child

ଶିଶୁଙ୍କ ଶରୀର ପାଇଁ କିଛି ଉପଯୋଗୀ କଥା – କିପରି ଶିଶୁଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେଉଛି ଏଲୋଭେରା – ଜଣାନ୍ତୁ |

HEALTH

ଆମେ ଜାଣିଛେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଉତ୍ତମ ସ୍ୱାସ୍ଥ୍ୟ ଉତ୍ତମ ଜୀବନର ପରିଚୟ ହୋଇଥାଏ। ଛୋଟ ଶିଶୁଙ୍କ ଠୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଉତ୍ତମ ପୋଷକଜାତ ଖାଦ୍ୟ ଆବଶ୍ୟକ। ଆମେ ନିଜର ତ୍ୱଚା ପାଇଁ ବ୍ୟବହାର କରୁଥିବା ଏଲୋଭେରା ଅନ୍ୟ ବହୁତ କାମରେ ବ୍ୟବହାର କରିହୁଏ। କିଶୋର ମାନଙ୍କ ଶରୀର ପାଇଁ ଏଲୋଭେରା ଉତ୍ତମ ଅଟେ। ସେଥିଲାଗି ସେମାନେ ବିଭିନ୍ନ ପ୍ରକାରର ଉପାୟରେ ଏହାକୁ ବ୍ୟବହାର କରିଥାନ୍ତି।

ମାତ୍ର କୁହାଯାଏ ଯେ ଏହି ଏଲୋଭେରା ଶିଶୁ ମାନଙ୍କ ପାଇଁ ଲାଭଦାୟକ ଅଟେ। ତେବେ ଆସନ୍ତୁ ଜାଣିବା କିପରି ଆମେ ଏହାକୁ ଶିଶୁ ମାନଙ୍କୁ ସେବନ କରାଇପାରିବା। ଏଲୋଭେରା ଜେଲ୍ ଶିଶୁ ମାନଙ୍କ ଶରୀର ପାଇଁ କ୍ଷତି କାରକ ନୁହେଁ। ଆମେ ସାଧାରଣତଃ ଶିଶୁଙ୍କୁ ଖରାରେ ବାହାରକୁ ନେଲେ,ସେମାନଙ୍କ ଶରୀର ରେ ଲାଲ ରଙ୍ଗର ଡ୍ରାଏ ମାର୍କ ହୋଇଯାଏ। ସେଥିରୁ ମୁକ୍ତି ପାଇବା ପାଇଁ ଘରୁ ବାହାରକୁ ଯିବା ଆଗରୁ ଶିଶୁମାନଙ୍କ ଶରୀର ରେ ଏଲୋଭେରା ଜେଲ୍ ଲଗେଇବା ଉଚିତ।

babyy
ମଶା କାମୁଡିବା ଦ୍ୱାରା ଶିଶୁ ମାନଙ୍କ ଶରୀରରେ ଯନ୍ତ୍ରଣା ଦେଇଥାଏ। ଲାଲ ରଙ୍ଗ ହୋଇ କୁଣ୍ଡେଇ ହେବା ମଧ୍ୟ ଆରମ୍ଭ ହୋଇଯାଏ। ସେଥିରୁ ମୁକ୍ତି ପାଇବା ଲାଗି ଏଲୋଭେରା ଜେଲ୍ ଲଗାଇବା ଉଚିତ। ତାହା ଶିଶୁର ଶରୀରକୁ ଆରାମ ଦେଇଥାଏ। ଦୈନନ୍ଦିନ ଜୀବନରେ ଛୋଟ ଶିଶୁ ମାନେ କେଉଁଠି ପଡିଗଲେ,ଦେହରେ କ୍ଷତ ହୋଇଥାଏ ବା ସେମାନେ ଆଘାତ ପାଇଥାନ୍ତି। କେଉଁ ଗରମ ଜିନିଷ ସଂସ୍ପର୍ଶରେ ଆସିଲେ ଶରୀରରେ ଫୋଟକା ହୋଇଯାଏ। ଏହି ସବୁ ସମସ୍ୟାରୁ ବହୁତ ଆରାମ ଦେଇଥାଏ ଏଲୋଭେରା ଜେଲ୍।

alovera
ଛୋଟ ଶିଶୁ ମାନଙ୍କୁ ଏକ୍ସିମା ହେବାର ସମ୍ଭାବନା ରହିଥାଏ। ଏହା ହେବା ଦ୍ୱାରା ଦେହରେ ଡ୍ରାଏ ନେସ୍ ଦେଖାଯାଏ। ଚର୍ମ ଶୁଖିଲା ରହିଥାଏ। ଶିଶୁଙ୍କର ଡାଇପର୍ ରାସ୍ ଭଳି ଅସୁବିଧା ଦେଖା ଦିଏ। ସେଥିରୁ ମୁକ୍ତି ପାଇବା ଲାଗି ଏଲୋଭେରା ଜେଲ୍ ଉତ୍ତମ ଅଟେ। ଏଲୋଭେରା ଜୁସକୁ ଆମେ ଶିଶୁଙ୍କ କେଶରେ ମଧ୍ୟ ଲଗାଇ ପରିବା। ଏହା ଦ୍ୱାରା କେଶର ଉତ୍ତମ ବୃଦ୍ଧି ଘଟିଥାଏ।

ଏଲୋଭେରା ଜୁସ ଶିଶୁଙ୍କ ଖାଦ୍ୟ ହେବା ପାଇଁ ଅନୁପଯୁକ୍ତ ଅଟେ। ଏହାକୁ ସେମାନେ ଖାଦ୍ୟ ଭାବରେ ଗ୍ରହଣ କରିବା ଶରୀର ପାଇଁ ପ୍ରଯୁଜ୍ୟ ନୁହେଁ। ମା ଖାଉଥିବା ପ୍ରତ୍ୟେକ ଖାଦ୍ୟ ପ୍ରୋଟିନ ଆକାରରେ ଶିଶୁ ଶରୀରକୁ କ୍ଷୀର ମାଧ୍ୟମରେ ଯାଇଥାଏ। ତେଣୁ ଶିଶୁର ମା’ଙ୍କୁ ମଧ୍ୟ ଏଲୋଭେରା ଜୁସ ପିଇବା ଉଚିତ ନୁହେଁ।

ପ୍ରେଗନାଣ୍ଟ ମହିଳା ମାନେ ଏହାର ଜୁସକୁ ପିଇବା ମଧ୍ୟ ଅନୁଚିତ। କିଛି ଶିଶୁଙ୍କ ଶରୀରରେ ରାସ୍ ଦେଖା ଯିବାର ସମ୍ଭାବନା ଥାଏ। ତେଣୁ ପ୍ରଥମରୁ ସେପରି କିଛି ଅସୁବିଧା ହେଲେ, ଦ୍ୱିତୀୟ ଥର ଏଲୋଭେରା ଜେଲ୍ କୁ ଲଗେଇବା ଉଚିତ ନୁହେଁ।

Leave a Reply

Your email address will not be published. Required fields are marked *