face

ଚେହେରା ରେ ବରଫ ଲଗେଇବାର ଅଦ୍ଭୁତକର ଫାଇଦା – ଶୀଘ୍ର ଜାଣନ୍ତୁ |

HEALTH

ସୌନ୍ଦର୍ଯ୍ୟ ଓ ଶରୀର ପରସ୍ପର ପାଇଁ ଏକାନ୍ତ ଆବଶ୍ୟକ। ଉତ୍ତମ ସୌନ୍ଦର୍ଯ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ମନୁଷ୍ୟ ପାଇଁ ଜରୁରୀ ଅଟେ। ସେଥିପାଇଁ ଅନେକ ପ୍ରକାରର ପଦ୍ଧତି ଅବଲମ୍ବନ କରିବାକୁ ପଡିଥାଏ। ଯୁବ ସମାଜର ବର୍ତମାନ ସବୁଠାରୁ ବଡ ଅସୁବିଧା ହେଉଛି ମୁହଁ ରେ ସୃଷ୍ଟି ହେଉଥିବା ବ୍ରଣ, ଓ ବିଭିନ୍ନ ଚିହ୍ନ। ଏହାର ଉପଚାର ପାଇଁ ଆମେ ବ୍ୟବହାର କରିଥାଉ ଅନେକ ପଦ୍ଧତି। ଆପଣ ପ୍ରାୟତଃ ଜାଣିନଥିବେ ଯେ, ଆଇସ୍ କ୍ୟୁବ ଅର୍ଥାତ ବରଫ ଖଣ୍ଡ ଚେହେରାକୁ ଅତି ସୁନ୍ଦର କରିଦେଇଥାଏ।

ଆସନ୍ତୁ ଜାଣିବା ଏହା ବିଷୟରେ। ଆଇସ୍ କ୍ୟୁବ ଅର୍ଥାତ ବରଫ ଖଣ୍ଡକୁ ବ୍ୟବହାର କଲାବେଳେ ଏହାକୁ ଏକ ସ୍ୱଚ୍ଛ କପଡାରେ ବାନ୍ଧି ତାହାକୁ ଶରୀରରେ ଲଗେଇବା ଉଚିତ। ସିଧାସଳଖ ବରଫ ଖଣ୍ଡ ଲଗେଇବା ଦ୍ୱାରା ମୁଖର କୋଶିକା ନଷ୍ଟ ହେବାର ସମ୍ଭାବନା ଥାଏ।

ice
୧. ମୁହଁରେ ବ୍ରଣ ସୃଷ୍ଟି ହେଉଥିଲେ, ଗୋଟେ ସ୍ୱଚ୍ଛ କପଡା ରେ ବରଫ ୪-୫ ଖଣ୍ଡ ବାନ୍ଧି ତାହାକୁ ଧୀରେ ଧୀରେ ମୁଁହରେ ଲଗେଇବା ଉଚିତ। ୩୦ ସେକେଣ୍ଡରୁ ଅଧିକ ସମୟ ବ୍ରଣ ହୋଇଥିବା ସ୍ଥାନରେ ଲଗେଇ ନ ରଖିବା ଦରକାର।
୨. ଆଖିର ତଳେ ହୋଇଥିବା କଳା ଦାଗକୁ ହଟେଇବାରେ ବରଫ ଖଣ୍ଡ ସାହାଯ୍ୟ କରିଥାଏ। ଏହାକୁ କପଡାରେ କିଛି ସମୟ ବାନ୍ଧି ଆଖିର ତଳ ଭାଗରେ ଲଗେଇ ରଖିବା ଦରକାର।

ice 1

୩. ଚେହରାରେ ହେଉଥିବା ଛିଦ୍ରକୁ ବନ୍ଦ କରିବା ପାଇଁ ଗୋଟେ ଛୋଟ ପତଳା ବ୍ୟାଗରେ ବରଫ ଖଣ୍ଡକୁ ପୁରେଇବା ପରେ ତାହାକୁ ଧୀରେ ଧୀରେ ଛିଦ୍ର ଠିନା ସ୍ଥାନରେ ଘଷିବା ଉଚିତ।
୪. ଆଇସ୍ କୁ ମେକଅପ ପ୍ରାଇମର ଭାବେର ମଧ୍ୟ ବ୍ୟବହାର କରିହୁଏ। ଗୋଟେ ସଫା କପଡ଼ାରେ ମୁହଁରେ ବରଫକୁ କିଛି ସମୟ ଘଷି ତାପରର ମେକଅପ କଲେ,ତାହା ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ।
୫. ବରଫ ଖଣ୍ଡ ମୁହଁରେ ରକ୍ତ ସଞ୍ଚାଳନକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ। ଯାହାଦ୍ୱାରା ମୁହଁର ଚମକ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ।

୬.ବରଫ ଖଣ୍ଡ ଜମିବା ପୂର୍ବରୁ ସେଥିରେ ନିମ୍ବ, ପୋଦିନା ,ଖୀରା ଏବଂ ଷ୍ଟ୍ରବେରିର କିଛି ଟୁକଡା ପକେଇ ଦେଲେ ,ତାହା ବରଫ ଖଣ୍ଡରେ ରହିଯାଏ। ସେ ବରଫ ଖଣ୍ଡରେ ନିଜ ମୁହଁର ମସାଜ୍ କଲେ, ତ୍ୱଚା ଅଧିକ ସୁନ୍ଦର ଦେଖାଯାଏ।
୭. ବରଫ ଖଣ୍ଡ ଚେହେରାକୁ ଶକ୍ତ କରିଥାଏ। ତେଣୁ ଏହା ଆଣ୍ଟି ଏଜେଣ୍ଟ ପ୍ରଡକ୍ଟ ଭଳି ମଧ୍ୟ କାମ କରେ।
୮.ବରଫ ଖଣ୍ଡକୁ ମୁହଁରେ ଲଗେଇବା ଦ୍ୱାରା ସୂର୍ଯ୍ୟର ଆଲୋକରୁ ମଧ୍ୟ ରକ୍ଷା ମିଳିଥାଏ। ଏହିଭଳି ଅତି ଛୋଟ ଛୋଟ ଜିନିଷ ବ୍ୟବହାର କରି ନିଜ ତ୍ୱଚା ଓ ଚେହରାର ଉତ୍ତମ ଯତ୍ନ ନିଆଯାଇପାରେ। ଏହି ସବୁ ଘରୋଇ ଉପଚାର ଅତ୍ୟନ୍ତ ଲାଭଦାୟକ ଅଟେ।

Leave a Reply

Your email address will not be published. Required fields are marked *