milk

ନିଶ୍ଚିତ ଜାଣି ରଖନ୍ତୁ – ହଳଦୀ ମିଶା କ୍ଷୀରର ଫାଇଦା।

HEALTH

ବନ୍ଧୁଗଣ ଆମେ ସମସ୍ତେ ଜାଣିଛନ୍ତି କି କ୍ଷୀର ପିଇବା ଅତ୍ୟନ୍ତ ଉପକାରୀ ଅଟେ। କ୍ଷୀରରେ ଭିଟାମିନ- ଏ,କେ,ବି-୧୨ ଏବଂ ଥାୟମିନ ଓ ନିକୋଟିନିକ ଏସିଡ ଏବଂ ମିନେରାଲ ମାନଙ୍କ ମଧ୍ୟରେ ସୋଡ଼ିଅମ୍, ପୋଟାସିୟମ, କ୍ୟାଲସିୟମ ଆଦି ମିଳିଥାଏ ଯାହାକି ହାଡ଼ ପାଇଁ ବହୁତ୍ ଉପଯୋଗୀ ଅଟେ ଏବଂ ଏଥିରୁ ଆମକୁ ଶକ୍ତି ମିଳିଥାଏ। କ୍ଷୀର ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ ଏବଂ ଶରୀରକୁ ସୁସ୍ଥ ସବଳ ରଖିବାରେ ମଧ୍ୟ ସହାୟତା କରିଥାଏ। ଯଦି ଏହା ସହ ହଳଦୀ ମିଶେଇ ଦିଆଯାଏ ତ ଏହା କେତେ ଉପଯୋଗୀ ସାବ୍ୟସ୍ତ ହେବ ଜାଣିବା ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।

ହଳଦୀ ଏବଂ କ୍ଷୀର ୨ଟି ଜିନିଷର ନିଜର ଅନେକ ଫାଇଦା ରହିଛି କିନ୍ତୁ ଏହି ଦୁଇଟିକୁ ମିଶେଇ ଦେବା ଦ୍ବାରା ତାହାର ପ୍ରଭାବ ଆହୁରି ବଢ଼ି ଯାଏ। ସେଥି ପାଇଁ ଶୀତ ଦିନରେ ଅନେକ ଲୋକ ହଳଦୀ ମିଶା କ୍ଷୀର ପିଇଥାନ୍ତି। ଏହାକୁ ନିୟମିତ ଭାବରେ ସେବନ କରିବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଏଥିରୁ ପ୍ରଚୁର ପରିମାଣରେ କ୍ୟାଲସିୟମ ମିଳିଥାଏ ଯାହା ଦ୍ବାରା ଆମ ହାଡ଼ ଶକ୍ତ ହେବା ସହ ଶରୀର ମଜବୁତ୍ ମଧ୍ୟ ହୋଇଥାଏ।

milk

ଏହା ଓଷ୍ଟିଓପୋରେଶିସ ରୋଗରେ ପୀଡିତ ଲୋକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ବୟସ୍କ ଲୋକମାନଙ୍କ ପାଇଁ ଏହା ବହୁତ୍ ଜରୁରୀ ଅଟେ। ସେମାନଙ୍କ ଆଣ୍ଠୁ ଗଣ୍ଠିରେ ହେଉଥିବା କଷ୍ଟରୁ ଏହା ମୁକ୍ତି ପ୍ରଦାନ କରିଥାଏ। ଆୟୁର୍ବେଦରେ ଏହାର ଯଥେଷ୍ଟ ବ୍ୟବହାର ହୋଇଥାଏ। ଏହା ଆମ ରକ୍ଟରୁ ଟକ୍ସିନ ଦୂର କରିଥାଏ ଏବଂ ଆମ ଲିଭରକୁ ମଧ୍ୟ ସଫା ରଖିଥାଏ। ପେଟ ସହିତ ଜଡ଼ିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହଲ୍ଡି ମିଶା କ୍ଷୀର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ।

haladiii

ବୈଜ୍ଞାନିକମାନଙ୍କ ମତ ଅନୁସାରେ ହଲଦିରେ ଥିବା ତତ୍ତ୍ଵ କ୍ୟାନ୍ସର କୋଷିକାରୁ ଡିନଏକୁ ହେଇଥିବା ଅସୁବିଧାକୁ ଦୂର କରିଥାଏ ଏବଂ କେମୋଥେରାପିର କୁପ୍ରଭାବକୁ ମଧ୍ୟ ରୋକିଥାଏ। ଏହା ଦ୍ବାରା ଆମ ଶରୀରର ରକ୍ତ ସଞ୍ଚାଳନ ମଧ୍ୟ ସଠିକ୍ ଭାବରେ ହୋଇଥାଏ ଏବଂ କାନ ଜନିତ ସମସ୍ୟାର ମଧ୍ୟ ସମାଧାନ ହୋଇଯାଏ। ଆସନ୍ତୁ ଜାଣିବା ଏହା କେତେବେଳେ ପିଇବା ଆବଶ୍ୟକ ଅଟେ।

କେତେ ଲୋକ ଭାବନ୍ତିକି କ୍ଷୀର ସକାଳ ସମୟରେ ପିଇବା ଭଲ ଅଟେ ଆଉ କିଛି ଲୋକ ଭାବନ୍ତିକି ଏହାକୁ ରାତିରେ ପିଇବା ଠିକ୍ ଅଟେ। କିନ୍ତୁ ଯଦି ଦିନରେ କ୍ଷୀରର ସେବନ କରାଯାଇ ତାହାଲେ ଏହା ଦିନ ସାରା ଶରୀରକୁ ଶକ୍ତି ଦେଇଥାଏ ଆଉ ଯଦି ରାତିରେ ପିଆଯାଏ ତାହାଲେ ଏହା ଆମର ମସ୍ତିଷ୍କକୁ ଆରାମ ଦେଇଥାଏ। ଆୟୁର୍ବେଦ ଅନୁସାରେ ରାତିରେ କ୍ଷୀର ପିଇବା ସବୁଠାରୁ ଉତ୍ତମ ହୋଇଥାଏ। ଏହାର ପାଚନ ଜଟିଳ ହୋଇଥିବା କାରଣରୁ ସକାଳେ କ୍ଷୀର ପିଇବା ପାଇଁ ମନା କରାଯାଇଥାଏ କିନ୍ତୁ ରାତିରେ ଏହାର ସେବନ କଲେ ଏହାକୁ ପାଚନ ପାଇଁ ଯଥେଷ୍ଟ ସମୟ ମିକିଯାଇଥାଏ। ସକାଳେ କ୍ଷୀର ପିଇବା ଦ୍ବାରା ଦିନ ସାରା ଶରୀରକୁ ଶକ୍ତି ମିଳିଥାଏ ଆଉ ବୃଦ୍ଧ ଲୋକମାନଙ୍କୁ ଦ୍ୱିପହର ସମୟରେ କ୍ଷୀର ପିଇବା ପାଇଁ କୁହାଯାଇଥାଏ।

Leave a Reply

Your email address will not be published. Required fields are marked *