ଶରୀର ଓ ସ୍ୱାସ୍ଥ୍ୟ ପରସ୍ପର ପାଇଁ ଏକାନ୍ତ ଆବଶ୍ୟକ। ଉତ୍ତମ ସୌନ୍ଦର୍ଯ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ମନୁଷ୍ୟ ପାଇଁ ଜରୁରୀ ଅଟେ। ସେଥିପାଇଁ ଅନେକ ପ୍ରକାରର ପଦ୍ଧତି ଅବଲମ୍ବନ କରିବାକୁ ପଡିଥାଏ। ଦୈନନ୍ଦିନ ଜୀବନରେ ଖାଦ୍ୟ ଭାବରେ ବ୍ୟବହାର କରୁଥିବା ଅନେକ ପନିପରିବା ,ଫଳମୂଳ ଆମ ଶରୀର ପାଇଁ ଏକାନ୍ତ ଆବଶ୍ୟକ। ଶରୀର କୁ ସୁସ୍ଥ, ସବଳ ଓ ସୁନ୍ଦର ରଖିବାରେ ଏହି ପନିପରିବା ନିତ୍ୟ ଦରକାରୀ।
ସେଥିମଧ୍ୟରୁ କାକୁଡ଼ିକୁ ବହୁଳ ଭବରେ ବ୍ୟବହାର କରିଯାଇଥାଏ। ତେବେ ଆସନ୍ତୁ ଆଲୋଚନା କରିବା କାକୁଡ଼ିର ଉପାଦେୟତା ସମ୍ପର୍କରେ। କାକୁଡ଼ିରେ ଭିଟାମିନ-ବି, ଭିଟାମିନ-ସି, ଭିଟାମିନ-ଇ, ଭିଟାମିନ-କେ , ପୋଟାସିୟମ, କ୍ୟାଲସିୟମ, ଫସଫରସ, ଆଇରନ ଆଦି ରହିଥାଏ। ଏସବୁ ଶରୀରକୁ ବିଭିନ୍ନ ଆବଶ୍ୟକୀୟ ପ୍ରୋଟିନ ଯୋଗାଇଥାଏ।
କାକୁଡ଼ିରେ ଅଧିକ ଫାଇବାର ରହିଥାଏ ଏବଂ ଫ୍ୟାଟର ପରିମାଣ କମ୍ ଥାଏ। ଏହା କୋଲେଷ୍ଟିରଲର ମାତ୍ର ଶରୀରରେ କମ୍ କରିଥାଏ। ଶରୀରରେ ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ଶରୀରରେ ଦେଖା ଯାଉଥିବା ଗ୍ୟାସ୍ ଓ ଏସିଡିଟି ଭଳି ସମସ୍ୟାରୁ ମଧ୍ୟ ଆରମ୍ଭ ଦେଇଥାଏ। ଶରୀରରେ ରକ୍ତ ଚାପର ମାତ୍ର ମଧ୍ୟ କମ୍ କରଥାଏ। ଏଥିରେ ଭିଟାମିନ-କେ ,ସିଲିକା ଓ କ୍ୟାଲସିୟମ ଆଦି ରହିଥିବା ଯୋଗୁଁ ଏହା ଦାନ୍ତ ଓ ହାଡ଼ ଆଦି ଶକ୍ତ କରିଥାଏ।
ହାର୍ଟଷ୍ଟ୍ରୋକ ହେବାର ସମ୍ଭାବନା ମଧ୍ୟ କମେଇ ଦେଇଥାଏ। ଶରୀରରେ ମଧୁମେହ ରୋଗକୁ ମଧ୍ୟ ନିୟନ୍ତ୍ରଣ କରଥାଏ। କାକୁଡ଼ିର ମଞ୍ଜି ଅଲସର ଭଳି ରୋଗ ଭଲ କରିବାରେ ସହାୟକ ହୋଇଥାଏ। ଶରୀରର ଓଜନ କମାଇବା ଲାଗି କାକୁଡ଼ି ଖାଇବା ନିହାତି ଜରୁରୀ। ଏହା ଦ୍ୱାରା ପାଚନ ପଦ୍ଧତି ସଠିକ ଭାବରେ ହୋଇଥାଏ। ନିଶ୍ୱାସ ପ୍ରଶ୍ଵାସ ଜନିତ ସମସ୍ୟାକୁ କାକୁଡ଼ି ଦୂର କରିଥାଏ।
ଶରୀରରେ କ୍ୟାନ୍ସର କୋଷକୁ ମାରି କ୍ୟାନ୍ସର ରୋଗ ହେବାକୁ ମଧ୍ୟ ଦେଇ ନଥାଏ। ମୂତ୍ର କୋଷ ରେ ପଥର ହେବାର ସମସ୍ୟାକୁ କାକୁଡ଼ି ସେବନ ଦୂର କାରିଥାଏ। ତ୍ୱଚାର ଉତ୍ତମ ବୃଦ୍ଧି ଓ ଉଜ୍ଜ୍ୱଳ ରହିବା ଲାଗି କାକୁଡ଼ି ଲଗାଇ ରଖିବା ଉଚିତ। ଏହା ଦ୍ୱାରା ଚର୍ମର ଛିଦ୍ର ବନ୍ଦ ହୋଇଯାଏ। ଆଖି ତଳେ ହେଉଥିବା କଳା ଦାଗକୁ ମଧ୍ୟ ଏହା ଭଲ କରି ଦେଇଥାଏ।
କାକୁଡ଼ି ଜୁସକୁ କେଶରେ ଲଗାଇଲେ କେଶ ଶକ୍ତ ହୋଇଥାଏ ଏବଂ ସତେଜ ରହିଥାଏ। ଏହିପରି ଭାବରେ କାକୁଡ଼ି କୁ ବ୍ୟବହାର କରିବା ଦ୍ୱାରା ଆମର ଅନେକ ସୁବିଧା ହୋଇଥାଏ। ସ୍ୱାସ୍ଥ୍ୟ ଉତ୍ତମ ରହିଲେ ମାନବ ସମାଜର ବିକାଶ ହୋଇଥାଏ।