ସୌନ୍ଦର୍ଯ୍ୟ ଓ ଶରୀର ପରସ୍ପରର ପରିପୁରକ। ଉତ୍ତମ ସୌନ୍ଦର୍ଯ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ଏକାନ୍ତ ଆବଶ୍ୟକ। ସେଥିପାଇଁ ଅନେକ ପ୍ରକାରର ପଦ୍ଧତି ଅବଲମ୍ବନ କରିବାକୁ ପଡିଥାଏ। ଯୁବ ସମାଜର ବର୍ତମାନ ସବୁଠାରୁ ବଡ ଅସୁବିଧା ହେଉଛି ମୁହଁ ରେ ସୃଷ୍ଟି ହେଉଥିବା ବ୍ରଣ, ଓ ବିଭିନ୍ନ ଚିହ୍ନ। ଆସନ୍ତୁ ଜାଣିବା କେମିତି ଏହାର କାରଣ ଓ ପ୍ରତିକାର।
ବୈଜ୍ଞାନିକ କାରଣରୁ ଦେଖିଲେ, ଆମ ଚର୍ମ ଯେବେ ମାତ୍ରାଧିକ ଅଏଲ କ୍ଷରଣ କରିଥାଏ, ସେତେବେଳେ ତାହା ଚର୍ମର ମୃତ କୋଶିକା ସହ ମିଶି ଚର୍ମ ଛିଦ୍ରକୁ ବନ୍ଦ କରିଦିଏ। ଏଥିରେ ବ୍ୟାକ୍ଟେରିଆ ବଢିବାକୁ ଲାଗେ। ଫଳସ୍ୱରୂପ ବ୍ରଣ ବାହାରିଥାଏ। ବ୍ରଣ କେତେ ମାତ୍ରରେ ହେବ ତାହା ଆପଣଙ୍କ ଜେନେଟିକ୍ସ, ହରମୋନ ଓ ଚର୍ମର ପ୍ରକାର ଉପରେ ନିର୍ଭର କରିଥାଏ।
ଆସନ୍ତୁ ଜାଣିବା ଏହାର ପ୍ରତିକାର। ପ୍ରତିଦିନ ମୁହଁ କୁ ନିୟମିତ ରୂପରେ ଦୁଇ ଥର ଧୋଇବା ଦରକାର। ଯାହାଦ୍ଵାରା ମାତ୍ରାଧିକ ଅଏଲ ଓ ମଇଳା ମଧ୍ୟ ଧୋଇ ହୋଇଯାଏ। କୋୖଣସି ଖରାପ କ୍ରିମ ମୁହଁ ଧୋଇବା ଲାଗି ବ୍ୟବହାର କରନ୍ତୁ ନାହିଁ। ଧିରେ ଧିରେ ମୁହଁକୁ ଧୋଇବା ଆରମଦାୟକ ଓ ଉତ୍ତମ ଅଟେ। ସକାଳୁ ଉଠିବ ପରେ ଏବଂ ରାତିରେ ଶୋଇବା ଆଗରୁ ଦୁଇ ଥର ମୁହଁକୁ କ୍ରିମରେ ଧୋଇବା ଦରକାର।
ପ୍ରଚୁର ମାତ୍ରରେ ପାଣି ପିଇବା ଦରକାର।ଯାହାଦ୍ଵାରା ଶରୀରରୁ ଜଳୀୟ ଅଂଶ କମିବ ନାହିଁ। ସକାଳୁ ଉଠିବା ପରେ ପ୍ରଚୁର ପାଣି ପିଇବା ଉଚିତ। ଏହା ଦ୍ୱାରା ପେଟ ସଫା ରହିବ ଏବଂ ମୁହଁରେ ମଧ୍ୟ ଚମକ ଦେଖା ଯିବ। ମଧ୍ୟାନ୍ହ ସମୟରେ ସୂର୍ଯ୍ୟଙ୍କ ସିଧାସଳଖ କିରଣ ଚର୍ମକୁ ଖରାପ କରି ଦିଏ। ସେଥିପାଇଁ ସନ ପ୍ରୋଟେକ୍ଟ କ୍ରିମ ବ୍ୟବହାର କରିବା ଆବଶ୍ୟକ।
