charbi

୩୦ ଦିନରେ ଚର୍ବି ଗାୟବ – ଥରେ ଏହି ଉପାୟ କରିକି ଦେଖନ୍ତୁ |

HEALTH

ସାଙ୍ଗମାନେ ଆମ ଶରୀରରେ ସବୁଠୁ ଅଧିକ ଫ୍ୟାଟ ଅଣ୍ଟା ଓ ପେଟରେ ହିଁ ଜମିଥାଏ।ପେଟର ଚର୍ବି କାରଣରୁ ଶରୀରର କାର୍ଯ୍ୟ ସବୁ ଧିମା ହୋଇଯାଏ।ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ କିପରି ନିଜ ପେଟର ଚର୍ବିକୁ ବ୍ୟାୟାମ ଓ ଖାଦ୍ୟ ପେୟର ସନ୍ତୁଳନ ଦ୍ବାରା ମାତ୍ର ୩୦ ଦିନରେ କମାଇ ପାରିବେ।ତେବେ ଏହି ବିଷୟରେ ଅଧିକ ଜାଣିବା ପାଇଁ ଆପଣ ମାନେ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ଆପଣ ପ୍ରଥମରୁ ଏକରୁ ତିନି ଦିନ ନିଜ ଶରୀରର ଫ୍ଲେକ୍ସିବିଲିଟି ବଢ଼ାନ୍ତୁ।ଏହାପରେ ୩ ରୁ ୬ ଦିନ ପର୍ଯ୍ୟନ୍ତ ଆପଣଙ୍କ ଶରୀରର ଷ୍ଟାମିନା ବଢାନ୍ତୁ।ଏହାପରେ ୬ ରୁ ୯ ଦିନ ପର୍ଯ୍ୟନ୍ତ ସ୍ପିନ ବାଇକ ଟ୍ରେଡ ମିଲ ୱାକ କରନ୍ତୁ।ଏହାପରେ ୯ ରୁ ୧୨ ଦିନ ପର୍ଯ୍ୟନ୍ତ ଲୋୟର ପେଲଭିକ ରିଜିଅନର ବ୍ୟାୟାମ କରନ୍ତୁ।ଏହାପରେ ୧୨ ରୁ ୩୦ ଦିନ ପର୍ଯ୍ୟନ୍ତ ଅଣ୍ଟା ଓ ପେଟର ପୁରା ବ୍ୟାୟାମ କରନ୍ତୁ।

charbi

ଆପଣ ପେଟ କମେଇବା ପାଇଁ ସିଙ୍ଗଲ ଲେଗ ଷ୍ଟ୍ରେଚ ବ୍ୟାୟାମ କରନ୍ତୁ।ଆପଣ ଡବଲ ଲେଗ ଷ୍ଟ୍ରେଚ ମଧ୍ୟ କରିପାରିବେ।ଆପଣ ଆପଣଙ୍କ ହାତ ଦ୍ବାରା ଦୁଇ ଗୋଡ଼କୁ ଚାପି ରଖନ୍ତୁ।ଗୋଡ଼କୁ ସିଧା କରନ୍ତୁ।ତେବେ ଏହି ଉପାୟକୁ ଦଶରୁ ବାର ଥର କରନ୍ତୁ।ଏହାପରେ ଆପଣ କରିବେ କଇଁଚୀ ଚଳାଇବା।ଏହାପରେ ଆପଣ କରିପାରିବେ ଲେଗ ଡ୍ରପ।ଏଥିରେ ଆପଣ ଆପଣଙ୍କ ଗୋଡ଼ ଦୁଇଟାକୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଉପରକୁ ଉଠାଇ ରଖିବେ।ଏହାପରେ ଆପଣ କରିବେ ସାଇକେଲ କ୍ରଞ୍ଚ।ଆପଣ ଏଥିରେ ଛାତି ପଟିଆ ସୋଇଯିବେ ଓ ହାତକୁ ମୁଣ୍ଡ ପଛ ପଟେ ରଖି ସାଇକେଲ ଚଳେଇବା ଭଳି ଗୋଡ଼ ଦୁଇଟିକୁ ଚଳଲେଇବେ।ଏହି ପ୍ରକ୍ରିୟାକୁ ୧୦ ରୁ ୧୨ ଥର ଦୋହରାନ୍ତୁ।ଏହାପରେ ପ୍ଲାଙ୍କ ବ୍ୟାୟାମ କରିବା ଦ୍ୱାରା ଶରୀରର ମସଲସ ମଜବୁତ ହୋଇଥାଏ।

exe
ଆପଣ ଆପଣଙ୍କ ଖାଇବାରେ ଶୁଗର ମାତ୍ରାକୁ କମ କରିଦିଅନ୍ତୁ।ଏଥିରେ ଫ୍ରୁକ୍ଟୋଜ ରହିଥାଏ ଯାହା ପେଟର ଚର୍ବି ବଢ଼ାଇଥାଏ। କୋଲ୍ଡ ଡ୍ରିଙ୍କ ଆଦିର ସେବନ ଦ୍ବାରା ମୋଟାପଣର ମାତ୍ରା ୬୦ ପ୍ରତିଶତ ବଢିଯାଏ।ଆପଣ ଖାଦ୍ୟରେ ପ୍ରୋଟିନର ମାତ୍ରା ବଢାଇ ଦିଅନ୍ତୁ।ଖାଦ୍ୟରେ କାର୍ବୋହାଇଡ୍ରେଟର ମାତ୍ରା କମେଇ ଦିଅନ୍ତୁ।

ଆପଣ ମଇଦା,ପାସ୍ତା ଆଦି ଜିନିଷ ଅଧିକ ଖାଇବା ଦ୍ଵାରା ତାହା ଆପଣଙ୍କ ପେଟର ଚର୍ବି ବଢ଼ାଇବାରେ ସହାୟକ ହୁଏ।ଆପଣ ଆପଣଙ୍କ ଖାଦ୍ୟରେ ସବୁଜ ପନିପରିବା ଗୁଡ଼ିକୁ ନିଶ୍ଚୟ ସାମିଲ କରନ୍ତୁ।ଆପଣ ସ୍ୱାସ୍ଥ୍ୟବାନ ବ୍ରେକଫାଷ୍ଟ ନିଶ୍ଚୟ କରନ୍ତୁ।ଆପଣ କେବେ ବି ବ୍ରେକଫାଷ୍ଟ ମିସ କରନ୍ତୁ ନାହିଁ।ଏଥିରେ ଆପଣ ଓଟ ଦାଲିଆ ଓ ହାଇ ପ୍ରୋଟିନ ଥିବା ଜିନିଷ ଅଧିକ ଖାଆନ୍ତୁ।ଏହା ଆପଣଙ୍କ ଶରୀରକୁ ସନ୍ତୁଳିତ ରଖିବାରେ ସହାୟକ ହେବ।ଫାଇବର ଥିବା ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ।

Leave a Reply

Your email address will not be published. Required fields are marked *