angur

ଲାଲ ଅଂଗୁରୁ ଖାଇବାର ୧୦ଟି କାରଣ ଯାହା ଆପଣଙ୍କୁ ସୁଫଳ ପ୍ରଦାନ କରିବ – ନିଶ୍ଚୟ ଜାଣନ୍ତୁ |

HEALTH

ଆଜି ଆମେ ଆଓଅନଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀ ବିଷୟ ନେଇକି ଆସିଛୁ। ତେବେ ଏହା ଜାଣିବା ଆଗରୁ ଆପଣ ଜାଣନ୍ତୁ କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆମେ ଆପଣଙ୍କ ପାଖରେ ଲାଲ ଅଙ୍ଗୁରୁ ବାବଦରେ କହିବାକୁ ଯାଉଛୁ।

ଆପଣ ଜାଣନ୍ତି କି ଲାଲ ଅଙ୍ଗୁରୁ ୱାଇନ ତିଆରି କରିବାରେ ବ୍ୟବହୃତ ହୁଏ ମାତ୍ର ଏହାର ଆହୁରି ଅନେକ ମଧ୍ୟ ଫାଇଦା ଅଛି। ଏହା ଯେ କେବଳ ୱାଇନ ତିଆରି କରିବାରେ ବ୍ୟବହାର କରାଯାଏ ତାହା ନୁହଁ ବରଂ ଏହାର ଆହୁରି ଅନେକ ଗୁଣ ଅଛି। ଏହା ବହୁଳ ମାତ୍ରାରେ ଭିଟାମିନ, ମିନେରାଲ ତଥା ଅନ୍ୟାନ୍ୟ ଜିନିଷ ମାନଙ୍କରେ ଭରା ହେଇଥାଏ। ଏଥିରେ ଫସଫରସ ତଥା ମ୍ୟାଗ୍ନେସିଆମ ମଧ୍ୟ ବହୁଳ ମାତ୍ରାରେ ଥାଏ। ଆସନ୍ତୁ ଜାଣିବା ଏପରି କିଛି କାରଣ ଯାହା ପାଇଁ କି ସଭିଙ୍କୁ ଲାଲ ଅଙ୍ଗୁରୁ ଖାଇବା ଦରକାର।

red
୧:- ଏହା କ୍ୟାନ୍ସର ଦୂର କରିଥାଏ।:-ଏହା ଭିତରେ ପାକି ପ୍ରପୀନାଏଡ଼ ଥାଏ ଯାହା କି ଆପଣଙ୍କ ଶରୀରରେ କ୍ୟାନ୍ସର କମ କରିଥାଏ।

୨:- ଏହା ଆପଣଙ୍କ ହୃଦୟର ଅବସ୍ଥା ଭଲ ରଖେ:- ଏହା ଭିତରେ ଥିବା ମ୍ୟାଗ୍ନେସିଆମ ଆପଣଙ୍କ ହୃଦୟର ଅବସ୍ଥା ଭଲ ରଖେ।

୩:- ମଧୁମେୟ ଦୂର କରେ:- ଏହା ମିଠା ହେଇଥିଲେ ମଧ୍ୟ ଏହାର ସୁଗାର ପରିମାଣ କମ ଥାଏ ଆଉ ତାହା ଶରୀରର କୋଳେସ୍ତେରୋଲ କମ କରେ। ମଧୁମେୟ ମଧ୍ୟ କମ ହୁଏ।

red 1
୪:- ଏହା ଆପଣଙ୍କୁ ଡାଇବେଟିକ ନ୍ୟୁରପେଟ ଠାରୁ ରକ୍ଷା କରେ। ଏହାଦ୍ୱାରା ଆଖିର ଅବସ୍ଥା ଭଲ ରହେ।

୫:- ଏହା ଆପଣଙ୍କ ଆଖିର ଅବସ୍ଥା ଠିକ ରଖେ କାରଣ ଏହା ଭିଟାମିନ ଏ ଭିତରେ ଭରା ଥାଏ।

୬:- ଏହା ଆପଣଙ୍କ ଆକ୍ନେ ଦୂର କରିଥାଏ।

୭:- ଏହା ଆପଣଙ୍କ ଶରୀରର ଓଜନ କମ କରିଥାଏ କାରଣ ଆପଣଙ୍କ ହଜମ କ୍ରିୟା ବୃଦ୍ଧି କରିଥାଏ।

୮:- ଆପଣଙ୍କ ଇମ୍ୟୁନ ସିଷ୍ଟମ ଏହା ଅଧିକ କରିଥାଏ।

୯:- ଏହା ଆପଣଙ୍କ ଆଣ୍ଠୁ ଗଣ୍ଠିର ଅବସ୍ଥା ଠିକ କରିଥାଏ।

Leave a Reply

Your email address will not be published. Required fields are marked *