ଆଜିକାଲି ର ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ମନ ଅସ୍ଥିର। ପ୍ରତ୍ୟେକ ମନୁଷ୍ୟ ନିଜ ଜୀବନଶୈଳୀ କୁ ନେଇ ଚିନ୍ତାରେ। କୌଣସି ଏକ ଵିଷୟ ପ୍ରତି ନିୟମିତ ଭାବରେ ଧ୍ୟାନ କୈନ୍ଦ୍ରିକ କରିବା ସେମନେ ଅସମର୍ଥ। ମନୁଷ୍ୟର ବୁଦ୍ଧି ପ୍ରଖର ଓ ସେ ସଦା ସର୍ବଦା ଚଞ୍ଚଳ ରହିବା ଉଚିତ। ମାତ୍ର ଏହାର ଅର୍ଥ ନୁହେଁ ଯେ ନିଜର ମୁଣ୍ଡରେ ଅନେକ କଥା ଏକା ସଙ୍ଗେ ଭାବି ବ୍ୟସ୍ତଵିବ୍ରତ ହେବା।
ଅନେକ ଲୋକଙ୍କ ଲକ୍ଷ୍ୟରେ ପରିବର୍ତ୍ତନ ଦେଖାଯାଏ। ସେମାନେ ବୁଝି ପାରନ୍ତିନି ଯେ ସେ କଣ କରିବେ। ଏହାର ପ୍ରମୁଖ କାରଣ ହେଉଛି ତାଙ୍କ ଲକ୍ଷ୍ୟ ବାରମ୍ବାର ପରିବର୍ତ୍ତନ ଦେଖାଯାଏ। ସେମାନଙ୍କ ମନ ଓ ଭବନ ଅନ୍ୟ ଦିଗରେ ଅଗ୍ରସର ହୁଏ। ସେଥିପାଇଁ ସେମାନେ ବୁଝିପାରନ୍ତିନି ଯେ ତାଙ୍କ ଭବିଷ୍ୟତ କଣ ଏବଂ ସେ କଣ କରିବା ଉଚିତ।
ଏହା ଏକ ବୈଜ୍ଞାନିକ ତଥ୍ୟ ମଧ୍ୟ ଅଟେ। ଏହାକୁ ପତ୍ୟେକ ଯୋଗୀ ମନେ ମଧ୍ୟ ଅନୁଭବ କରି ସାରିଛନ୍ତି। ଏହା ଏକ ଉର୍ଜା ଓ ଅସ୍ଥିତ୍ଵ ଅଟେ। ଭୌତିକ ପଦାର୍ଥ ନାମରେ କୌଣସି ଜିନିଷ ନାହିଁ ଏ ଦୁନିଆରେ। ଯେମିତିକି ଆପଣ ମାନେ ଜଣିଥିବେ , ଭୌତିକ ପଦାର୍ଥର ରଚନା ଉର୍ଜାର କେନ୍ଦ୍ରିତ ସଂରଚନାରୁ ସୃଷ୍ଟି ହୋଇଥାଏ। ବିଜ୍ଞାନ ମଧ୍ୟ ଆଜି ଏ କଥାକୁ ଭଲସେ ଜାଣି ସାରିଛି।
ମନୁଷ୍ୟ ଶରୀରରେ ହିଁ ଉର୍ଜା ରହିଛି। ଏହି ଉର୍ଜାର ସଠିକ ଉପଯୋଗ ପାଇଁ ଏହାକୁ ଏକ କୈନ୍ଦ୍ରିକ କରିବାକୁ ପଡିବ। ସୂର୍ଯ୍ୟ ନମସ୍କାର ର ପ୍ରକୃତ ଅର୍ଥ ଦେହକୁ ଭଲରେ ଗଢିବା ପାଇଁ ନୁହଁ। ଏହି ସୂର୍ଯ୍ୟ ନମସ୍କାର ଦ୍ୱାରା ଶରୀରରେ ଥିବା ଉର୍ଜାର ତେଜ ବଢିଥାଏ। ଏହି ଶରୀର ସାଧନା ନିଜ ଶରୀର କୁ ଉତ୍ତମ ଦେଖାଯିବ ପାଇଁ ନୁହଁ। ଏହା ନିଜ ଭିତରର ଉର୍ଜାକୁ ଜଗାଇଥାଏ।
ପ୍ରତ୍ୟେକ ମହିଳା ଏହା କରିବା ଦ୍ୱାରା ପୁରୁଷ ମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ମଧ୍ୟରେ ହୋଇପାରନ୍ତି। ଯଦି ପ୍ରତ୍ୟେକ ଲୋକର ଉର୍ଜା ଜାଗ୍ରତ ହୋଇଯିବ ଏବଂ ମନ କେବଳ ଗୋଟିଏ ଦିଗରେ ହିଁ କେନ୍ଦ୍ରିତ ହୋଇ ରହିବ,ତାହେଲେ ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିବା ବହୁତ ସହଜ ହୋଇଯିବ। ମନ ଅନ୍ୟ ଦିଗରେ କେନ୍ଦ୍ରୀଭୂତ ନ ହୋଇ କେବଳ ଗୋଟିଏ ଦିଗରେ ହିଁ ନିଜକୁ ଗଢି ତୋଳିବ।
ପ୍ରତ୍ୟେକ ବ୍ୟକ୍ତି ର ୯୫% ପ୍ରତିଶତ ଉର୍ଜା ନଷ୍ଟ ହେଉଛି। ସେମାନେ ନିଜକୁ ଅନ୍ୟ ସବୁ ଦିଗରର ନିୟୋଜିତ ରଖୁଛନ୍ତି, ଯାହା ଦ୍ୱାରା ନିଜ ଲକ୍ଷ୍ୟ ପୁରଣ କରିବାରରେ ଅସୁବିଧା ଭୋଗୁଛନ୍ତି। ଯଦି ପ୍ରତ୍ୟେକ ମନୁଷ୍ୟ ଉତ୍ତମ ସାଧନା କରି ନିଜ ଉର୍ଜାକୁ ସତ୍ ମାର୍ଗରେ ବ୍ୟବହାର କରିବ,ତାହେଲେ ପ୍ରତ୍ୟେକ ଲୋକ ନିଜ ଜୀବନରେ ନିଶ୍ଚିତ ସଫଳ ହେବେ।