ଉତ୍ତମ ଜୀବନ ପାଇଁ ଉତ୍ତମ ସ୍ୱାସ୍ତ୍ୟ ଆବଶ୍ୟକ ହୋଇଥାଏ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଉତ୍ତମ ପୋଷକ ଜାତ ଖାଦ୍ୟପେୟରେ ରହିଥାଏ। ତେବେ ଆସନ୍ତୁ ଜାଣିବା କଣ ହୋଇପାରେ ଅଧିକ ପୋଷକ ଜାତ ଖାଦ୍ୟ ଏବଂ କିପରି କରିବେ ଏହାର ପ୍ରସ୍ତୁତି।
୧. ପାଣିରେ ଗରମ ହୋଇ ଫୁଟି ଯାଇଥିବା ୨୦୦ଗ୍ରାମର ଚଣା ମଟର ନିଅନ୍ତୁ। ଏହାକୁ ଗୋଟିଏ ପାତ୍ରରେ ରଖି ସେଥିରେ ୨ପାଖୁଡା ରସୁଣ ପକାନ୍ତୁ। ସେଥିରେ ୫୦ଗ୍ରାମ ଦହି ଓ ଅଧା ଚାମଚ ଲୁଣ, ଅଧା ଚାମଚ ଚିଲ୍ଲି ପାଉଡର ଓ ଟିକେ ପାଣି ମିଶାଇ ଭଲ ଭାବରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ୨ ଟି ବ୍ରାଉନ ବ୍ରେଡ଼ର ଟୋଷ୍ଟ ତିଆରି କରନ୍ତୁ। ତାହାକୁ ସିଧା କରି ଖଣ୍ଡ କରି ଭାଗ ଭାଗ କରନ୍ତୁ। ଏହି ବ୍ରେଡ଼କୁ ଏବେ ଆପଣ ଗ୍ରାଇଣ୍ଡିଂ କରିଥିବା ଖାଦ୍ୟ ସହ ମିଶେଇ ଖାଇ ପାରିବେ।
୨. କମ୍ ଫ୍ୟାଟ ଥିବା ପନିର ୧୦୦ଗ୍ରାମରେ ୨ ଚାମଚ ବାର୍ବେକ୍ୟୁ ସସ୍ ମିଶେଇ ତାହାକୁ ଗୋଳାଇ ଦିଅନ୍ତୁ। ୨ଟି ବ୍ରାଉନ ବ୍ରେଡ଼ ଉପରେ ତାହାକୁ ଭଲ ଭାବରେ ଖେଳାଇ ଦିଅନ୍ତୁ ଏବଂ ତା ଉପରେ ୨ଟି ଅମୂଳ ଦହିର ପରସ୍ତ ଦେଇ ଦିଅନ୍ତୁ। ୩-୪ ମିନିଟ ଯାଏଁ ତାକୁ ମିଶିବା ପାଇଁ ଛାଡ଼ି ଦିଅନ୍ତୁ। ଏବେ ଅପଣଙ୍କ ଖାଦ୍ୟ ପ୍ରସ୍ତୁତ।
୩. ଗୋଟିଏ କଦଳୀ ନେଇ ତାହାକୁ ଛୋଟ ଛୋଟ କରି କାଟନ୍ତୁ। ସେଥିରେ ଡାଲିମ୍ବ ୫୦ଗ୍ରାମର ମିଶାନ୍ତୁ। ଅନ୍ୟ ଏକ ବଟଲ ରେ ଗରମ କ୍ଷୀର ୧୫୦ଗ୍ରାମ ସହ ହୁଈ ଗୋଟିଏ ଚାମଚ ମିଶାଇ ତାହାକୁ ଭଲ ଭାବରେ ଘାଣ୍ଟି ଦିଅନ୍ତୁ। ତାହାକୁ କଦଳୀ ଓ ଡାଲିମ୍ବ ଥିବା ପାତ୍ରରେ ମିଶାଇ ଦିଅନ୍ତୁ। ଏବେ ଆପଣ ଏହାକୁ ଖାଦ୍ୟ ଭାବରେ ବ୍ୟବହାର କରି ପାରିବେ।
