ମନୁଷ୍ୟ ଉତ୍ତମ ସ୍ୱାସ୍ଥ୍ୟ ବିନା କୌଣସି ବି କାର୍ଯ୍ୟ କରିବାକୁ ଅସମର୍ଥ। ସ୍ୱାସ୍ଥ୍ୟର ଯତ୍ନ ନେବା ଏକାନ୍ତ ଆବଶ୍ୟକ ଅଟେ। ନିଜର ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ବର୍ତ୍ତମାନ ନିରୁପାୟ। ଦୈନଦିନ ଜୀବନରେ ନିଜ କାର୍ଯ୍ୟ ସଫଳତା ପୁର୍ବକ ଶେଷ କରିବା ପରେ ପ୍ରତ୍ୟେକ ମଣିଷ ଥକି ଯାଇଥାଏ। ନିଜ ପରିବାର ପ୍ରତି ସମୟ ମଧ୍ୟ ଦେଇ ପାରେ ନାହିଁ।
ଅଫିସ ଯାଉଥିବା ବା ନିଜ ବ୍ୟବସାୟରେ ବ୍ୟସ୍ତ ରହୁଥିବା ପ୍ରତ୍ୟେକ ମଣିଷର ଏହି ଅସୁବିଧା। ବର୍ତ୍ତମାନର ସମାଜରେ ଅତି କମ ବୟସରୁ ଦୁର୍ବଳ ହୋଇପଡିବା ମଧ୍ୟ ଏକ ପ୍ରମୁଖ ସମସ୍ୟା। ତେବେ ଆସନ୍ତୁ ଜାଣିବା କିଛି ଚମତ୍କାରୀ ଖାଦ୍ୟ ପଦାର୍ଥ ବିଷୟରେ ଯାହା ଖାଇବା ଦ୍ୱାରା ଆପଣଙ୍କ ଥକାପଣ ଅତି ସହଜ ରେ ଦୂର ହୋଇଯିବ।
ଖାଦ୍ୟ ପ୍ରତି ଅରୁଚି ରଖିବା ସମସ୍ତ ଖାଦ୍ୟ ଠିକରେ ନ ଖାଇବା ଆଦି ଦ୍ୱାରା ମନୁଷ୍ୟ ଶରୀର ଛୋଟ ବେଳୁ ହିଁ ଦୁର୍ବଳ ହେବା ଆରମ୍ଭ କରି ଦେଇଥାଏ। ଏହା ଦ୍ୱାରା ଓଜନ ମଧ୍ୟ କମିବାରେ ଲାଗିଥାଏ ଏବଂ ଭବିଷ୍ୟତରେ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ।୪ ରୁ ୫ ଟି ଅଖରୋଟ ବଜାରରୁ ଆଣି ତାକୁ ଭାଙ୍ଗି ଛୋଟ ଛୋଟ କରନ୍ତୁ। ଏହାକୁ ଏକ ପାତ୍ରରେ ନେଇ ଏକାଠି କରନ୍ତୁ।
ଏହା ଆମ ହୃତ୍ପିଣ୍ଡ ପ୍ରତି ଉତ୍ତମ ଅଟେ। ଏହା କୋଲେଷ୍ଟିରଲ ମଧ୍ୟ କମ କରିଥାଏ। ଅନ୍ୟ ଏକ ପାତ୍ରରେ କିଛି ଖିସମିସ ନିଅନ୍ତୁ। ଖିସମିସ ରେ ଆଇରନ , ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଫାଇବର ଆଦି ରହିଥାଏ। ଏହା ଦୃଷ୍ଟିଶକ୍ତିରେ ହେଉଥିବା ଅସୁବିଧା ମଧ୍ୟ ଦୂର କରିଥାଏ। ଏହାପରେ ଛୋଟ ସୁତା ଲାଗିଥିବା ଗୋଟା ମିଶ୍ରି ନିଅନ୍ତୁ ଏବଂ ସାଥିରେ ଗୋଟିଏ ଗ୍ଲାସ କଞ୍ଚା କ୍ଷୀର ନିଅନ୍ତୁ।
୩-୪ ଅଖରୋଟ ନିଅନ୍ତୁ ଏବଂ ତାହା ସହ ଦୁଇ ଚାମଚ ଖିସମିସ ମିଶାନ୍ତୁ। କଞ୍ଚା କ୍ଷୀରକୁ ଏବେ ଗରମ କରି ସେଥିରେ ଏ ସବୁ ପକେଇ ଦିଅନ୍ତୁ। କିଛି ସମୟ ଗରମ କରିବା ପରେ ତାହାକୁ ଏକ ଗ୍ଲାସ ରେ ନେଇ ଯାଆନ୍ତୁ। ମିଶ୍ରିକୁ ଖଣ୍ଡ କରି ଦୁଇ ଚାମଚ ସେଥିରେ ପକାନ୍ତୁ। ଦୁଇ ମିନିଟ ପର୍ଯ୍ୟନ୍ତ ଭଲ ସେ ଘାଣ୍ଟନ୍ତୁ ଯେପରିକି ମିଶ୍ରି ସେଥିରେ ଭଲସେ ମିଶି ଯିବ। ଆପଣ ଏହାକୁ ଅଫିସ ଯିବା ଆଗରୁ ଖାଇ ପାରିବେ କିମ୍ବା ଖାଦ୍ୟ ଖାଇବା ପରେ ଦିନ ୧୧ ଟାରେ ଖାଇପାରିବେ। ଏହାକୁ ଚୋବେଇ ଖାଇବା ଦ୍ୱାରା ଆପଣଙ୍କ ଥକାପଣ ଦୂର ହୋଇଯିବ ଏବଂ କୌଣସି ରୋଗ ମଧ୍ୟ ହେବ ନାହିଁ। ଶରୀର ସୁସ୍ଥ ରହିବ ଏବଂ ମାନସିକ ସନ୍ତୁଳନ ମଧ୍ୟ ଠିକ ରହିବ।