ଦାନ୍ତ ମଣିଷର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥାଏ। କିନ୍ତୁ କିଛି ଅବହେଳା କାରଣରୁ ଦାନ୍ତ ଖରାପ ହେବାକୁ ଲାଗିଥାଏ। ମୁଖ୍ୟତଃ ଦାନ୍ତରେ ଆମେ ଖାଉଥିବା ଖାଦ୍ୟର କିଛି ଅଂଶ କିଛି ଦିନ ଲାଗି ରହିଲେ , ତାହା ଦାନ୍ତକୁ ଖରାପ କରିଥାଏ। ଯେପରିକି ମିଠା ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଦାନ୍ତ କ୍ଷୟ ହେବାକୁ ଲାଗେ। ଚିନି ,ଆଖୁ ରସ ଇତ୍ୟାଦି ଅଧିକ ଖାଇଲେ ଏହା ବହୁତ କ୍ଷତିକାରକ ହୋଇଥାଏ। ଖାଇବା ପରେ ପାଟିକୁ ଠିକ ଭାବରେ ସଫା ନ କଲେ , ଖାଦ୍ୟlର ଛୋଟ ଛୋଟ କଣିକା ଦାନ୍ତ ଉପରେ ଏକ ଆସ୍ତରଣ ସୃଷ୍ଟି କରିଥାଏ। ଏହାକୁ କାଲକୁଲସ୍ କୁହାଯାଏ। ଏହି ଆସ୍ତରଣ ଦାନ୍ତରେ ବ୍ରସ୍ ମାରିଲେ ମଧ୍ୟ ଯାଇ ନ ଥାଏ।
ଦାନ୍ତରେ ଥିବା କ୍ୟାଲସିୟମ ର ମାତ୍ରା କମ୍ ହୋଇଗଲେ , ଦାନ୍ତ ରେ ପୀଡା ଆରମ୍ଭ ହୁଏ। ଅତି କମ୍ ବୟସରେ ଦାନ୍ତ ବହୁତ ଜଲ୍ଦି କ୍ଷୟ ହୋଇଥାଏ। ଦାନ୍ତ ତଳେ ଥିବା ମାଢିରେ ଅଠାଳିଆ ଗମ୍ ରହିଥାଏ। ଏହାର ଅଭାଵରେ ଦାନ୍ତର ପତନ ଆରମ୍ଭ ହୋଇଯାଏ। ଶରୀରରେ ବିଭିନ୍ନ ପ୍ରକାରର ଭିଟାମିନର ଅଭାବ ଦେଖା ଦେଲେ ,ଦାନ୍ତରେ ସମସ୍ୟା ଦେଖାଯାଏ। ଭିଟାମିନ -ଡ଼ି ଓ କ୍ୟାଲସିୟମ ଜାତୀୟ ଖାଦ୍ୟର ଅଭାବ ଶରୀରରେ ବହୁତ ସମସ୍ୟା ସୃଷ୍ଟି କରେ।
ଏସବୁର ପ୍ରତିକାର ମଧ୍ୟ ରହିଛି। ନିଜ ଶରୀରର ଯତ୍ନ ପାଇଁ ମାତ୍ର କିଛି ଆବଶ୍ୟକ ପଦକ୍ଷେପ ଦରକାର। ମିଠା ଜାତୀୟ ଖାଦ୍ୟ କମ୍ ଖାଇବା ଦରକାର।ଏହାର ମାତ୍ରାଧିକ ବ୍ୟବହାର ଶରୀର ପ୍ରତି ହାନିକାରକ ହୋଇଥାଏ। କୌଣସି ବି ଖାଦ୍ୟ ଖାଇବା ପରେ ଦାନ୍ତକୁ ଭଲ ଭାବେ ସଫା କରିବା। ଦିନକୁ ଦୁଇ ଥର ବ୍ରସ୍ କରିବା ଉଚିତ୍। କ୍ୟାଲସିୟମ ଜାତୀୟ ଟୁଥ-ପେଷ୍ଟ ବ୍ୟବହାର କରିବା।
ବ୍ରସ୍ କରିବା ସମୟରେ ଅଧିକା ସମୟ ବ୍ରସ୍ କରିବା ଦରକାର। ଯାହାଦ୍ୱାରା କି ଦାନ୍ତର ପ୍ରତିଟି ସ୍ଥାନକୁ ଠିକ ଭାବେ ସଫା କରା ଯାଇପାରିବ। ଏହା ବ୍ୟତୀତ କିଛି ମାସ ବ୍ୟବଧାନ ରେ ଦାନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରାଇ ନେବା ଉଚିତ୍। ତାଙ୍କ ପରାମର୍ଶ କ୍ରମେ କ୍ୟାଲସିୟମ ଜାତୀୟ ଔଷଧ ସେବନ କରିବା ଉଚିତ୍। ଗମ୍ ଓ ମାଢିର ଉପଚାର ପାଇଁ ଭିଟାମିନ-ସି ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ ଯେପରିକି ଆମ୍ବ,କମଳା, ଲେମ୍ବୁ ଇତ୍ୟାଦି।
ଫସଫରସ ଜାତୀୟ ଖାଦ୍ୟ ଅଣ୍ଡା, ମାଛ, ମାଂସ, ବାଦାମ ଇତ୍ୟାଦି ଖାଇବା ଆବଶ୍ୟକ। ଉଭୟ ଦାନ୍ତ ଓ ଏହାର ଗମ୍ ପାଇଁ ଭିଟାମିନ -ଏ,ସି , ଡ଼ି ପ୍ରଚୁର ପରିମାଣରେ ଦରକାର। ଦାନ୍ତ କ୍ଷୟକୁ ରୋକିବା ଲାଗି ଫ୍ଲୋରାଇଡ଼ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେହିପରି ମ୍ୟାଗନେସିୟମ ଦାନ୍ତର ମାଢିକୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ। ଉତ୍ତମ ଚିକିତ୍ସା ଓ ଉତ୍ତମ ଖାଦ୍ୟ ସେବନ ଦ୍ଵାରା ଦାନ୍ତ କ୍ଷୟର ଉପଚାର ସୁଚାରୁ ରୁପେ କରାଯାଇ ପାରିବ। ଯଦ୍ୱାରା ମନୁଷ୍ୟର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ଗଠନ ସମ୍ଭବ।