juice

ଘରୋଇ ହିଁ ତିଆରି କରନ୍ତୁ କମଳା ରସ – ତିଆରି କରିବେ କିପରି ଜାଣି ନିଅନ୍ତୁ |

HEALTH

ଉତ୍ତମ ସ୍ୱାସ୍ଥ୍ୟ ଉତ୍ତମ ଜୀବନର ପରିଚୟ ହୋଇଥାଏ। ଜୀବନର ପ୍ରତିଟି କ୍ଷେତ୍ରରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିବା ଏକାନ୍ତ ଆବଶ୍ୟକ। ନିଜକୁ ସୁନ୍ଦର, ସୁଢ଼ଳ ଓ ସ୍ୱାସ୍ଥ୍ୟବାନ ରଖିବାକୁ ଦୈନନ୍ଦିନ ଜୀବନରେ ଆମେ ଅନେକ ପନିପରିବା, ଫଳମୂଳ ଆଦି ଖାଇବା ଜରୁରୀ ଅଟେ। କମଳା ଆମ ଶରୀର ପାଇଁ ଏକ ନିରୋଗକାରୀ ଫଳ ଅଟେ।

ଆସନ୍ତୁ ଜାଣିବା କମଳା ଆମ ପାଇଁ କଣ କଣ ଫାଇଦା କରାଇଥାଏ। କମଳାରୁ ତିଆରି ରସ ଶରୀରର ପାଚନ ପ୍ରକ୍ରିୟା ପାଇଁ ବେଶ ଉପଯୋଗୀ। ଏହା ଶରୀରକୁ ସୁସ୍ଥ ରଖିବା ସହିତ ପେଟ ଜାତ ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ। ମୁହଁରେ ହେଉଥିବା ବ୍ରଣର ଉପଚାର ପାଇଁ ମଧ୍ୟ ଆମେ କମଳାକୁ ବ୍ୟବହାର କରିଥାଉ।

orange 1
ଅର୍ସ ରୋଗର ପୀଡାରୁ ମଧ୍ୟ ଆରାମ ପ୍ରଦାନ କରିଥାଏ। ଆଣ୍ଠୁ ଗଣ୍ଠି ବ୍ୟଥାରୁ ଏହା ମୁକ୍ତି ଦେଇଥାଏ। କ୍ୟାନ୍ସର ରୋଗର ଆଶଙ୍କା କମାଇଥାଏ। ଏହା ସହିତ ଶରୀରରେ ହେଉଥିବା ମେଦ ବହୁଳତକୁ ହ୍ରାସ କରିଥାଏ। ସେଥିପାଇଁ ଏହି ଫଳକୁ ଖାଇବା ଏବଂ ଏହାର ଜୁସ ପିଇବା ନିହାତି ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କେମିତି ତିଆରି କରିବେ ଏହାର ଜୁସ।

orrange
ପ୍ରଥମେ କମଳାର ଚୋପାକୁ ଭଲସେ ଛଡେଇ ଦେବା ଦରକାର। ତାପରେ ଗୋଟେ ଗୋଟେ ପାଖୁଡାକୁ ଅଲଗା କରିବା। ସବୁ ପାଖୁଡ଼ାକୁ ଗୋଟେ ଗୋଟେ କରି ଗ୍ରାଇଣ୍ଡିଂ ଜାରରେ ପୁରେଇବା ସହ ଭଲ ସେ ଗ୍ରାଇଣ୍ଡିଂ କରିବା ଦରକାର। ଏହି ସମୟରେ ଏଥିରେ ପାଣି ଓ ଚିନି ପକେଇବା ଦରକାର। ଅଳ୍ପ ଅଳ୍ପ କରି ଧୀରେ ଧୀରେ ଗ୍ରାଇଣ୍ଡିଂ କରିବା ଆବଶ୍ୟକ। ଲଗାତାର କରିବା ଦ୍ୱାରା ଜୁସ ଖରାପ ହୋଇ ଯାଇପାରେ ଏବଂ ଗ୍ରାଇଣ୍ଡରରେ ଲାଗି ଯାଇପାରେ।

ଏହା ପରେ ଜୁସକୁ ଛାଣି ନେବା ଦରକାର ଏବଂ ଚାମଚ ଦ୍ୱାରା ତାହାକୁ ଟିକେ ଘାଣ୍ଟି ଦେବା ଦରକାର। ଅଧିକ ସମୟ ଜୋରରେ ଗ୍ରାଇଣ୍ଡିଂ କଲେ କମାଳାର ମଞ୍ଜି ଘାଣ୍ଟି ହୋଇ ଜୁସ କୁ ଖରାପ କରି ଦେଇଥାଏ। ସେଥିପାଇଁ ଧୀରେ ଧୀରେ ଅଳ୍ପ ସମୟ ଗ୍ରାଇଣ୍ଡିଂ କରିବା ଦରକାର। ପ୍ରସ୍ତୁତ ଜୁସରେ ଗୋଟେ ଚାମଚ ବ୍ଲାକ ଲୁଣ ପକେଇ ତାହାକୁ ଭଲ ସେ ଘାଣ୍ଟିବା ଦରକାର। ମଞ୍ଜିକୁ ପୂର୍ବରୁ ଅଲଗା କରିଦେଲେ ମଧ୍ୟ ଭଲ। ଏହିପରି ଭାବରେ ଆପଣ ବହୁତ ସହଜରେ କମଳା ଜୁସ ପ୍ରସ୍ତୁତ କରି ପାରିବେ।

Leave a Reply

Your email address will not be published. Required fields are marked *