ଆଜିକାଲି ର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ଶିଶୁ ର ମନ ଅସ୍ଥିର। ପ୍ରତ୍ୟେକ ଶିଶୁ କୌଣସି ଏକ ଵିଷୟ ପ୍ରତି ନିୟମିତ ଭାବରେ ଧ୍ୟାନ କୈନ୍ଦ୍ରିକ କରି ରଖିବାରେ ଅସମର୍ଥ। ଶିଶୁ ମନଙ୍କର ବାଲ୍ୟ ଅବସ୍ଥାରୁ ବୁଦ୍ଧି ପ୍ରଖର ରହିଥାଏ। ସେମାନେ ସଦା ସର୍ବଦା ଚଞ୍ଚଳ ରହିଥାନ୍ତି। ମାତ୍ର ନିଜ ମନକୁ ଅନ୍ୟ ଦିଗରେ ଦେଇ ନିଜ ସମୟ ନଷ୍ଟ କରିବା ଶିଶୁ ମାନଙ୍କ ର ଏକ ବିରାଟ ସମସ୍ୟା।
ପ୍ରତ୍ୟେକ ଲୋକଙ୍କ ପ୍ରଥମ ଭୁଲ ହେଉଛି କି ସେମାନଙ୍କ ମନରେ ନିଜ ଭବିଷ୍ୟତକୁ ନେଇ ଅନେକ ପ୍ରକାରର ଲକ୍ଷ୍ୟ ରହିଥାଏ। ସେ ବିଭିନ୍ନ ଦିଗରେ ନିଜ ଲକ୍ଷ୍ୟ ହାସଲ କରିବାରେ ଲାଗିଥାନ୍ତି। ମାତ୍ର ଏହା ସେମାନଙ୍କ ପାଇଁ ଅତି ଭୟଙ୍କର ସାବ୍ୟସ୍ତ ହୋଇଥାଏ। ସେମାନେ ବୁଝିବା ଉଚିତ ଯେ ମନୁଷ୍ୟ ର ଲକ୍ଷ୍ୟ ଗୋଟିଏ ହେବ ଦରକାର ଏବଂ ସେ ସଦା ସର୍ବଦା ତାହାକୁ ପାଇବା ଲାଗି ବ୍ୟାକୁଳ ହେବା ଦରକାର।
ଜଣେ ଅଥର ଗ୍ୟାରୀ କେଲର୍ ଙ୍କ ମତରେ ଆମ ସମାଜରେ ୩ ପ୍ରକାରର ଲୋକ ଅଛନ୍ତି। ପ୍ରଥମ ହେଉଛନ୍ତି ଯିଏ କି ବହୁତ କିଛି ଭାବନା ରଖିଥାନ୍ତି, ହେଲେ କିଛି କାମ କରି ପାରନ୍ତିନି। ଦ୍ୱିତୀୟ ଲୋକ ହେଉଛନ୍ତି ସେମାନେ,ଯିଏ ଏକା ସମୟରେ ଅନେକ କାମ କରିବା ପାଇଁ ଚେଷ୍ଟା କରନ୍ତି। ସେମାନେ ଚାହାନ୍ତି କି ସବୁ କାମ ଏକା ସମୟରେ ସାରିଯାଉ। ତୃତୀୟରେ ଆସନ୍ତି ସେମାନେ,ଯିଏ ନିଜ ଜୀବନରେ କେବଳ ଗୋଟିଏ ମାତ୍ର ଲକ୍ଷ୍ୟ ଧରି ଚାଲନ୍ତି। ସେମାନେ ନିଜ ଜୀବନର ପ୍ରତ୍ୟେମ ମୁହୂର୍ତ୍ତ ନିଜ ଲକ୍ଷ୍ୟ ହାସଲ କରିବାରେ ଲଗାଇ ଦେଇଥାନ୍ତି।
ପ୍ରଥମ ପ୍ରକାରର ଲୋକ କେବେ ବି ଜୀବନରେ ସଫଳ ହୋଇପରନ୍ତିନି। ଦ୍ୱିତୀୟ ପ୍ରକାରର ଲୋକ ସମାଜରେ ମଧ୍ୟମ ଧରଣର ଜୀବିକା ନିର୍ବାହ କରି ନିଜ ଜୀବନ କଟାଇଥାନ୍ତି। ତୃତୀୟ ପ୍ରକାରର ଲୋକ ଜୀବନରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଥାନ୍ତି ଏବଂ ନିଜ ମନ ମୁତାବକ ଜୀବନ ବିତାଇ ପାରନ୍ତି।
ଗୋଟିଏ କାମ ଉପରେ ଅଧିକ ପ୍ରଭାବ ଦେଇ କାର୍ଯ୍ୟ କଲେ ତାହା ନିଶ୍ଚିତ ସଫଳ ହୁଏ। ମାତ୍ର ଯେଉଁମାନେ ଦିନ ସାରା ଏକାଧିକ କାମ କରିବାରେ ଵ୍ୟସ୍ତ ରହୁଛନ୍ତି, ସେମାନେ କେବେ ବି ସଠିକ ଭାବରେ କିଛି କରି ପାରିବେ ନାହିଁ। ତାଙ୍କ କାମ କରିବା ଗତି ମଧ୍ୟ କମିଯାଇଥାଏ। ଫଳସ୍ୱରୂପ ସେମାନେ ଅନ୍ତିମରେ ଖରାପ ଫଳ ହିଁ ପାଇଥାନ୍ତି।
ଅନ୍ୟ ଏକ କଥା ହେଉଛି ନିଜକୁ ନିୟାତ୍ରଣ ଓ ସଂଯମ ରଖିବା। ନିୟମିତ ଭାବରେ ନିଜେ ଖରାପ ଅଭ୍ୟାସ କୁ ଲେଖି ରଖିବା ଓ ଏହାକୁ ସୁଧାରିବାକୁ ଚେଷ୍ଟା କରୁବା। ତହେଲେ ଯାଇ ଆପଣ ନିଜକୁ ପରିବର୍ତ୍ତନ କରି ପାରିବେ। ନିଜର ଖରାପ ସମୟକୁ ନ ଦେଖି ନଜ ମନ ମୁତାବକ ଲକ୍ଷ୍ୟ ଠିକ କରିବା ଦରକାର। ନିଜ ଲକ୍ଷ୍ୟ ହାସଲ ପାଇଁ ପ୍ରତ୍ୟେକ ଦିନ ୫-୬ ଘଣ୍ଟା ଦେବା ଦରକାର। ନିଜର ଇଚ୍ଛା ଶକ୍ତି ମନୁଷ୍ୟକୁ ଏକ ଉତ୍ତମ ମାର୍ଗ ଦେଖାଇଥାଏ। ତେଣୁ ନିଜ ଇଚ୍ଛା ଶକ୍ତିକୁ ଦୃଢ଼ କରି ସକାଳ ସମୟରୁ ନିଜ ଲକ୍ଷ୍ୟ ହାସଲ ପାଇଁ ପରିଶ୍ରମ ଅରମ୍ଭ କରିଦେବ ଉଚିତ। ଅନ୍ୟର କଥାକୁ ଦୃଷ୍ଟି ନ ଦେଇ ନିଜ ଲକ୍ଷ୍ୟ ପଥରେ ଆଗେଇଯିବା ଦରକାର। ଏ ଖରାପ ସମୟ ଦିନେ ନା ଦିନେ ଚାଲିଯିବ। ସେଥିଲାଗି ଧାର୍ଯ୍ୟ ଓ ସାହସ ଆବଶ୍ୟକ।