break

ବ୍ରେକଅପ ପରେ ହେଉଥିବା ଡ଼ିପ୍ରେସନ ର ପ୍ରତିକାର ସମ୍ଭବ – ଜାଣି ରଖନ୍ତୁ କିପରି କରିବେ |

HEALTH

ମନୁଷ୍ୟ ଓ ରିଲେସନସିପ ପରସ୍ପରର ପରିପୁରକ। ପ୍ରତ୍ୟେକ ବ୍ୟକ୍ତି ଜୀବନରେ ସର୍ବଦା ଉତ୍ତମ ବନ୍ଧୁତା ଆଶା କରିଥାଏ। ତାହା ସାଙ୍ଗ ମାନଙ୍କ ଠାରୁ ହେଇପାରେ ,ପରିବାର ଲୋକଙ୍କ ଠାରୁ ହେଇପାରେ ଏବଂ ନିଜ ବାନ୍ଧବ କିମ୍ବା ବାନ୍ଧବୀଙ୍କ ଠାରୁ ହେଇପାରେ। ଏକ ଉତ୍ତମ ସମ୍ପର୍କ ଏକ ଉତ୍ତମ ମଣିଷ ଓ ଉତ୍ତମ ପରିବେଶ ସୃଷ୍ଟି କରିଥାଏ।

ମାତ୍ର ଅଧିକାଂଶ କ୍ଷେତ୍ରରେ ନିଜ ବାନ୍ଧବ କିମ୍ବା ବାନ୍ଧବୀ ଙ୍କ ସହ ମନାନ୍ତର-ମତାନ୍ତର ଦେଖା ଦେଇଥାଏ। ଅଧିକ କଷ୍ଟ ଦେଇଥାଏ ନିଜ ଲୋକଙ୍କ ଦାୟିତ୍ବହୀନତା। ପୂର୍ବ ଭଳି ସମ୍ପର୍କ ଉତ୍ତମ ନ ଥାଏ। ପରସ୍ପର କଷ୍ଟରେ ଯନ୍ତ୍ରଣା ଭୋଗ କରିଥାନ୍ତି। ଯାହାଦ୍ୱାରା ଡିପ୍ରେସନକୁ ମଧ୍ୟ ଚାଲି ଯାଆନ୍ତି। ଡିପ୍ରେସନର ପ୍ରଭାବରେ ଶରୀର ରୋଗଗ୍ରସ୍ତ ମଧ୍ୟ ହୋଇଯାଏ ଆସନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା।

break 1
ଆପଣ କୌଣସି ପାଇଁ ବି ଦୁଃଖ ରେ ଥିଲେ ,ତାହା ଉତ୍ତମ ପରିବେଶ ସୃଷ୍ଟି କରି ନଥାଏ। ଡିପ୍ରେସନ ସାଧାରଣତଃ ଗୋଟେ ରୋଗ ଭଳି। ପ୍ରଥମେ ଆମକୁ ଜାଣିବାକୁ ହେବ ଯେ ଡିପ୍ରେସନ କେଉଁ କାରଣରୁ ହୁଏ। ନିଜ ଲୋକଙ୍କ ହତାଦରରେ କିମ୍ବା ନିଜ ଉପର ଅଫିସରଙ୍କ ଗାଳିରେ କିମ୍ବା କୌଣସି କାରଣ ନ ଥାଇ ମଧ୍ୟ ଏମିତିକା ଅସୁବିଧା ସୃଷ୍ଟି ହୋଇପାରେ। ଏହା ଶରୀରର ପାଚନ ଶକ୍ତି କମ୍ କରିଥାଏ। ରୋଗ ପ୍ରତିରୋଧକ ଶକ୍ତି କମେଇଥାଏ। ସ୍ମରଣ ଶକ୍ତି ହ୍ରାସ ପାଇବା ସହ ଦୈନିକ ଜୀବନରେ ଏହାର ଖରାପ ପ୍ରଭବ ପଡି ଥାଏ।

break 2
ଡିପ୍ରେସନ ଯେ କୌଣସି କାରଣ ପାଇଁ ବି ହଉ, ଏହାର ପ୍ରଭାବ ଗୋଟେ ରୋଗ ଅଟେ। ଅନ୍ୟ ରୋଗ ଭଳି ଏହାର ମଧ୍ୟ ଉପଚାର ଜରୁରୀ। ମଣିଷର ଜୀବନରେ ପ୍ରେସର,ଷ୍ଟ୍ରେସ୍ ସେତିକି ପରିମାଣରେ ଥାଏ,ଯେତିକି ପରିମାଣରେ ସିଏ ସହ୍ୟ କରପାରିବା। ଆମ ବ୍ରେନ ସବୁବେଳେ ଚେଷ୍ଟା କରେକି କିପରି ସବୁ ଆସୁବିଧା ସହଜ ରେ ଦୂର ହେବ। କିନ୍ତୁ ସେଥିରୁ ଅଧିକ ପରିମାଣରେ ପ୍ରେସର ହେଲେ ମଣିଷ ସେଥିରୁ ବାହାରି ପାରେ ନାହିଁ ଏବଂ ଡିପ୍ରେସନକୁ ଚାଲିଯାଏ।

ଏହାର ଉପଚାର ହେଉଛି କି ଡିପ୍ରେସନ ଯେ କୌଣସି କାରଣ ପାଇଁ ବି ହେଉ ,ସର୍ବଦା ନିଜର ଚିକିତ୍ସା କରିନେବା ଜରୁରୀ। କାରଣ ଅତି ଛୋଟ ସମସ୍ୟାକୁ ଡିପ୍ରେସନ ଜଟିଳ ବନେଇ ଦେଇଥାଏ। ଯାହାଦ୍ୱାରା ଆମକୁ ସେ ସମସ୍ୟା ଅତି ବଡ ବୋଲି ଅନୁଭବ ହୁଏ। ଚିକିତ୍ସିତ ହେବ ଦ୍ୱାରା ସେ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ ମନସ୍ତତ୍ୱଵିତଙ୍କ ସହ ଯୋଗାଯୋଗ କରିବା ଏକାନ୍ତ ଆବଶ୍ୟକ। ବିଡମ୍ବନାର ବିଷୟ ଯେ ଆଜିର ସମାଜରେ ଏମିତିକା ସମସ୍ୟା ମାତ୍ରାଧିକ।

Leave a Reply

Your email address will not be published. Required fields are marked *