୪. ୪୦ଗ୍ରାମର ଓଟସ୍ ରେ ୨୫୦ଗ୍ରାମର କ୍ଷୀର ମିଶାନ୍ତୁ। ୩-୪ ମିନିଟ ଶିଝେଇ ଦିଅନ୍ତୁ। ସେଥିରେ ପିନଟ ଵଟର ୨ଟି ଚାମଚ ମିଶାନ୍ତୁ। ୩ଟି ଡେଟସ୍ କୁ ଛୋଟ ଛୋଟ କରି କାଟି ସେଥିରେ ସିନମୋନ ପାଉଡର ସହ ତାକୁ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କ ପ୍ରୋଟିନ ଜାତ ଖାଦ୍ୟ ପ୍ରସ୍ତୁତ।
୫. ୧୦୦ଗ୍ରାମର ମୁଗକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ। ଗୋଟିଏ ପିଆଜ ଓ ଗୋଟିଏ ଟମାଟକୁ ଛୋଟ ଛୋଟ କରି କାଟି ମୁଗ ସହ ମିଶାଇ ଦିଅନ୍ତୁ। ସେଥିରେ ଲେମନ ଜୁସ ଓ ଅଧା ଚାମଚ ଚାଟ୍ ମସଲା ଭଲ ଭାବରେ ମିଶାଇ ଖାଆନ୍ତୁ।
୬. ଗୋଟିଏ ଲେଖାଏଁ ପିଆଜ,ଟମାଟୋ ଓ ଲଙ୍କାକୁ କାଟି ଛୋଟ ଛୋଟ କରି ଦିଅନ୍ତୁ। ଅଧା ଚାମଚ ଅଲିଭ ଅଏଲ ରେ ସେହି ପିଆଜ ଓ ଲଙ୍କାକୁ ପକେଇ କିଛି ସମୟ ଗରମ କରନ୍ତୁ, ଯେ ପର୍ଯ୍ୟନ୍ତ ପିଆଜ ବ୍ରାଉନ ରଙ୍ଗ ଦେଖା ନ ଯାଇଛି। ତାପରେ ସେଥିରେ ଟମାଟୋ , ଚିଲ୍ଲି ପାଉଡର, ହଳଦୀ ଓ ଲୁଣ ପକାନ୍ତୁ। ୪-୫ ମିନିଟ ଯାଏଁ ତାକୁ ଗରମ କରନ୍ତୁ। ସେଥିରେ କମ୍ ଫ୍ୟାଟ ଥିବା ପନିର ୧୦୦ଗ୍ରାମ ଓ ଛୋଟ ଛୋଟ କରି କଟା ଯାଇଥିବା ଧନିଆପତ୍ର ପକାଇ ଘାଣ୍ଟି ଦିଅନ୍ତୁ। ଗୋଟିଏ ମିନିଟ ଯାଏଁ ଗରମ କରିବା ପରେ ତାହାକୁ ୨ଟି ବ୍ରାଉନ ବ୍ରେଡ଼ର ଟୋଷ୍ଟ ଉପରେ ମାରି ଖାଆନ୍ତୁ।
୭. ଅଧା ଗରମ ୨୫୦ଗ୍ରାମର କ୍ଷୀର ସହ ୪୦ଗ୍ରାମ ଓଟସ ମିଶାନ୍ତୁ। ପିନଟ ଵଟର ୨ ଚାମଚ , ଅଧା ଖଣ୍ଡ କଦଳୀ ଓ ଗୋଟିଏ ଚାମଚ କୋକା ପାଉଡର ସେଥିରେ ମିଶାନ୍ତୁ। ତାହାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ପିଅନ୍ତୁ।