ସୁସ୍ଥ ଜୀବନ ପାଇଁ ସୁସ୍ଥ ଶରୀର ଏକାନ୍ତ ଆବଶ୍ୟକ। ଶରୀରର ଅଙ୍ଗ ପ୍ରତ୍ୟେଙ୍ଗ ସୁସ୍ଥ ରହିଲେ ମନ ପ୍ରଫୁଲ୍ଲ ରହେ। ଦୈନନ୍ଦିନ ଜୀବନରେ ଅନେକ ବ୍ୟଥା ଜନିତ ସମସ୍ୟା ଦେଖା ଯାଇଥାଏ। ବେକ ଯନ୍ତ୍ରଣା, ଆଣ୍ଠୁ ଯନ୍ତ୍ରଣା, ଦେହ ହାତ ବ୍ୟଥା ହେବା ଇତ୍ୟାଦି। ଆସନ୍ତୁ ଆଲୋଚନା କରିବା ବେକ ଯନ୍ତ୍ରଣା ଓ ଏହାର ସୁନ୍ଦର ଉପଚାର।
ଆମ ବେକ ପାଖରେ ଛୋଟ ଛୋଟ ୭ ଖଣ୍ଡ ସର୍ଭିକାଲ ହାଡ଼ ରହିଥାଏ। ତାହା ମଧ୍ୟରେ ଛୋଟ ଛୋଟ ଇଂଟର ଭଟିବ୍ରାଲ ଡିସ୍କ ରହିଥାଏ। ଏଥିମଧ୍ୟ ଦେଇ ହାତ ଓ ଗୋଡକୁ ସ୍ପାଇନାଲ କଡ଼ ଯାଇଥାଏ। ଏହା ଦ୍ୱାରା ଆମେ ମାଂସପେଶୀର ଦୃଢ଼ତା ଜାଣିପାରୁ। ଯଦି କୌଣସି ଭଟିବ୍ରା ନଷ୍ଟ ହେଇ ଯାଏ ବା ଜଖମ ହୋଇଯାଏ,ତାହେଲେ ତାହାକୁ ସର୍ଭିକାଲ ସ୍ପଂଡିଲାଇଟିସ୍ କୁହାଯାଏ।
ସର୍ଭିକାଲ ସ୍ପଂଡିଲାଇଟିସ୍ ରେ ମାତ୍ରାଧିକ ଯନ୍ତ୍ରଣା ହୋଇଥାଏ। କୌଣସି ଭାରି କାମ କରି ହୁଏ ନାହିଁ। ବେକର ଯନ୍ତ୍ରଣା ଶରୀର ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ। ଏହାର କାରଣ ହେଉଛି ଆରମଦାୟକ ଅବସ୍ଥାରେ ନ ଶୋଇ ଆମେ ଯଦି ଅବ୍ୟବସ୍ଥିତ ଭାବରେ ବେକକୁ ରଖିଥାଉ,ତାହେଲେ ଏଭଳି ଅବସ୍ଥା ସୃଷ୍ଟି ହୁଏ। ଏହା ଦ୍ୱାରା ବେକରେ ବ୍ୟଥା, ମୁଣ୍ଡ ବିନ୍ଧା, ଶରୀର ଦରଜ ହେଲା ଭଳି ଅବସ୍ଥା ମଧ୍ୟ ସୃଷ୍ଟି ହୋଇଥାଏ।
ଅଧିକ ସମୟ କୌଣସି ଜାଗାରେ ଗୋଟିଏ ପ୍ରକାରେ ବସି ରହିବା ଦ୍ୱାରା ଶରୀରରେ ମାଂସପେଶୀ ଉପରେ ପ୍ରଭାବ ପଡିଥାଏ। ଏହାର ସରଳ ଉପଚାର ମଧ୍ୟ ରହିଛି। ଫିଜିଓଥେରାପି ମଧ୍ୟରେ ମାଂସପେଶୀ କୁ ପୁର୍ବ ଭଳି ସୁସ୍ଥ କରିହୁଏ। ବେକର ମାଂସପେଶୀକୁ କିଛି ମାତ୍ରାରେ ଟାଣିବା ଦ୍ୱାରା କିଛି ମାତ୍ରାରେ ଯନ୍ତ୍ରଣା କାମ ହୋଇଥାଏ।
ଲେଜର ଥେରାପି, କମ୍ବିଂନେସନ ଥେରାପି ଆଦି ଦ୍ୱାରା ଏହାର ଚିକିତ୍ସା ମଧ୍ୟ କରାଯାଇଥାଏ। ନେକ୍ ମସଲ ଏକ୍ସରସାଇଜ ଦ୍ୱାରା ଏହାର ଉପଚାର ସମ୍ଭବ। ଦୈନିକ ବ୍ୟାୟାମ କରିବା ଦ୍ୱାରା ଶରୀର ର ଅଙ୍ଗ ପ୍ରତ୍ୟେଙ୍ଗ ଉତ୍ତମ ସ୍ଥିତିରେ ରୁହେ। ବ୍ୟାୟାମ ଦ୍ୱାରା ବେକର ମାଂସପେଶୀ ସୁସ୍ଥ ରୁହେ।ଏହା ଦ୍ୱାରା ଯନ୍ତ୍ରଣା ମଧ୍ୟ କମିଥାଏ।