chin

ଡବଲ ଚିନକୁ ଦୂର କରିବା ପାଇଁ ଚାହୁଁ ଥିଲେ ୩ଟି ଫେସିଆଲ ଏକ୍ସରସାଇଜ ବିଷୟରେ ଜାଣି ନିଅନ୍ତୁ |

HEALTH

ଆଜି କାଲିର ଲୋକମାନେ ନିଜର ସ୍ବାସ୍ଥ୍ୟର ଠିକ୍ ସେ ଧ୍ୟାନ ନ ରଖି ପାରୁଥିବାରୁ ସେମାନଙ୍କର ମୋଟପଣ ବଢ଼ିବାରେ ଲାଗିଛି। ଏହା ଦ୍ବାରା ଅନେକ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ସେଥି ମଧ୍ୟରୁ ଡବଲ ଚିନର ସମସ୍ୟା ମଧ୍ୟ ଅନ୍ୟତମ।
ଥୋଡି ତଳେ ଅତ୍ୟଧିକ ଚର୍ବି ଜମି ଯିବାକୁ ଡବଲ ଚିନ ବୋଲି କୁହାଯାଏ। ଏହା ଦ୍ବାରା ଆପଣଙ୍କର ସୁନ୍ଦରତା କମିବା ସହ ଆପଣଙ୍କର ଲୁକ୍ ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ। କିନ୍ତୁ ଏଥି ପାଇଁ ଆପଣଙ୍କୁ ବେଶୀ ଚିନ୍ତା କରିବା ଦରକାର ନାହିଁ। କେମିତି ଏହି ସମସ୍ୟାର ସମାଧାନ ହେଇପାରିବ ତାହା ଜାଣିବା ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।

କିଛି ସହଜ ସରଳ ଫେସିଆଲ୍ ଏକ୍ସରସାଇଜ ଦ୍ବାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ଏବଂ ଆପଣଙ୍କର ମୁହଁ ଅଟିନ୍ତ ସୁନ୍ଦର ଆଉ ସଠିକ୍ ସେପକୁ ଆସିଯିବ। ଏହି ଏକ୍ସରସାଇଜ ଦ୍ବାରା ମଧ୍ୟ ଆପଣଙ୍କ ମୁହଁରେ ଥିବା ଝୁର୍ଣିଆ ମଧ୍ୟ କମିବାରେ ସହାୟତା କରିବ।
ଆସନ୍ତୁ ଜାଣିବା ଏହି ଏକ୍ସରସାଇଜଗୁଡ଼ିକୁ କେମିତି କରାଯାଏ।

chin 1
ପ୍ରଥମ ଏକ୍ସରସାଇଜର ନାମ ହେଉଛି- 1.ଫିସ ଫେସ୍ଏକ୍ସରସାଇଜ।
ଏହି ଏକ୍ସରସାଇଜ ଦ୍ବାରା ଆପଣଙ୍କ ମୁହଁରୁ ଚର୍ବି ବହୁତ୍ ଜଲଦି କମିଯାଏ ଆଉ ଏହାକୁ କରିବା ମଧ୍ୟ ବହୁତ୍ ସହଜ ଅଟେ।ଆସନ୍ତୁ ଦେଖିବା ଏହାକୁ କେମିତି ସଠିକ୍ ଭାବରେ କରାଯାଏ। ପ୍ରଥମେ ନିଜର ଗାଲକୁ ଭିତରକୁ ତାଣନ୍ତୁ ଯେମିତିକି ଆପଣ କିଛି ଜିନିଷ ଚୁସୁଛନ୍ତି। ନିଜର ଓଠକୁ ବାହାରକୁ କାଢି ରଖନ୍ତୁ ଯାହା ଦ୍ବାରା ଆପଣଙ୍କର ମୁହଁ ମାଛ ଭଳି ଦେଖା ଯିବ। ୨୫-୩୦ ସେକେଣ୍ଡ ପର୍ଯ୍ୟନ୍ତ ଏହି ଏକ୍ସରସାଇଜକୁ ଜାରି ରଖନ୍ତୁ ଏବଂ ତାହାପରେ ପୁଣି ନର୍ମାଲ ଅବସ୍ଥାକୁ ଆସି ୧୦ ସେକେଣ୍ଡର ବ୍ରେକ୍ ନେଇ ପୁଣି ଏହି ଏକ୍ସରସାଇଜକୁ ଜାରି ରଖନ୍ତୁ। ଏମିତି ୧୦ଟାର ସେଟ୍ ରେ ଦିନକୁ 3 ଥର ଲେଖାଏଁ କରନ୍ତୁ ଏବଂ ତାହା ପରେ ଆପଣ ଜାଣିପାରିବେ କି ଆପଣଙ୍କ ମୁଁହରୁ କେତେ ଶୀଘ୍ର ଚର୍ବି କମିବାରେ ଲାଗୁଛି।

chin 2
ଦ୍ୱିତୀୟ ଏକ୍ସରସାଇଜର ନାମ ହେଉଛି- କିଶିଂ ଦ ସ୍କାଇ ଏକ୍ସରସାଇଜ
ଏହି ଏକ୍ସରସାଇଜ ଦ୍ବାରା ଆପଣ ଡବଲ ଚିନର ସମସ୍ୟାରୁ ମୁକ୍ତି ପାଇପାରିବା ସହ ଆପଣଙ୍କର ମୁହଁର ମାଂସପେଶୀ ଗୁଡ଼ିକୁ ଚଳପ୍ରଚଳ କରିବାରେ ସହାୟତା କରିବ। ଏଥିପାଇଁ ପ୍ରଥମେ ଗୋଟେ ଚେୟାର ଉପରେ ସିଧା ବସିକି ନିଜ ବେକକୁ ପଛକୁ କରିକି ଉପରକୁ ଦେଖିକି ନିଜ ଓଠରେ ଆକାଶକୁ ଚୁମ୍ବନ କଲା ଭଳି କରନ୍ତୁ। ଏହି ଏକ୍ସରସାଇଜକୁ ୧୦ଥର ଲେଖାଏଁ ଦିନକୁ 3-୪ ଥର କରନ୍ତୁ।

ଶେଷ ଏକ୍ସରସାଇଜର ନାମ ହେଉଛି- ୩. ଫେସୱାଶ ଏକ୍ସରସାଇଜ
ଏହା ବହୁତ୍ ସହଜ ଅଟେ ଏବଂ ଆପଣ ଏହାକୁ ସବୁ ଦିନ ବ୍ରଶ କଲା ପରେ ମଧ୍ୟ କରନ୍ତି। ପ୍ରଥମେ ନିଜ ମୁହଁରେ କିଛି ପବନ ନେଇକି ତାକୁ ଗୋଟେ ଗାଲରୁ ଆଉଗୋଟେ ଗାଲକୁ ନିଅନ୍ତୁ ଯେମିତି ଆପଣ ପାଣି କୁଲ୍ଲା କଲା ବେଳେ କରନ୍ତି। ଏହିପରି ୧୦ଥର ଲେଖାଏଁ ଦିନକୁ ୫ଥର କରନ୍ତୁ। ଏହାଦ୍ବାରା ଆପଣଙ୍କ ମୁହଁରେ ଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇପାରିବ। ଏହି ସବୁ ଏକ୍ସରସାଇଜ ଦ୍ବାରା ଆପଣ ନିଜ ମୁହଁକୁ ଏକ ସଠିକ୍ ସେପ ଦେଇପାରିବେ।

Leave a Reply

Your email address will not be published. Required fields are marked *