hair

କେଶ ଝଡ଼ିବା ସମସ୍ୟା- କାରଣ ଓ ଘରୋଇ ନିରାକରଣ ବିଷୟରେ ଜଣାନ୍ତୁ |

HEALTH

କେଶ ଝଡ଼ିବା ଆଜିକା ଦିନର ଏକ ପ୍ରମୁଖ ସମସ୍ୟା। କେଶ ଆମ ଶରୀରର ସବୁ ଜାଗାରେ ଅଛି। ମଣିଷର ଦେହରେ ଆଉ ମୁଁହରେ କେଶ ସଂଖ୍ୟା ସମାନ ଥାଏ କିନ୍ତୁ ତାହାର ଘନତ୍ବ ଅଲଗା ଅଲଗା ହୋଇଥାଏ। କେଶ ଝଡ଼ିବା ଏବଂ ପୁନର୍ବାର ଉଠିବା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ଅଟେ। ଯଦି ଏଥିରେ କିଛି ଅସୁବିଧା ଯୋଗୁଁ ଚୁଟି ଉଠିବାରେଡେରି ହୁଏ ବା ଚୁଟି ଯେତିକି ପରିମାଣରେ ଝଡେ ସେତିକି ଉଠି ନପାରେ ତେବେ ତାହାକୁ କେଶ ଝଡ଼ିବାର ସମସ୍ୟା କୁହାଯାଏ।

ଏହାର ଅନେକ କାରଣ ହୋଇପାରେ ଏବଂ ସବୁ ବୟସର ଲୋକ ମାନଙ୍କ ପାଖରେ ଏହା ଦେଖାଯାଏ। ଏହି କେଶ ଝଡିବାର କାରଣ ଓ ନିରାକରଣ ବିଷୟରେ ଜାଣିବା ପାଇଁ ଆମ ସହ ଯୋଡ଼ି ରୁହନ୍ତୁ। ବୟସ ବଢିବା କାରଣରୁ କିମ୍ବା କିଛି ରୋଗ ଯେମିତିକି ଥାଇରଏଡ ବା ହର୍ମୋନରେ ପ୍ରଭାବରେ ଓ ଆଊ କିଛି ଲୋକଙ୍କର ମଧ୍ୟ ଜେନେରିକ ହୋଇଥାଏ।ଏହି ଭଳି ବହୁତ୍ ଗୁଡ଼ିଏ କାରଣରୁ ବାଳ ଝଡିଥାଏ ତେଣୁ ଆମକୁ ପ୍ରଥମେ ଜାଣିବାକୁ ପଡ଼ିବ କି କେଶ ଝଡ଼ିବାର ପ୍ରକୃତ କାରଣ କଣ। ତାହାପରେ ଯାଇକି ହିଁ ଆମେ ତାର ନିରାକରଣ କରିପାରିବା।

hair 2

ମୁଖ୍ୟତଃ ବାଳ ଝଡିବାଟା ଅତ୍ୟଧିକ ଷ୍ଟ୍ରେଶ ଯୋଗୁଁ ହୋଇଥାଏ। ଏହି ଷ୍ଟ୍ରେଶ ବିଭିନ୍ନ ପ୍ରକାରର ହେଇପାରେ ଯେମିତି କି ଫିସିଓଲୋଜିକଲ୍ ଷ୍ଟ୍ରେଶ ବା ସାଇକୋଲୋଜିକଲ୍ ଷ୍ଟ୍ରେଶ। ଏହା ଛଡା ସାଧାରଣ ଜର, ମ୍ୟାଲେରିଆ ଓ ଟାଇଫଏଡ ପରେ ମଧ୍ୟ କେଶ ଝାଡ଼ିବା ଆରମ୍ଭ ହୋଇପାରେ। କ୍ୟାନ୍ସର ପରେ ମଧ୍ୟ ହଠାତ୍ ଲୋକମାନଙ୍କର କେଶ ଝଡ଼ିବା ଆରମ୍ଭ ହୋଇଯାଇଥାଏ। କେଶ ଝଡ଼ିବାର ଆଊ ଏକ ପ୍ରମୁଖ କାରଣ ପୋଷନର ଅଭାବ ମଧ୍ୟ ହୋଇପାରେ। ଆଜିକାଲି ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ସେଥିରୁ ନୂତନ କେଶ ତିଆରି ହେବା ଉପଯୋଗୀ ମାୟୋଟିନ,

hair 1

ଆଣ୍ଟଅକ୍ସିଦାଣ୍ଟ, ଭିଟାମିନ ଏବଂ ମିନେରାଲ ମିଳିପାରୁନାହିଁ ଯାହାଫଳରେ ଆମକୁ କେଶ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଆଜିକାଲି ଆମର ଦିଏଟରେ ଫଳ ଆଉ ସବୁଜ ପନିପରିବାର ପରିମାଣ ବହୁତ୍ କମ ରହୁଛି। ଆଗରୁ କେଶ ଝଡ଼ିବା ୩୦-୩୫ ବର୍ଷ ବୟସରୁ ଆରମ୍ଭ ହେଉଥିଲା କିନ୍ତୁ ବର୍ତ୍ତମାନ ସମୟରେ ଏହା ୧୦-୧୫ ବର୍ଷରୁ ଆରମ୍ଭ ହେଇଯାଉଚି। କେଶ ଝଡ଼ିବାର ଆଊ ଏକ ପ୍ରମୁଖ କାରଣ ହେଉଛି ଦାଣ୍ଡ୍ରଫ। ଏହା କିଛି କିଛି ଲୋକମାନଙ୍କ ପାଖରେ ଅତ୍ୟଧିକ ପରିମାଣରେ ଦେଖା ଯାଇଥାଏ ଯାହା ଦ୍ବାରା ମୁଣ୍ଡ କୁଣ୍ଢେଇ ହେବା ସହ କେଶ ମଧ୍ୟ ବହୁତ୍ ପରିମାଣରେ ଝଡିଥାଏ।

ସେଥିରୁ ରକ୍ଷା ପାଇବା ପାଇଁ ଆମେ ସାମ୍ପୁ ଏବଂ କଣ୍ଡିସନର ବ୍ୟବହାର କରିଥାନ୍ତି। ଦିନକୁ ୨୦-୩୦ଟି କେଶ ଝଡ଼ିବା ବହୁତ୍ କମନ ଅଟେ ଯଦି କୌଣସି ବ୍ୟକ୍ତିଙ୍କର ଦିନକୁ ୧୦୦ରୁ ଉପରକୁ କେଶ ଝଡୁଚି ତାହାଲେ ଆମେ ତାକୁ ଏକ ସମସ୍ୟା ବୋଲି ବିଚାର କରିବା ଆଉ ଏହାର ନିରାକରଣ ପାଇଁ କୌଣସି ଅନ୍ଧବିଶ୍ୱାସ ର ଜାଲରେ ନ ଫସି ଦେର୍ମତୋଲୋଗିଷ୍ଟ ଅର୍ଥାତ୍ କେଶ ବିଶେଷଜ୍ଞଙ୍କ ମତାମତ ନେଇ ମେଡିସିନ ନିଅନ୍ତୁ।

Leave a Reply

Your email address will not be published. Required fields are marked *