ସାଙ୍ଗମାନେ ଆଜି ଆମେ ଜାଣିବା ଆପଣ ଭାଇରାଲ ରୋଗକୁ କିଭଳି ଭାବରେ ଘରୋଇ ଉପାୟ ଦ୍ୱାରା ଭଲ କରିବେ।ଆପଣ ମାନେ ତ ଜାଣିଥିବେ ବର୍ଷା ଋତୁରେ ଫ୍ଲୁ ଓ ଇନଫେକସନର ପରିମାଣ ବଢିଯାଇଥାଏ।ଏହି ଋତୁରେ ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ବଢିଯାଇଥାଏ।ଯେକୌଣସି ଭାଇରାଲ ହେଉ କିମ୍ବା ଫ୍ଲୁ ହେଉ ଏହାଠୁ ବଞ୍ଚିବାପାଇଁ ରୋଗ ପ୍ରତିରୋଧକ ଶକ୍ତିର ମଜବୁତ ଥିବା ଦରକାର।ଆଜି ଆମେ ଏଭଳି ଘରୋଇ ଉପଚାର ବିଷୟରେ ଜାଣିବା ଯାହାଦ୍ୱାରା ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ପାରିବେ।
ପ୍ରଥମ ଉପାୟ:- ଲେମନ ଗ୍ରାସ।ଏହାବିଷ୍ୟରେ ବୋଧ ହୁଏ ଆପଣ ପ୍ରଥମରୁ ଜାଣିଥିବେ।ଏହି ଗଛର ତେଲ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବେସ ଲାଭ ଦାୟକ ହୋଇଥାଏ।ଭାଇରାଲ ରୋଗ, ସର୍ଦ୍ଧି ଓ ଜ୍ୱରରେ ବି ଏହାର ବ୍ୟବହାର କରାଯାଇଥାଏ।ଏହା ଶରୀରରେ ହଉଥିବା ଇନଫେକସନ ଠାରୁ ବି ରକ୍ଷା କରିଥାଏ।ଏହି ତେଲ ଆପଣ ଯେକୌଣସି ମେଡିକାଲ ଦୋକାନ କିମ୍ବା ଅନ ଲାଇନ ମାଧ୍ୟମରେ କିଣି ପାରିବେ।
ଦ୍ୱିତୀୟ ଉପାୟ:- ଅଦା।ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଅଦା ବି ଏକ ଚମତ୍କାରୀ ଔଷଧ ଭଳି କାମ କରିଥାଏ।ଏଥିରେ ଥିବା ଅନେକ ଔଷଧୀୟ ଗୁଣ ଶରୀରର ଇମ୍ୟୁନ ସିଷ୍ଟମ ପାଇଁ ଖୁବ ଲାଭ ଦାୟକ ହୋଇଥାଏ।ଆପଣ ପରିବା ଅପେକ୍ଷା ଯୁସ ସୁପ ଓ ଚଟଣିରେ ମଧ୍ୟ ଅଦାର ବ୍ୟବହାର କରିପାରିବେ।
ତୃତୀୟ ଉପାୟ:- ହଳଦୀ।ହଲଦୀରେ ଆଣ୍ଟି ଅକ୍ସୀଡ଼ାଣ୍ଟ ଗୁଣ ଭରପୁର ମାତ୍ରାରେ ରହିଥାଏ।ଏକ ଚାମଚ କଳା ମରିଚର ଚୂର୍ଣ୍ଣ ଓ ଏକ ଛୋଟ ଚାମଚ ହଳଦିର ଚୂର୍ଣ୍ଣ ନେଇ ଏହାକୁ ଏକ ଚାମଚ ଅଦାର ଚୂର୍ଣ୍ଣରେ ମିଶାଇ ଏହାକୁ ଏକ କପ ପାଣିରେ ଗରମ କରିଦିଅନ୍ତୁ ଯେତେବେଳେ ଏହି ପାଣି ଫୁଟିବା ପରେ ଅଧା ହୋଇଯିବ ଏହାକୁ ଥଣ୍ଡା କରି ପିଅନ୍ତୁ।ଆପଣଙ୍କ ଇମୟୁନିକୁ ବଢାଇବା ପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ।
ଚତୁର୍ଥ ଉପାୟ:- ଚତୁର୍ଥରେ ହଉଚି ତୁଳସୀ ତୁଳସୀରେ ଆଣ୍ଟି ବାୟୋଟିକ ଗୁଣ ଥାଏ।ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।ଓ ଏହା ଶରୀରକୁ ଭାଇରାଲ ସହିତ ଲଢ଼ିବାକୁ ଶକ୍ତି ଦେଇଥାଏ।ଏକ ଚାମଚ ଲବଙ୍ଗ ଓ ୧୦ରୁ ୧୫ ତୁଳସୀର ତାଜା ପତ୍ରକୁ ଏକ ଲିଟର ପାଣିରେ ପକାଇ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହା ସୁଖୀକି ଅଧା ନ ହୋଇଯିବ।ଏହାପରେ ଏହାକୁ ଛାଣି ଥଣ୍ଡା କରି ପ୍ରତି ଘଣ୍ଟାରେ ପିଅନ୍ତୁ।ଏହାଦ୍ୱାରା ଆପଣଙ୍କୁ ଭାଇରାଲ ରୋଗ ଠାରୁ ଆରାମ ମିଳିଥାଏ।
ପଞ୍ଚମ ଉପାୟ:- ଧନିଆ ପତ୍ର।ଏହା ବି ଭାଇରାଲ ରୋଗ ଭଳି ଅନେକ ରୋଗକୁ ଭଲ କରିବାରେ ସାହାଯ୍ୟ କରିଥାଏ।ଏହି ରୋଗକୁ ଶେଷ କରିବା ପାଇଁ ଧନିଆର ବ୍ୟବହାର କରିବା ଅନେକ ଲାଭ ଦାୟକ ହୋଇଥାଏ।ବର୍ଷା ଋତୁରେ ଏହାକୁ ଆପଣଙ୍କୁ ସକାଳେ ଓ ସଞ୍ଜରେ ପିଇବା ଦରକାର।