ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା ଲେମ୍ବୁ ପାଣିର ବିଶେଷତା ଆଉ ତାହା ଆମ ଶରୀର ଉପରେ କଣ ପ୍ରଭାବ ପକାଇଥାଏ। ଲେମ୍ବୁ ପାଣିକୁ ଆମେ ଆମ ଦୈନନ୍ଦିନ ଜୀବନରେ ବହୁତ୍ ବ୍ୟବହାର କରିଥାଉ କିନ୍ତୁ ଆମକୁ ଏହାର ଅସଲି ମହତ୍ତ୍ଵ ଜଣା ନାହିଁ। ଆଜି ଆମେ ଆପଣଙ୍କୁ ଲେମ୍ବୁ ପାଣିର ୧୧ଟି ଉପକାରିତା ବିଷୟରେ ଜଣାଇବାକୁ ଯାଉଛୁ। ପ୍ରଥମେ ଓଜନ କମ୍ କରିବା ପାଇଁ ଏହା ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହେଇଛି।
କିଛି ରିସର୍ଚ୍ଚ ଅନୁସାରେ ଲେମ୍ବୁରେ ଥିବା ତତ୍ତ୍ଵ ଆମ ଶରୀରର ସନ୍ତୁଳନ ରକ୍ଷା କରିଥାଏ ଯାହାଫଳରେ ଆମ ଓଜନ କମାଇବାରେ ଏହା ସହାୟକ ହୋଇଥାଏ। ସକାଳୁ ଉଠିବା ପରେ ଖାଲି ପେଟରେ ଗରମ ପାଣିରେ ଲେମ୍ବୁ ଚିପୁଡି ପିଇବା ଦରକାର। ଦ୍ୱିତୀୟରେ ଲେମ୍ବୁ ପାଣିର ସେବନ ଦ୍ବାରା ଆମ ତ୍ବଚାରେ ଚମକ ଦେଖାଦିଏ ଓ ଗ୍ଲୋ ମଧ୍ୟ କରିଥାଏ। ଏହାଛଡା ମୁହଁରେ ଥିବା ଦାଗ ମଧ୍ୟ ଦୂର ହେଇଥାଏ ଏବଂ ପିମ୍ପଲ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ।
ଲେମ୍ବୁକୁ ଆମେ କେଶରେ ମଧ୍ୟ ବ୍ୟବହାର କରିପାରିବା। ଡାନ୍ଦ୍ରୁଫ୍ ଜନିତ ସମସ୍ୟାର ସମାଧାନ ପାଇଁ କେଶ ମୂଳରେ ଲେମ୍ବୁ ରସ ଲଗାଯାଇଥାଏ। ଏହାଛଡା ଲେମ୍ବୁକୁ ମହୁ, ତେଲ, ଗ୍ଲିସେରିନ ଆଉ ଆଲୋବେରା ସହିତ ମିସେଇକି ମଧ୍ୟ ଲଗାଇ ପାରିବେ। ଆଉ ଲେମ୍ବୁ ପାଣିର ନିୟମିତ ସେବନ ଦ୍ବାରା ମଧ୍ୟ ଆମ କେଶ ଦୃଢ଼ ଆଉ ଘନିଷ୍ଟ ହେବ। ଲେମ୍ବୁରେ ଭିଟାମିନ- ସି ସହିତ ଅନେକ ମିନେରାଲ ଯେପରିକି ଆଇରନ,କ୍ୟାଲସିୟମ,ଫସଫରସ, ଜିଙ୍କ ଇତ୍ୟାଦି ମିଳିଥାଏ ଯାହାକି ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକୀୟ ଅଟେ।
ଆମ ପାଖରେ ପ୍ରାକୃତିକ ଜିନିଷ ଥିଲେ ମଧ୍ୟ ଆମେ ମାନେ କୃତିମ ଔଷଧ ଉପରେ ନିର୍ଭର କରୁଛନ୍ତି। ଲେମ୍ବୁ ପାଣିର ସେବନ ଦ୍ବାରା ଆମକୁ ବହୁତ୍ ଏହି ଭଳି ଆବଶ୍ୟକୀୟ ଜିନିଷ ମିଳିବା ସହ ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଯିବ। ଯେପରିକି କିଡନୀରେ ହେଉଥିବା ଷ୍ଟୋନର ଆକାର ଛୋଟ କରିବାରେ ଏହା ସହାୟତା କରିଥାଏ। ମଧୁମେହ ରୋଗୀଙ୍କୁ ଏହା ତତକ୍ଷଣାତ୍ ଶକ୍ତି ପ୍ରଦାନ କରିଥାଏ। ଲେମ୍ବୁ ପାଣି ଆମ ଶରୀରରେ ଇସୁଲିନର ସନ୍ତୁଳନ ବଜାଇ ରଖିଥାଏ।ଲେମ୍ବୁ ପାଣି ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ମଧ୍ୟ ସହାୟତା କରିଥାଏ।
ଲେମ୍ବୁ ପାଣି ଆମ ଗଳା ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ଶୁଖିଲା କାଶ , ଅର୍ଶ ଆଦି ସମସ୍ୟା ଦୂର କରିବା ପାଇଁ ମଧ୍ୟ ଲେମ୍ବୁ ପାଣି ବ୍ୟବହାର କରାଯାଇପାରିବ। ଲେମ୍ବୁର ଆଉ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାମ ହେଉଛି ଏହା ଏହା ଆମର ମାଢିକୁ ଶକ୍ତ କରିବା ସହ ଦାନ୍ତକୁ ମଧ୍ୟ ହଳଦିଆ ହେବାରୁ ବଞ୍ଚାଇଥାଏ।
ଲେମ୍ବୁ କ୍ୟାନସର କୋଷିକାକୁ ଆମ ଶରୀରରେ ବଢିବାକୁ ଦେଇନଥାଏ ଏବଂ କେମୋଥେରାପି ସମୟରେ ଏହା ଏକ ଏନର୍ଜି ଡ୍ରୀଙ୍କର କାମ କରିଥାଏ।ଲେମ୍ବୁ ଆମ ଶରୀରର ସ୍ତ୍ରେଶ କୁ କଣ୍ଟ୍ରୋଲ କରିବା ସହ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।