ଆଜିର ଦୁନିଆରେ ଏକ ବଡ ସମସ୍ୟା ଆମ ମାନନ୍କ ଭିତରେ ଦେଖା ଦେଉଛି ଆଉ ତାହା ହେଉଛି କି ରାତିରେ ଜଲଦି ନ ଶୋଇବା। ଏହା ବିଶେଷତଃ ଯୁବ ଗୋଷ୍ଠୀ ମାନଙ୍କ ଭିତରେ ଦେଖା ଯାଉଚି କି ସେମାନେ ରାତିରେ ଜଲଦି ସୋଇ ପାରୁନାହାନ୍ତି।ରାତିରେ ଜଲଦି ନ ଶୋଇବା ଦ୍ୱାରା ସେମାନଙ୍କର ନିଦ୍ରା ପୁରା ହେଇ ପଟୁନାହିଁ। ଅଧାରୁ ଅଧିକ ଲୋକଙ୍କର ନିଦ ଏଇଥିପାଇଁ ପୁରା ହେଉନାହିଁ ଲାରଣ ତାଙ୍କୁ ରାତିରେ ଜଲଦି ନିଦ ଆସୁନାହିଁ।
କମ ନିଦ୍ରା ଆମ ଶରୀରରେ ଏକ ଥକାପଣ ସୃଷ୍ଟି କରେ ଆଉ ତାହା ଆମକୁ ଦିନ ତମାମ ଅଳସୁଆ କରି ରଖିଥାଏ। ଆପଣ ବି ଯଦି କେବେ କମ ଶୋଇକି ଉଠିଥିବେ ତାହେଲେ ଆପଣଙ୍କ ଶରୀର ମଧ୍ୟ ଥକା ଥକା ଅନୁଭବ ହେବ ମାତ୍ର ଆପଣଙ୍କ କିଛି ବି କାମ ସମ୍ପୂର୍ଣ ହେଇ ପାରିବ ନାହିଁ। ନିଦ୍ରାର ଆବଶ୍ୟକତା ଆମ ଶରୀର ତଥା ମସ୍ତିଷ୍କ ପାଇଁ ବହୁତ ଅଛି।
ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନିଦ୍ରାର ଆବଶ୍ୟକତା ବହୁତ ପରିମାଣରେ ଅଛି। ଆପଣ ସମ୍ପୂର୍ଣ ରୂପେ ଫିଟ ରହିବା ପାଇଁ ଆପଣଙ୍କର ଠିକ ସମୟରେ ଖାଇବା ପିଇବା ଯେଭଳି ଜରୁରୀ ଅଟେ ସେଭଳି ହି ଆପଣଙ୍କର ଠିକ ସମୟରେ ଶୋଇବାକୁ ଯିବା ମଧ୍ୟ ଜରୁରୀ ଅଟେ। ଆପଣ ଯଦି ନିଜର ଶୋଇବାର ସମୟ ଫିକ୍ସ କରିନାହାନ୍ତି ତାହେଲେ ଏହା ଆଗକୁ ଯାଇ ଅନେକ ବେମାରି ମାନଙ୍କୁ ଆମନ୍ତ୍ରଣ କରିପାରେ।
ଏହି ଆଦତ ରଖିବା ଦ୍ୱାରା ଆପଣଙ୍କର ବେମାରି ଆଉ ହେଇନଥାଏ। ତେବେ ଆଜି ଆମେ ଆପଣଙ୍କ ପାଖରେ ରାତିରେ ଜଲଦି ଶୋଇବାର କିଛି ପ୍ରଭାବଶାଳୀ ଉପାୟ ନେଇକି ଆସିଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ହେଇପାରେ। କିଛି ଏଭଳି ଆଦତ ଅଛି ଯାହାକୁ ଆପଣଙ୍କୁ ଛାଡିବା ନିହାତି ଦରକାର। ଏହାଦ୍ୱାରା ହି ଆପଣ ରାତିରେ ଜଲଦି ସୋଇପାରିବେ। ତେବେ ଆସନ୍ତୁ ଏହି ଆଦତ ମାନନ୍କ ବାବଦରେ କହିବା।
୧:- ଆପଣ ରାତିରେ ଶୋଉଥିବା ସମୟରେ ଯଦି ଅଧିକ ଚିନ୍ତାମଗ୍ନ ରହିବେ ତାହେଲେ ହୁଏତ ତାହା ଆପଣଙ୍କ ପାଇଁ ବହୁତ ଖରାପ ପ୍ରଭାବ ପକାଇପାରେ। ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କ ଏହି କଥା ଭୁଲିଯାଏ କି ଆପଣ ଶୋଇବାକୁ ଅଛନ୍ତି ଆଉ ତାହା ଆପଣଙ୍କୁ ଅନ୍ୟାନ୍ୟ ଚିନ୍ତାରେ ମଗ୍ନ ରଖେ। ଏହି ଆଦତ ଛାଡ଼ନ୍ତୁ।
୨:- ନିଜକୁ ନୀରୋଗ ଅନୁଭବ ନ କରିବା। ଯଦି ଆପଣ ନିଜର ଶରୀରକୁ ନୀରୋଗ ଅନୁଭବ ନ କରନ୍ତି ତାହେଲେ ଆପଣଙ୍କୁ ଭଲ ନିଦ ଆସେ ନାହିଁ। ତେଣୁ ଶୋଇବା ଆଗରୁ ସବୁ କାର୍ଯ୍ୟ ସାରି ହି ଶୋଇବାକୁ ଚେଷ୍ଟା କରନ୍ତୁ।
୩:- ଅଧିକ ମୋବାଇଲ ଚଳାଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ମୋବାଇଲ ଆଡକୁ ଆକତ୍ସିତ ହେଇଯାଏ ଆଉ ତାହା ଶୋଇବା କଥା ହି ଭୁଲିଯାଏ। ତେବେ ଏହି ଆଦତ ଅଧିକାଂଶ ଲୋକଙ୍କର ନିଦ ନ ଆସିବାର କାରଣ ଅଟେ।
ଆପଣ ବି ଯଦି ଜଲଦି ଶୋଇବାର ଆଦତ ରଖିବାକୁ ଚାହାନ୍ତି ତାହେଲେ ଏହି ତିନୋଟି ଜିନିଷକୁ ନିଜ ମସ୍ତିସ୍କରୁ ବାହାର କରନ୍ତୁ।