ଯକୃତ ଆମ ଶରୀରର ଏକ ବହୁତ୍ ବିଶେଷ ଅଙ୍ଗ। ପ୍ରତି ମିନିଟରେ ଯକୃତ ଦେଇ ୧ ରୁ ୧.୫ ଲିଟର ରକ୍ତ ସଞ୍ଚାଳନ କରେ। ଏହା ଆମ ଶରୀରରେ ସବୁବେଳେ କାମ କରିଥାଏ। ସେଥିପାଇଁ ଏହାକୁ କିପରି ସୁସ୍ଥ ରଖିବା ତାହା ନିହାତି ଜାଣିବା ଉଚିତ୍। ଆସନ୍ତୁ ଜାଣିବା କିପରି ଯକୃତ ଭଲ ରହିବ।ଆମ ଶରୀର ମଧ୍ୟରେ ଅକ୍ସିଡେସନ ହୋଇଥାଏ। ଅକ୍ସିଡେସନ ହେଲେ ଆମ ଶରୀରରେ ଥିବା ଖରାପ ଜିନିଷ ଶରୀର ବାହାରକୁ ଆସିଥାଏ।
ପ୍ରଥମ ଖାଦ୍ୟ ଯାହାକୁ ଆମେ ଆମ ନିତିଦିନ ଖାଦ୍ୟରେ ଖାଇପରିବା ତାହା ହେଉଛି ଅଦା ଏହା ଆମ ଯକୃତ ପାଇଁ ବହୁତ୍ ଭଲ। ପାରାସିଟାମଲ ଏକ ଆମ ଭାରତରେ ଏକ ଜଣାଶୁଣା ଔଷଧ ଅଟେ।ଏହା ଏକ ହେପୋଟକ୍ସିକ ଅଟେ ଏହା ଯକୃତ ପାଇଁ ଭଲ ନୁହେଁ।
ଅଦା ଏକ ଏପରି ଖାଦ୍ୟ ଯାହା ପରାସିଟାମଲ କରୁଥିବା କ୍ଷତିକୁ ଭଲ କରେ।ଆମେ ଅଦା ଖାଇଲେ ଆମ ଶରୀରରେ ଅକ୍ସିଡେସନ୍ ହୋଇଥାଏ ଏବଂ ଏହାଦ୍ବାରା ଆମ ଶରୀରରୁ ଖରାପ ପଦାର୍ଥ ବାହାରିଯାଇଥାଏ।
ବିଟ ଏହା କୁ ମଧ୍ୟ ଆମ ଦୈନିକ ରୋଟିନରେ ଖାଇବା ଆବଶ୍ୟକ। ବିଟ ରେ ଏକ ଫାଇବର ଥାଏ ଏଥିରେ ପେକ୍ଟାଇନ ଏନଯାଇମ୍ ରହିଛି।ଏହା ଟକ୍ସିନ କୁ ଆଣିଥାଏ ଓ ଏହାର ଆମ ଶରୀର ପାଇଁ ବହୁତ୍ ଦରକାର।ଆଖରୋଟ୍ ଏହା ଆମ ଶରୀର ପାଇଁ ବହୁତ୍ ଦରକାର। ଯେଉଁମାନେ ଅଲ୍କୋହୋଲ ନିଅନ୍ତି ସେମାନଙ୍କ ଯକୃତରେ ଟ୍ରୋମ ଜମା ହୋଇଥାଏ। ଆଖରୋଟ ରେ ଏକ ପ୍ରକାର ଏନଯାଇମ୍ ରହିଛି ଯାହା ଯକୃତରେ ଥିବା ଟ୍ରୋମାକୁ ନିୟନ୍ତ୍ରଣ କରେ ଏବଂ ଧୀରେ ଧୀରେ ହ୍ରାସ କର।
ପାଳଙ୍ଗ ଶାଗ ଏହାକୁ ମଧ୍ୟ ଆମେ ନିୟମିତ ଖାଇଲେ ସ୍ଵାସ୍ଥ୍ୟ ପାଇଁ ବହୁତ୍ ଭଲ।ଏହି ଶାଗର ଯେଉଁ ଗ୍ରୀନ କଲର ରହିଥାଏ ତାହା ଆମ ଶରୀର ପାଇଁ ଦରକାର।ସେହି ଗ୍ରୀନ କଲରରେ କ୍ଲୋରୋଫିଲ ପିଗମେଣ୍ଟ ରେ ହୋଇଥାଏ।ଆମେ ଦିନ ସାରା ଠିକ୍ ଠାକ୍ ଖାଦ୍ୟ ଖାଇନଥାଆନ୍ତି ବହୁତ୍ ତେଲ ମସଲା ଖାଇଥାନ୍ତି ଏହି ଖରାପ ଖାଦ୍ୟକୁ କ୍ଲୋରଫିଲ ଆମ ଶରୀରରେ ନିଉଟ୍ରାଲ କରେ।ଏହାକୁ ଆମେ ଯେପରି ଖାଇଲେ ଚଳିବ।
ହଳଦୀ ଏହା ମଧ୍ୟ ଯକୃତ ପାଇଁ ଏକ ଭଲ ଜିନିଷ।ଏହାକୁ ସମସ୍ତଙ୍କ ଘରେ ମିଳିଥାଏ। ହଳଦୀରେ ଏକ ଆକ୍ଟୀଭ ଇନଗ୍ରୀଡିଏଣ୍ଟ ମିଳେ ଯାହାର ନାମ ସର୍କୁମେନ୍ ଥାଏ ଏହା ଆମ ଯକୃତକୁ ଭଲ ରଖେ।ଏବେ ଏହି ଔଷଧ ମଧ୍ୟ ବଜାରରେ ମିଳିଲାନି। ହଳଦୀ ଖାଇଲେ ମଧ୍ୟ ଏହା ଆମକୁ ବିଭିନ୍ନ ଦୁଶ୍ଚିନ୍ତା ରୁ ଦୂର କରେ।ଆମେ ଭାରତୀୟ ହଳଦୀ ର ଆବଶ୍ୟତାଗୁଡିକ ଛୋଟବେଳୁ ଜାଣିଛନ୍ତି। ଏହା ଆମ ଚର୍ମକୁ ମଧ୍ଯ ଭଲ ରଖେ। ଯେଉଁମାନେ ମସଲା ଖାଉନାହାନ୍ତି ସେମନେ ଜାଣିବା ଉଚିତ୍ ଆମ ଶରୀରର ମାସଲl ମଧ୍ୟ ଆବଶ୍ୟକ ରହିଛି।ସେଥିପାଇଁ ହଳଦୀ ଖାଈବା ଉଚିତ୍।