଳ ଲେମ୍ବୁ ଦରକାର ଆଉ ତାହା ସହିତ ଏକ ଚାମଚ ମହୁ ଦରକାର। ଆପଣ ଏକ ଗ୍ଲାସ ଉଷୁମ ପାଣି ଆଣନ୍ତୁ ଆଉ ତାହା ଭିତରେ ଏକ ଫାଳ ଲେମ୍ବୁ ଚିପୁଡି ଦିଅନ୍ତୁ। ଏହାପରେ ଆପଣ ସେଥିରେ ଏକ ଚାମଚ ମହୁ ମିଶାନ୍ତୁ ଆଉ ଭଲ ଭାବରେ ଗୋଳାଇ ଦିଅନ୍ତୁ।ଏହାପରେ ଗୋଟେ କି ଦୁଇଟି ଲେମ୍ବୁ ଚୋପା ପକାନ୍ତୁ। ଆପଣଙ୍କ ପାନୀୟ ପ୍ରସ୍ତୁତ ହେଇଯିବ। ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରକୁ ଅନେକ ଫାଇଦା ହେଇଥାଏ।

honey
ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରୁ ବିଶାକ୍ତବିପଦାର୍ଥ ଦୂର ହେଇଯାଏ ଯାହା କି ଆମ ଖାଦ୍ୟ ମାନଙ୍କ ଦ୍ୱାରା ଆମ ଶରୀର ଭିତରକୁ ଯାଇଥାଏ। ଏହାର ଆଉ ଏକ ଫାଇଦା କି ଆପଣ ଦିନ ତମାମ ଏନରଜେଟିକ ରହିଥାନ୍ତି କାରଣ ଏହା ଆପଣଙ୍କ ଏନର୍ଜୀ ସ୍ତର ବହୁତ ଉପରେ ରଖିଥାଏ। ଆପଣ ଯଦି କସରତ କରନ୍ତି ତାହେଲେ ଆପଣ ସେବନ କରନ୍ତୁ।

ଆପଣଙ୍କ ଶରୀରରେ ଯଦି ପାଚନ ସମ୍ବନ୍ଧୀୟ କିଛି ଅସୁବିଧା ରହିଥାଏ ତାହେଲେ ଆପଣ ଏହାର ସେବନ କରନ୍ତୁ। କାରଣ ଏହା ଆପଣଙ୍କ ଶରୀରର କୋଷ୍ଟକାଠିନ୍ୟ ତଥା କବ୍ଜ ଭଳି ସମସ୍ୟା ଜଲଦି ଦୂର କରିଥାଏ।

Leave a Reply

Your email address will not be published. Required fields are marked *