sleep

୭ ଘଣ୍ଟାରୁ କମ୍ ଶୋଇଲେ କଣ ହୁଏ – ଜାଣି ରଖନ୍ତୁ |

HEALTH

ଆଜି କାଲିର ଲୋକ ମାନଙ୍କୁ ଲାଗୁଛି କି ଶୋଇବା ହେଉଛି ସମୟ ବର୍ବାଦିର କାରଣ, ସେମାନେ ଭାବନ୍ତି କି ଯଦି ଏତେ ସମୟ ଶୋଇବା ଟା କାମ କେତେ ବେଳେ କରିବା। ଆଉ ପାଠ ପଢୁଥିବା ପିଲାମାନଙ୍କର ଭାବନା ଥାଇକି ଯଦି ବେଶୀ ସମୟ ଶୋଇବେ ତ ପାଠ କେତେ ବେଳେ ପଢ଼ିବେ। ସେଥି ପାଇଁ ବର୍ତ୍ତମାନ ଲୋକମାନେ ୬ ରୁ ୬.୩୦ଘଣ୍ଟା ବା ତା ଠାରୁ କମ୍ ସମୟ ସୋଉଥିବା କଥା ଜଣାପଡିଛି। ସେମାନଙ୍କ ମତରେ ଏହା ଠାରୁ ଅଧିକ ସମୟ ଶୋଇବା ବେକାର ଅଟେ ଆଊ ତାହା ଅଳସୁଆମିର ପରିଚୟ। ଏହା କଣ ଠିକ୍ କିମ୍ବା ପ୍ରକୃତରେ କେତେ ସମୟ ଶୋଇବା ଦରକାର ଏହି ସବୁ ବିଷୟରେ ଜାଣିବା ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।

ନିଦ ଏକ ପାସିଭ ପ୍ରୋସେସ ନୁହେଁ କି ସେହି ସମୟରେ ଆମ ଶରୀର କୌଣସି କାମ କରିବନି। ଏହା ଏକ ଆକ୍ଟିଭ ପ୍ରୋସେସ ଅଟେ ଯେଉଁ ସମୟରେ ଦିନ ସାରା ଆମେ ଯାହା ପଢିଲେ ,ଯାହା ଶିଖିଲେ ତାହା ଆମ ଲଙ୍ଗ ଟର୍ମ ମେମୋରୀକୁ ଯାଏ। ଏହା ଦ୍ବାରା ଆମ ଶରୀର ଆଉ ମସ୍ତିଷ୍କକୁ ଆରାମ ମିଳେ ଆମର ପ୍ରତିରୋଧ କ୍ଷମତା ବଢେ। କିଛି ରିସର୍ଚ୍ଚରୁ ଜଣା ପଡ଼ିଛିକି ୭ ଘଣ୍ଟାରୁ ଅଧିକ ଶୋଇବା ବହୁତ୍ ଜରୁରୀ ଅଟେ। ଏହା ଦ୍ବାରା ଆପଣ ସବୁ ଜିନିଷକୁ ଠିକ୍ ଭବେ ବୁଝିପାରିବେ,ସବୁ ଜାଗାରେ ସବୁ ସମୟରେ ଧ୍ୟାନ ଲଗେଇ ପାରିବେ ଆଉ ଆପଣଙ୍କର ଶାରୀରିକ ତଥା ମାନସିକ ସ୍ଥିତି ଠିକ୍ ରହିବ।

SLEEP
ଆସନ୍ତୁ ଜାଣିବା କମ୍ ସମୟ ଶୋଇବାର ପରିଣାମ କଣ ହେଇପାରେ। ଯଦି ଆପଣ ୬ ଘଣ୍ଟା ଶୋଇବେ ଆଉ ବାକି ସମୟରେ ଆପଣ ଯାହା ବି କରିବେ ତାହା ବିଶେଷ ଫଳପ୍ରଦ ହେବ ନାହିଁ। ଯଦି ଆପଣ ଜଣେ ବିଦ୍ୟାର୍ଥୀ ତେବେ ଆପଣ କମ୍ ସମୟ ସୋଇକି ଆଉ ଯେତିକି ସମୟ ପାଠ ପଢାରେ ବିତେଇବେ ସେତିକିରେ ଆପଣଙ୍କର ମନ ଲାଗିବନି।

ଆପଣ ଖାଲି ନାକୁ ମାତ୍ର ବହି ସାମ୍ନାରେ ବସି ଥିବେ କିନ୍ତୁ ପାଠ ପାଖରେ ଆପଣଙ୍କର ମନ ନଥିବ। ଆଉ କିଛି ରିସର୍ଚ୍ଚରୁ ଜଣା ପଡ଼ିଛି କି ଯେଉଁ ବ୍ୟକ୍ତି ଲଗାତାର ୧୦ ଦିନ ପର୍ଯ୍ୟନ୍ତ ୭ ଘଣ୍ଟା ବା ତାଠାରୁ କମ ସମୟ ସୋଇଥିବେ ତାଙ୍କର ମସ୍ତିଷ୍କ ଏମିତି କାମ କରିବା ଯେମିତି ଗୋଟେ ୨୪ ଘଣ୍ଟା ସୋଇନଥିବା ବ୍ୟକ୍ତିଙ୍କର ମସ୍ତିଷ୍କ କାମ କରିବ ଆଉ ସବୁ ଠାରୁ ବଡ ଅସୁବିଧା ଏଇଟାକି ଆପଣଙ୍କୁ ଏହି କଥା ଜଣା ପଡ଼ିନଥାଏ। ଆପଣଙ୍କ ଶରୀର ଆଉ ମସ୍ତିଷ୍କର ଚଞ୍ଚଳତା ଆପଣଙ୍କ ନିଦ ଉପରେ ନିର୍ଭର କରେ।

brainn
ଆଉ ଯଦି ଆପଣଙ୍କର ନିଦ ବାରମ୍ବାର ଭାଙ୍ଗୁଛି କି ଶୋଇଲା ବେଳେ ଆପଣଙ୍କୁ କିଛି ଅସୁବିଧା ହେଉଛି ତାହାଲେ ତାହା ଆହୁରି ଏକ ବଡ଼ ଅସୁବିଧା। କାରଣ ଏହା ଦ୍ବାରା ତା ପର ଦିନର ଆପଣଙ୍କର ଦିନ ସାରା କାମରେ ମନ ଲାଗିବନି ଆଉ ନିଦର ପ୍ରଭାବରେ ଆପଣଙ୍କର ପୁରା ଦିନଟି ଖରାପ ହେବାର ସମ୍ଭାବନା ରହିଛି। ତେଣୁ ୭-୮ ଘଣ୍ଟାର ନିଦ ଅତ୍ୟନ୍ତ ଜରୁରୀ ଅଟେ ଯାହାର ଆପଣମାନଙ୍କୁ ନିହାତି ଧ୍ୟାନ ରଖିବା ଦରକାର। ଏହା ଦ୍ବାରା ଆପଣ ନିଜର ସମ୍ପୂର୍ଣ୍ଣ କ୍ଷମତାର ଉପଯୋଗ କରିପାରିବେ।

Leave a Reply

Your email address will not be published. Required fields are marked *