ଖାଉଛନ୍ତି କି ଅଦା – ଅଦା ଖାଇବାରୁ ହେଉଥିବା ଏହି ଚମତ୍କାରୀ ପରିବର୍ତ୍ତନ, ନିଶ୍ଚିତ ଜାଣନ୍ତୁ।

HEALTH

ଆମେ ଜାଣିଛେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଉତ୍ତମ ସ୍ୱାସ୍ଥ୍ୟ ଉତ୍ତମ ଜୀବନର ପରିଚୟ ହୋଇଥାଏ। ଜୀବନର ପ୍ରତିଟି କ୍ଷେତ୍ରରେ ଉତ୍ତମ ସ୍ୱାସ୍ଥ୍ୟ ରହିବା ଏକାନ୍ତ ଆବଶ୍ୟକ। ନିଜକୁ ସୁନ୍ଦର, ସୁଢ଼ଳ ଓ ସ୍ୱାସ୍ଥ୍ୟବାନ ରଖିବାକୁ ଦୈନନ୍ଦିନ ଜୀବନରେ ଆମେ ଅନେକ ପନିପରିବା, ଫଳମୂଳ ଆଦି ଖାଇବା ଜରୁରୀ ଅଟେ।

ମାତ୍ର ଏକ ସର୍ଭେରୁ ଜଣା ଯାଇଛି ଯେ,ମାତ୍ରାଧିକ ଲୋକ ଅଦା ଖାଇବାକୁ ପସନ୍ଦ କରନ୍ତି ନାହିଁ। ଖାଦ୍ୟରେ ଅଦା ଦେଖିଲେ ତାହାକୁ ଅଲଗା କରି ରଖି ଦିଅନ୍ତି। ଥଣ୍ଡା ରୋଗରୁ ଉପଚାର ଦେଉଥିବା ଅଦା ଭଳି ଏକ ପରିବା କୁ ଲୋକ ବେଶୀ ପସନ୍ଦ କରି ନଥାନ୍ତି। ତେବେ ଆସନ୍ତୁ ଆଲୋଚନା କରିବାର ଏହାର କିଛି ସୁଗୁଣ ସମ୍ପର୍କରେ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରି ଦେଇପାରେ।

ଆଜିକାଲି ପ୍ରତ୍ୟେକ ଲୋକଙ୍କର ଥଣ୍ଡା ଜନିତ ସମସ୍ୟା ରହିଛି। ଅଧିକ ସଂକ୍ରମଣ କାରଣରୁ ଅଥବା ଋତୁ ପରିବର୍ତ୍ତନ କାରଣରୁ ଅନେକଙ୍କୁ ଥଣ୍ଡା, କାଶ ଜନିତ ସମସ୍ୟା ଦେଖିବାକୁ ମିଳୁଛି।ଏହାର ଉପଚାର ପାଇଁ ଅଦା ସର୍ବୋତ୍ତମ ଅଟେ। ଅଦା ଗରମ ଜାତୀୟ ପରିବା ଅଟେ।ସେଥିପାଇଁ ତାହା ଶରୀରକୁ ଆରାମ ଦେଇଥାଏ।ଏହା ଦ୍ୱାରା କାଶ ମଧ୍ୟ କମିଯାଏ। ଅଦାକୁ ଜୁସ କରି ପିଇବା ଦ୍ୱାରା ଏ ସବୁ ଦୂର ହୋଇଯାଏ।

ginger
ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ଦେଖା ଯାଏ,ସେମାନଙ୍କ ଅଦା ଉତ୍ତମ ଉପଚାର ଅଟେ। ଏହା ଖାଦ୍ୟକୁ ଭଲ ଭାବରେ ହଜମ କରିଥାଏ। ପେଟରୁ ଗ୍ୟାସ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ। ଶରୀରର ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଯାହା ଦ୍ୱାରା ଶରୀର ସୁସ୍ଥ ରୁହେ।

ଅଦା ସବୁ ପ୍ରକାରର ଯନ୍ତ୍ରଣାରୁ ଆରାମ ଦେଇଥାଏ। ପେଟ ଯନ୍ତ୍ରଣା, ମୁଣ୍ଡ ବିନ୍ଦୁ ହେବା, କିମ୍ବା ଶରୀରର ଯେ କୌଣସି ସ୍ଥାନରେ ଯନ୍ତ୍ରଣା ହେଲେ, ଆମେ ଅଦା ଜୁସ ପିଇବା ଆବଶ୍ୟକ। ଏହା ଶରୀରକୁ ତୁରନ୍ତ ଆରାମ ଦେଇଥାଏ। ଆଜିକାଲି ଅଧିକାଂଶ ଲୋକ ମାଇଗ୍ରେନର ଶିକାର ହେଉଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ଅଦା ଜୁସ ସର୍ବୋତ୍ତମ ଅଟେ।

କୋଲେଷ୍ଟିରଲର ମାତ୍ର କମେଇବା ପାଇଁ ମଧ୍ୟ ଅଦା ଖାଇବା ନିହାତି ଜରୁରୀ। ଏହା ରକ୍ତ କଣିକାକୁ ଶିରାରେ ବସିବାକୁ ଦେଇ ନ ଥାଏ। ଯାହା ଦ୍ୱାରା ରକ୍ତ ପ୍ରବାହ ସଠିକ ଭାବରେ ହୋଇପାରେ ଓ ହାର୍ଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଯାଏ। କ୍ୟାନ୍ସର ଭଳି ଅସାଧ୍ୟ ରୋଗକୁ ମଧ୍ୟ ଭଲ କରିବାର ସାମର୍ଥ୍ୟ ଏହି ପରିବା ରେ ରହିଛି। ଅଦା ଖାଇବା ଦ୍ୱାରା କ୍ୟାନ୍ସର ସେଲ ସବୁ ନଷ୍ଟ ହୋଇଥାଏ।

ginger 1
ମୁଣ୍ଡରେ ହେଉଥିବା ରୂପୀ କାରଣରୁ କେଶ ଝଡ଼ିବା ଭଳି ସମସ୍ୟା ଦେଖାଯାଏ। ଅଦା ଜୁସକୁ କେଶ ରେଇ ଲଗେଇବା ଦ୍ୱାରା ରୂପୀ ନଷ୍ଟ ହୋଇଯାନ୍ତି ଏବଂ କେଶ ମଧ୍ୟ ସୁନ୍ଦର ଓ ଚମକଦାର ଦେଖାଯାଏ। ଆଦର ଜୁସକୁ ମୁହଁରେ ଲାଗେଇବା ଦ୍ୱାରା ବ୍ରଣ ମଧ୍ୟ ଭଲ ହୋଇଯାଏ। ସବୁବେଳେ ବ୍ୟବହାର କରିବା ଦ୍ଵାରା ଚେହରାରେ ଚମକ ମଧ୍ୟ ଆସିବ।

ପିରିୟଡ଼ ଓ ଆରୁଚିକର ଭଳି ସମସ୍ୟା ସମୟରେ ଅଦା ଜୁସ ଦେହ ପାଇଁ ଲାଭଦାୟକ ଅଟେ। ଶରୀରର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା ପାଇଁ ଅଦା ଉତ୍ତମ ଅଟେ। ଏହାକୁ ଜୁସ ଭଳି ପିଆଯାଇପରେ, ଅନ୍ୟ ଖାଦ୍ୟରେ ପକେଇ ମଧ୍ୟ ଖାଇହୁଏ।

Leave a Reply

Your email address will not be published. Required fields are marked *