ଇମ୍ମୁନୁ ସିଷ୍ଟମ୍ ହେଉଛି ରୋଗପ୍ରତିରୋଧକ ଶକ୍ତି ଯାହାକି ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ଆବଶ୍ୟକୀୟ ଅଟେ। ଏହା ଆମ ଶରୀରକୁ ବାହାରର ବ୍ୟାକ୍ଟେରିଆ ଏବଂ ଭାଇରସ ଠାରୁ ରକ୍ଷା କରିଥାଏ। ଏହା ଯଦି କମଜୋର ହୋଇଥାଏ ତେବେ ଆମ ଶରୀର ବିଭିନ୍ନ ପ୍ରକାର ରୋଗର ଘର ପାଲଟି ଯାଏ। ବେଳେବେଳେ ଏହା ଏତେ ଦୁର୍ବଳ ହୋଇଯାଏ କି ତାହା ଆମ ଶରୀର ବିପକ୍ଷରେ କାମ କରିବା ଆରମ୍ଭ କରିଦିଏ। ଆନ୍ତତ୍ରାଇଟିସ୍ ଏବଂ ଡାଇବେଟିସ ଟାଇପ ୧ ଏହାର ଉଦାହରଣ ଅଟେ।
ଆଜିକାଲିର ଏହି ଯୁଗରେ ଖରାପ ଖାଦ୍ୟ, ଅତ୍ୟଧିକ ଷ୍ଟ୍ରେସ ଏବଂ ବୟସ ବଢିବା ଯୋଗୁଁ ଆମ ଶରୀରର ଇମ୍ମୁନୁ ସିଷ୍ଟମ୍ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଆଉ ଯଦି ବି ଆପଣ ଭାବୁଛନ୍ତି କି ଆପଣଙ୍କର ଇମ୍ମୁନୁ ସିଷ୍ଟମ୍ ସୁସ୍ଥ ଅଛି ତାହାଲେ ଏହା ମଧ୍ୟ କହିହେବ ନାହିଁ କି ଭବିଷ୍ୟତରେ ମଧ୍ୟ ଆପଣଙ୍କ ଇମ୍ମୁନୁ ସିଷ୍ଟମ୍ ସୁସ୍ଥ ସବଳ ରହିବ। ଇମ୍ମୁନୁ ସିଷ୍ଟମକୁ ବୁଷ୍ଟ୍ କରିବା ଏକ ନିରମିତ ପ୍ରୟାସ ହେବା ଦରକାର। ସେହି ବିଷୟରେ ଅଧିକ ଜାଣିବା ପାଇଁ ଆଉ ଇମ୍ମୁନୁ ସିଷ୍ଟମକୁ ସୁସ୍ଥ ସବଳ ରଖିବାର 5ଟି ଉପାୟ ଜାଣିବା ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।
ପ୍ରଥମ ଉପାୟ ହେଉଛି ଅସ୍ଵଗନ୍ଧାର ସେବନ।ଏହାକୁ ଭାରତୀୟ ଜିନ୍ସିଙ୍ଗ ମଧ୍ୟ କୁହାଯାଏ।ଇମ୍ମୁନୁ ସିଷ୍ଟମକୁ ପ୍ରାକୃତିକ ଭାବରେ ବୁଷ୍ଟ କରିବାରେ ଏହାର ପ୍ରମୁଖ ଭୂମିକା ରହିଛି। ଗୋଟେ ଗ୍ଲାସ କ୍ଷୀରରେ ଗୋଟେ ଚାମଚ ଅସ୍ଵଗନ୍ଧା ପାଉଡର ମିଶାଇ ଶୋଇବା ପୁର୍ବରୁ ପିଇବା ଅତ୍ୟନ୍ତ ଉପକାରୀ ସିଦ୍ଧ ହୁଏ।
ଦ୍ୱିତୀୟ ଉପାୟ ହେଉଛି ଗିଲଏ ବା ଅମ୍ରିତା ଯାହାକୁ ଅମୃତର ଜଡ ମଧ୍ୟ କୁହାଯାଏ। ଏହା ଆଣ୍ଟଅକ୍ସିଦାଣ୍ଟର ପାୱାର ହାଉସ ଅଟେ ଯାହା ଆମ ଶରୀରର ଫ୍ରୀ ରାଡ଼ିକାଲଙ୍କ ସହ ଭଲ ଭାବରେ ଲଢିଥାଏ ଏବଂ ଏହା ଟକ୍ସିନ୍ ବାହାରକୁ ବାହାରି ଯାଏ, ରକ୍ତ ସଫା ହୋଇଥାଏ ଓ ବ୍ୟାକ୍ଟେରିଆ, ଭାଇରସ ବି ମରିଯାଆନ୍ତି। ପାଣିରେ ଗିଲୟ ପାଉଡର ମିଶାଇ ସେବନ କରାଯାଏ।
ତୃତୀୟ ଉପାୟ ହେଉଛି ମିଣ୍ଟ ଡ୍ରିଙ୍କ। ଏହା ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନରେ କିଛି ପାଣି, ହଳଦୀ ଗୁଣ୍ଡ ଆଉ ପୋଦିନା ପତ୍ର ନେଇ ତାହାକୁ ଗରମ କରାଯାଏ ଓ ତାହା ଥଣ୍ଡା ହେଲା ପରେ ସେଥିରେ ମହୁ ମିଶାଇ ସେବନ କରାଯାଇଥାଏ।
ଚତୁର୍ଥରେ ଅଛି ହଳଦୀ ଯାହାର ପ୍ରଭାବ ସବୁଠାରୁ ଅଧିକ ପଡ଼ିଥାଏ। ଅବଶ୍ୟ ଏହାକୁ ଆମେ ଆମ ଦୈନନ୍ଦିନ ଜୀବନର ଖାଦ୍ୟରେ ବ୍ୟବହାର କରିଥାଉ କିନ୍ତୁ ଏହାର ଔଷଧୀୟ ପ୍ରଭାବ ବହୁତ୍ ଅଧିକ ଅଟେ। ରାତିରେ ଶୋଇବା ପୁର୍ବରୁ କ୍ଷୀର ସହ ମିଶାଇ ଏହାର ସେବନ କରିବା ଦ୍ୱାରା ଇମ୍ମୁନୁ ସିଷ୍ଟମ ଷ୍ଟ୍ରଙ୍ଗ ହୋଇଥାଏ।
ଲାଷ୍ଟରେ ରହିଛି ଅଁଳା ଯାହାକି ଭିଟାମିନ ସି ରେ ଭରପୁର ଆଊ ତାହାର ସିଧା ପ୍ରଭାବ ଆମ ଇମ୍ମୁନୁ ସିଷ୍ଟମ ଉପରେ ପଡ଼ିଥାଏ। ଦିନକୁ ଗୋଟିଏ ଅଅଁଳାର ସେବନ କରିବାଦ୍ୱାରା ଆପଣ ଇନ୍ଫେକ୍ସନରୁ ବଞ୍ଚି ପାରିବେ।