book

ଗିନୀଜ ବୁକ ଅଫ ୱାର୍ଲଡ଼ର କିଛି ଆଶର୍ଯ୍ୟାକର ରେକର୍ଡ – ଭାରତୀୟ ଲୋକ ମାନଙ୍କର | ନିଶ୍ଚିନ୍ତ ଜାଣି ରଖନ୍ତୁ |

NEWS

କଣ ଆପଣ ଜାଣନ୍ତି କି ଦୁନିଆର କେଉଁ ଲୋକ ମୁଣ୍ଡରେ ସବୁଠୁ ବଡ଼ ପାଗଡ଼ି ଅଛି? ଅଥବା କଣ ଆପଣ ଜାଣନ୍ତି କି କେଉଁ ଲୋକ ଦୁନିଆରେ କେବଳ ତାହାର ଚୁଟି ବ୍ୟବହାର କରି ଟ୍ରକ ତଥା ଟ୍ରାକ୍ଟର ଭଳି ବଡ଼ ବଡ଼ ଗାଡି ମାନଙ୍କୁ ଟାଣି ନେଇ ପାରେ। ଅଥବା କଣ ଆପଣ ଜାଣନ୍ତି କି ଆମ ଦେଶରେ କେଉଁ ଲୋକ ସବୁଠୁ ଅଧିକ ଜୋର ରେ ଟାଇପିଙ୍ଗ କରିପାରେ? ଯଦି ଆପଣ ଜାଣି ନାହାନ୍ତି ତାହେଲେ ଆଜି ଜାଣନ୍ତୁ। ଆଜି ଆମେ ଆପଣଙ୍କ ପାଖରେ ଭାରତର କିଛି ଏଭଳି ଲୋକ ମାନଙ୍କ ବାବଦରେ କହିବୁ ଯାହାଙ୍କ କାରିନାମା ସାରା ଦୁନିଆରେ ପ୍ରସିଦ୍ଧ ଅଛି। ତେବେ ତାହା ବିଶ୍ୱକପ ହେଉ ଅଥବା ଅଲିମ୍ପିକ, ଓସ୍କାର ହେଉ ଅଥବା ନୋବେଲ ପ୍ରାଇଜ, ଆମ ଭାରତୀୟ ମାନେ ନିଜର ପ୍ରତିଭା ଦ୍ୱାରା ସବୁ ଆଡେ ନିଜର ପତାକା ପୋତି ସାରିଛନ୍ତି। ଆସନ୍ତୁ ଆଜି କିଛି ଗିନୀଯ ରେକର୍ଡ ମାନଙ୍କ କଥା କହିବା।

୧:- ନାକ ବ୍ୟବହାର କରି ଦୁନିଆର ସବୁଠୁ ଦ୍ରୁତ ଟାଇପିଙ୍ଗ:-

ଆଜି ଆମେ ଆପଣଙ୍କ କହିବୁ ଦିଲ୍ଲୀର ବିନୋଦ କୁମାରଙ୍କ ବାବଦରେ ଯାହାଙ୍କ ନାମରେ ଏକ ବିରଳ ରେକର୍ଡ ଅଛି। ଏହି ରେକର୍ଡ ଅନୁସାରେ ସେ କେବଳ ନିଜର ନାକ ବ୍ୟବହାର କରି ଏକ କମ୍ପ୍ୟୁଟର କି ବୋର୍ଡରେ ମାତ୍ର ୪୬ ସେକେଣ୍ଡରେ ୧୦୩ ବଟନ ଦବେଇଲେ ଯାହା କି ଏକ ରେକର୍ଡ ହେଇଗଲା। ଏହା ଆଗରୁ ମଧ୍ୟ ଏହି ରେକର୍ଡ ଆମ ଭାରତର ଗାରିମା ହୁସେନଙ୍କ ନାମରେ ଥିଲା।

g

୨:-ଦୁନିଆର ସବୁଠୁ ବଡ଼ ଫୋଳ୍କ ଡାଂସ୍:-

ହିମାଚଳ ପ୍ରଦେଶର କୁଲୁ ନାମକ ଅଂଚଳରେ ଏକ ସମୟରେ ୯୭୯୨ ମହିଳା ସାମିଲ ହେଇ ଏକା ସାଙ୍ଗରେ ଏକ ପାରମ୍ପରିକ ନୃତ୍ୟ ପୋଷଣ କରିଥିଲେ ଯାହା କି ପରେ ଏକ ଗିନୀଯ ବୁକ ଅଫ ରେକର୍ଡରେ ସାମିଲ ହେଇଗଲା।

g2
୩:- ଦୁନିଆର ସବୁଠୁ ଲମ୍ବା ନିଶ:- ଦୁନିଆରେ କିଛି ଲୋକ ନିଜର ନିଶକୁ ନେଇକି ଚିନ୍ତିତ ଆଉ କିଛି ଲୋକଙ୍କୁ ଜମା ନିଶ ଆସେ ହି ନାହିଁ। ତେବେ ଆଜି ଆମେ କହିବାକୁ ଯାଉଛୁ ଜୟପୁରର ରାମ ସିଂ ଚୌହାନଙ୍କ ବାବଦରେ ଯାହାଙ୍କ ନାମରେ ଦୁନିଆର ସବୁଠୁ ଲମ୍ବା ନିଶ ରହିବାର ରେକର୍ଡ ଅଛି। ତାଙ୍କ ନିଶର ଲମ୍ବ ପ୍ରାୟ ୧୪ଫୁଟ ଅଟେ।

୪:- କାର ତଳୁ ସ୍କେଟିଂ:- ଯଦି ଆପଣ ସ୍କେଟିଂ କରନ୍ତି ତାହେଲେ ଆପଣ ଜାଣିଥିବେ କି ଏହା କେତେ ଅଧିକ ମୁସ୍କିଲ ହେଇଥାଏ। ମାତ୍ର ଯଦି ଆପଣଙ୍କ କାର ତଳୁ ସ୍କେଟିଂ କରିବାକୁ କୁହାଯିବ ତାହେଲେ ତାହା ଆହୁରି ଅଧିକ ମୁସ୍କିଲ ଅଟେ। ମହାରାଷ୍ଟ୍ରର ଶ୍ରେୟ ସିଂଙ୍କ ନାମରେ କାର ତଳେ ସ୍କେଟିଂ କରିବାର ବିରଳ ରେକର୍ଡ ଅଛି।

୫:- ସବୁଠୁ ଅଧିକ ଲୋକଙ୍କ ଗହଳିରେ ଯୋଗ କରା ଯାଇଥିଲା:- ଏହି ରେକର୍ଡ ଆମ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନାମରେ ଦର୍ଜ ଅଛି। ୨୧ ଜୁନ ଅର୍ଥାତ ଆନ୍ତର୍ଜାତୀୟ ଯୋଗା ଡେକୁ ଦୁନିଆର ପ୍ରାୟ ୮୪ଟି ଦେଶର ୩୫ ହଜାର ଲୋକଙ୍କୁ ଏକାସାଙ୍ଗରେ ଯୋଗ କରିବାରେ ସାମିଲ କରାଗଲା ଯାହା କି ଏକ ରେକର୍ଡ ଅଟେ।

Leave a Reply

Your email address will not be published. Required fields are marked *