ବାରମ୍ବାର ନିଜର ମୁହଁକୁ ନିଜ ହାତ ଦ୍ୱାରା ସ୍ପର୍ଶ କରନ୍ତୁ ନାହିଁ। ଏହା ଦ୍ୱାରା ବ୍ୟକ୍ଟେରିଆ ଆପଣଙ୍କ ମୁହଁକୁ ଯାଇଥାନ୍ତି। ଏହା ଦ୍ୱାରା ମଧ୍ୟ ବ୍ରଣ ବାହାରି ଥାଏ। କେବେବି ନିଜର ବ୍ରଣକୁ ଫଟେଇବାକୁ ଚେଷ୍ଟା କରିବା କଥା ନୁହେଁ। ଏହା ଦ୍ୱାରା ଏହା ମୁହଁର ଅନ୍ୟ ସ୍ଥାନରେ ମଧ୍ୟ ସୃଷ୍ଟି ହୋଇଥାଏ। ଏବଂ ସେ ସ୍ଥାନରେ ଚିହ୍ନ ମଧ୍ୟ ସୃଷ୍ଟି ହୋଇଥାଏ।
ନିୟମିତ ବ୍ୟାୟାମ ମଧ୍ୟ ଜରୁରୀ ଅଟେ।ଏହା ଦ୍ୱାରା ଝାଳ ବହାରିଥାଏ। ଏବଂ ଚାର୍ମ କୋଶିକାର ଛିଦ୍ ରେ ଥିବା ମଇଳା ବାହାରକୁ ବାହାରି ଆସେ। ବ୍ୟାୟାମ ପରେ ଭଲସେ ଗାଧୋଇବା ଦରକାର। ଏହା ଶରୀରକୁ ସତେଜ ରଖିଥାଏ। ନିଜର ବିଛଣା ଓ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷକୁ ସଫା ରଖିବା ଦରକାର।
ନନ-କମେଡୋଜେନିକ କ୍ରିମ ବ୍ୟବହାର କରିବା ଦରକାର। ରାତିରେ ଶୋଇବା ଆଗରୁ ମୁହଁର କ୍ରିମକୁ ଭଲସେ ଧୋଇବା ଜରୁରୀ। ପ୍ରଚୁର ପରିମାଣର ନିଦ୍ରା ମଧ୍ୟ ଆବଶ୍ୟକ। ଏହା ଦ୍ୱାରା ଥକାପଣ ମଧ୍ୟ ଦୂର ହୋଇଯାଏ। ଷ୍ଟ୍ରେସ ହରମୋନ ଏହା ଦ୍ୱାରା କମ୍ କ୍ଷରଣ ହୁଏ।
ଅଏଲ ଜାତୀୟ ଖାଦ୍ୟ କମ୍ ଖାଇବା ଦରକାର। ରିଫାଇନ ତେଲ ବଦଳରେ ସୋରିଷ ତେଲ ବ୍ୟବହାର କରିବା ଉଚିତ। ଅଧିକ ପରିମାଣରେ ପ୍ରୋଟିନ ଜାତିୟ ଖାଦ୍ୟ ଖାଇବା ଆବଶ୍ୟକ। ଅଧିକ ଜଳୀୟ ଅଂଶ ଥିବା ଫଳ, ଅଧିକ ଫାଇବାର ମାତ୍ର ଥିବା ଖାଦ୍ୟର ଖାଇବା ଆବଶ୍ୟକ। ଏହିପରି ଆମେ ନିଜ ମୁହଁର ସୌନ୍ଦର୍ଯ୍ୟର ଯତ୍ନ ନେଇ ପାରିବା।