nail

ନିଜର ନଖକୁ କିପରି ଶୀଘ୍ର ବଡ଼ ଆଉ ଶକ୍ତ କରିବେ – ଜାଣି ରଖନ୍ତୁ ଏହି ସରଳ ଉପାୟ |

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ରିମେଡି କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ନିଜର ନଖ ମାନଙ୍କର କେୟାର କରିପାରିବେ। ଏହି ପ୍ରକ୍ରିୟା ସମ୍ପୂର୍ଣ ରୂପେ ସହଜ ଆଉ ଘରୋଇ ଅଟେ ଆଉଏହା ସାହାଯ୍ୟରେ ଆପଣ ନିଜର ଶାରୀରିକ ତଦାରଖ କରିପାରିବେ। ତେବେ ଆପଣ ଯେପରିକି ଜାଣନ୍ତି କି ସବୁ ଝିଅ ନିଜର ନଖ ମାନଙ୍କୁ ବଢ଼େଇବା ପାଇଁ ଚେଷ୍ଟା କରିଥାନ୍ତି ଆଉ ତାହାକୁ ଧଳା ମଧ୍ୟ କରନ୍ତି।

ମାତ୍ର ଏହି ସ୍ୱପ୍ନ ସ୍ୱପ୍ନରେ ହି ରହିଯାଏ କାରଣ କିଛି ଝିଅ ମାନଙ୍କର ନଖ ଆଦୌ ବଡ ହୁଏ ନାହିଁ ଆଉ କିଛି ଝିଅ ଯାହାଙ୍କର ବଡ ହୁଏ ତାହା ହୁଏତ ଅଧାରୁ ଭାଙ୍ଗିଯାଏ ନହେଲେ ତାହା ବଡ଼ ହେଇ ହଳଦିଆ ହେଇ ଯାଇଥାଏ।ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଥିବା ଉପାୟରେ ଆପଣଙ୍କ ନଖ ବହୁତ ବଡ଼ ଆଉ ଲମ୍ବା ହେବା ସହ ମୋତି ଭଳି ଧଳା ମଧ୍ୟ ହେଇଯିବ।

naill

ଚାଲନ୍ତୁ ଆରମ୍ଭ କରିବା। ଆପଣଙ୍କୁ ନିଜର ନଖ ମାନଙ୍କର କେୟାର କରିବା ପାଇଁ ଦୁଇଟି କାମ କରିବା ପାଇଁ ପଡିବ। ପ୍ରଥମ କାମ ହେଉଛି ନଖ ମାନଙ୍କୁ ସଫା କରିବା ଆଉ ତାହାପର କାମ ହେଉଛି କି ନଖ ମାନଙ୍କର ମଏସ୍ଚରାଇଜିଙ୍ଗ କରିବା ଯାହାଦ୍ୱାରା କି ଆପଣଙ୍କ ନଖ ବହୁତ ଜଲଦି ବଡ଼ ହେବ।ତେବେ ନଖ ମାନଙ୍କୁ ସଫା କରିବା ପାଇଁ ଆପଣ ଏକ ଟୁଥ ପେଷ୍ଟ ନିଅନ୍ତୁ ଆଉ ତାହା ଭିତରେ ୨ରୁ ତିନି ଠୋପା ଲେମ୍ବୁ ରସ ପକାନ୍ତୁ ତାହାପରେ ତାହାକୁ ଆପଣ ଭଲ ଭାବରେ ଗୋଳାଇ ଦିଅନ୍ତୁ।

nailll

ଗୋଳାଇବା ପରେ ଯେଉଁ ମିକ୍ସଚର ପ୍ରସ୍ତୁତ ହେଲା ତାହାକୁ ଆପଣ ନିଜର ନଖ ମାନଙ୍କ ଉପରର ଭଲ ଭାବରେ ଲଗାନ୍ତୁ ଆଉ କିଛି ସମୟ ପାଇଁ ଛାଡି ଦେଇକି ତାହାପରେ ଏକ ବ୍ରସ ଆଣନ୍ତୁ ଆଉ ତାହାକୁ ଭଲ ଭାବରେ ଘଷି ଘଷି ମାଲିସ କରନ୍ତୁ। ଏହାପରେ ଆପଣ ତାହାକୁ ଧୋଇ ଦିଅନ୍ତୁ।।ଏହା ଆପଣଙ୍କ ନଖର ହଳଦୀ ଆନ୍ସ ଦୂର କରିବ।

ଏହାପରେ ଆପଣ ନଖର ମଏଶ୍ଚରାଇଜିଙ୍ଗ କରିବା ପାଇଁ ଏକ ଅଧା ଚାମଚ ଭ୍ୟାସେଲିଂ ଆଣନ୍ତୁ।।ତାହାକୁ ଆପଣ ଅଧା ଚାମଚ ଅଲିଭ ଅଏଲ ସହ ମିଶାନ୍ତୁ ଆଉ ତାହାପରେ ସେଥିରେ ଏକ ଭିଟାମିନ ଇର କ୍ୟାପ୍ସୁଲ ପକାନ୍ତୁ। ଏହାପରେ ଆପଣ ତାହାକୁ ଭଲ ଭାବର ଗୋଳାଇ ଦିଅନ୍ତୁ ଆଉ ଗୋଳାଇବା ପରେ ଆପଣ ତାହାକୁ ନିଜର ନଖ ମାନଙ୍କ ଉପରେ ଭଲ ଭାବରେ ଲଗାଇ ଦିଅନ୍ତୁ। ଏହା ଆପଣଙ୍କ ନଖ ମୂଳ ଭଲ ରଖିବ ଯାହାଦ୍ୱାରା କି ନଖ ଖୁବ ଜଲଦି ବଡ଼ ହେଇଯିବ। ଏହି ଦୁଇଟି ଉପାୟ ଆପଣଙ୍କ ହାତର ସୌନ୍ଦର୍ଯ୍ୟ ପାଇଁ ବହୁତ କାମ ଦେଇପାରେ।

Leave a Reply

Your email address will not be published. Required fields are marked *