apple

ଖାଉଛନ୍ତି କି ସେଓ | ସାବଧାନ ରୁହନ୍ତୁ – ନହେଲେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି |

NEWS

ବହୁତ୍ ଲୋକ ସେଓର ଚୋପାକୁ ଛଡେଇ ଖାଇବାକୁ ଭଲ ପାଆନ୍ତି।କିନ୍ତୁ ଏହି ସେଓର ଚୋପା ରେ ମଧ୍ୟ ବହୁତ୍ ପୋଷକ ତତ୍ତ୍ଵ ରହିଥାଏ। ସେଓକୁ ଆମେ ଚୋପା ଶହ ଖାଇବା ଉଚିତ୍। ଯଦି ଆମେ ସେଓର ଚୋପାକୁ ଖାଉନାହାନ୍ତି ତେବେ ଆମେ ସେଓ ରେ ଥିବା ପୋଷକର ୩୦ ପ୍ରତିଶତ ନଷ୍ଟ କରିଦେଲେ ବୋଲି ଜାଣିବା। ସେଓରେ ଯେଉଁ ଭିଟାମିନ ଥାଏ ତାହା ଶରୀରକୁ ସୁନ୍ଦର୍ ଓ ସୁସ୍ଥ ରଖିବାରେ ସାହଯ୍ୟ କରେ। ଆସନ୍ତୁ ଜାଣିବା ସବୁଦିନ ଗୋଟେ ସେଓ ଖାଇଲେ କଣ ହେଇଥାଏ।

ସେଓ ଖାଇଲେ ଆମ ଶରୀରରେ ହାର୍ଟ ବିମାରୀ କିଛି ହୋଇନଥାଏ।ଏହା ଜାଣିବା ଉଚିତ୍ ଯେ ସେଓର ଯେଉଁ ପୋଷକ ହାର୍ଟକୁ ସୁରକ୍ଷା ଦେଇଥାଏ ତାହା ବେଶୀ ହାର୍ଟରେ ରହିଥାଏ।ସେଓ ଖାଇଲେ ଶରୀରରୁ ଚର୍ବି କମିଯାଏ।ସେଓ ରେ ଫାଇବର, ପ୍ରୋଟିନ ଓ କ୍ୟାଲସିଅମ ବହୁତ୍ ମାତ୍ରାରେ ମିଳେ।ସେଓ ରେ ପ୍ୟାକ୍ଟୀନ ମିଳେ ଏହା ଶରୀରକୁ କଲେଷ୍ଟ୍ରୋଲ ଓ ରକ୍ତ ଚାପ ରୁ ମୁକ୍ତି କରିଥାଏ।

apple 1
ସେଓ ର ଚୋପାରେ ଏକ ପୋଷକ ଥାଏ ଯାହାକୁ ତିତ୍ରାଇପନଏଡ କୁହାଯାଏ। ଆମେରିକା ରେ ଏକ ଉନିଭର୍ସସିଟ୍ ରେ କୁହାଯାଏ ଯେ ସେଓ ଚୋପା ସହ ଖାଇଲେ ଆମକୁ କ୍ୟାନସର ହୋଇନଥାଏ।ଏହି ପୋଷକ କ୍ୟାନସର କୋଶକୁ ମାରିଦିଏ। ପ୍ରତିଦିନ ଗୋଟିଏ ସେଓ ଖାଇଲେ ତାହା କ୍ୟାନସର ହେବାର ଆଶଙ୍କା କମେଇଦିଏ।କାନାଡାରେ କିଛି ବିଜ୍ଞାନୀକ କହିଛନ୍ତି କୀ ସେଓ କୁ ଚୋପା ଛଡେଇ ଖାଇଲେ ତାହାର କିଛି ଲାଭ ନଥାଏ।ସେଓ ଅପେକ୍ଷା ସେଓ ଚୋପା ରେ ଅଧିକ ଭିଟାମିନ ରହିଥାଏ।

apple 2
ସେଓର ଚୋପା ଶରୀରକୁ ରୋଗ ମୁକ୍ତ କରିଥାଏ।ଏହା ମଧ୍ୟ ଆମକୁ ଜଣା ଥିବ ଆମ ଶରୀରକୁ ବହୁତ୍ ମିନେରାଲ ଆବଶ୍ୟକ ହୋଇଥାଏ। ସେଓ କୁ ଚୋପା ସହ ଖାଇଲେ ଆମକୁ ବହୁତ୍ ପ୍ରୋଟିନ ମିଳେ।ସେଓ ର ଚୋପାରେ ପୋଟାସିୟମ,ମିନେରାଲ, ଫାଇବର ଓ ପ୍ରୋଟିନ ଥାଏ।ଏହା ଶରୀରର ହାଡ଼ କୁ ମଜବୁତ୍ କରିବାରେ ସାହଯ୍ୟ କରେ।ସେଓ ରେ ପ୍ରଚୁର ପରିମାଣର ଫାଇବର ଥାଏ। ଫାଇବର ଆମ ଶରୀରରେ ବିଭିନ୍ନ ପ୍ରକାରର କାମରେ ଦରକାର ଆସିଥାଏ।

ସେଓ କୁ ଖାଇବା ଦ୍ବାରା ଅନେକ ରୋଗରୁ ଆମେ ଦୂର ହେଇଥାନ୍ତି ଯେପରିକି କ୍ୟାନସର ଓ ହୃଦୟ ଜନିତ ରୋଗରୁ ମଧ୍ୟ ଦୂର ହୋଇଥାନ୍ତି।ସେଓ ର ଚୋପାରେ ଅଧିକ ଭିଟାମିନ ରହିଥାଏ। ସେଥିପାଇଁ ସେଓ କୁ ଚୋପା ସହ ଖାଇବା ଉଚିତ୍।ଆମେ ପ୍ରତିଦିନ ଗୋଟିଏ ସେଓ ଖାଇଲେ ଆମ ଶରୀରରୁ ରୋଗ ଦୂର ହେବେ।ସେଓ କୁ ଆମେ ବିନା ଚୋପା ରେ ଖାଇଲେ ଆମେ ସେଓର ୩୦ ପ୍ରତିଶତ ଭିଟାମିନ ନଷ୍ଟ କରୁଛନ୍ତି ସେଥିପାଇଁ ସେଓକୁ ଚୋପା ସହ ଖାଇବା ଉଚିତ୍।

Leave a Reply

Your email address will not be published. Required fields are marked *