ସାଙ୍ଗମାନେ ବହୁତ ଲୋକ ମାନଙ୍କର ଏହା ଅଭ୍ୟାସ ଥାଏ ଯେ ସେମାନେ ଖାଦ୍ୟ ଖାଇ ସାରିବା ପରେ ପାଣି ପିଇଥାନ୍ତି।ଯେବେ ସେମାନେ ଖାଇବା ପରେ ପାଣି ପିଅନ୍ତି ତ କିଛି ଲୋକମାନେ ତାଙ୍କୁ ମନା ମଧ୍ୟ କରନ୍ତି ଯେ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ।କିନ୍ତୁ ଯେବେ ତାଙ୍କୁ କାରଣ ପଚରା ଯାଏ ତ ସେମାନେ ଏହା କହି ପାରନ୍ତି ନାହିଁ।ଆଜି ଏହି ଆର୍ଟିକିଲ ମାଧ୍ୟମରେ ମୁଁ ଆପଣ ମାନଙ୍କୁ g୩ ଟି କାରଣ କହିବି କି ଖାଇବା ପରେ ପାଣି କାହିଁକି ପିଆଯାଏ ନାହିଁ।
ପ୍ରଥମ ହେଉଛି ଖାଇବା ଖାଇ ସାରିଲା ପରେ ପାଣି ପିଇଲେ ହଜମ କ୍ରିୟାରେ ବାଧା ସୃଷ୍ଟି ହୋଇଥାଏ।ଖାଇବା ହଜମ କରିବା ପାଇଁ ଯେଉଁ ରସର ଦରକାର ହୋଇଥାଏ ଖାଇବା ପରେ ପାଣି ପିଇବା ଦ୍ବାରା ସେହି ରସ ପତଳା ହୋଇ ଯାଇଥାଏ।ଏହାଦ୍ଵାରା ଖାଦ୍ୟ ହଜମ ହେବାରେ ଅସୁବିଧା ସୃଷ୍ଟି ହୋଇଥାଏ।ଆମର ଡାଇଜେଷ୍ଟିଭ ସିଷ୍ଟମ ସଠିକ ଭାବରେ କାମ କରିପାରେ ନାହିଁ।
ଦ୍ଵିତୀୟ ହେଉଛି ଗ୍ୟାସ ବା ଏସିଡିଟିର ସମସ୍ୟା।ଭୋଜନ ସଠିକ ଭାବରେ ହଜମ ନ ହେବା ଦ୍ବାରା ଆପଣଙ୍କ ପେଟରେ ଗ୍ୟାସ ବଦହଜମି, କବଜ,ଛାତିରେ ଜଳାପୋଡା,ଖଟା ହେକୁଡ଼ି ଆଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।ଯଦି ଆପଣଙ୍କୁ ଏହି ସବୁ ସମସ୍ୟା ଭୋଗ କରିବାର ନାହିଁ ତ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ।ଆପଣ ଖାଇବା ଖାଆନ୍ତି ସେଥିରେ ଆପଣଙ୍କ ପେଟ ତ ପୁରିଯାଏ କିନ୍ତୁ ଯେବେ ସେ ଖାଇବା ହଜମ ହୁଏ ନାହିଁ ତାର ପୋଷକ ତତ୍ତ୍ୱ ମଧ୍ୟ ଆପଣଙ୍କ ଶରୀରକୁ ସଠିକ ଭାବରେ ମିଳେ ନାହିଁ।
ଏଥିପାଇଁ ଯେଉଁ ଲୋକ ମାନେ ଖାଇବା ପରେ ବହୁତ ପାଣିର ବ୍ୟବହାର କରନ୍ତି ସେମାନଙ୍କ ଶରୀରରେ ପୋଷକ ତତ୍ଵର ଅଭାବ ମଧ୍ୟ ଦେଖାଯାଏ।ତେବେ ସାଙ୍ଗମାନେ ଆୟୁର୍ବେଦରେ ମଧ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ପାଇଁ ମନା କରାଯାଇଛି।ଆୟୁର୍ବେଦରେ ଖାଇବା ପରେ ତୁରନ୍ତ ପାଣି ପିଇବାକୁ ବିଷ ସହିତ ତୁଳନା କରାଯାଇଛି। ଆୟୁର୍ବେଦ ଅନୁସାରେ ଆମେ ଯାହା କିଛି ବି ଖାଉଚେ ତାହା ନାଭିର ଜଠରାଗ୍ନିରେ ଯାଇ ହଜମ ହୋଇଥାଏ। ଜଠରାଗ୍ନି ଏକ ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ ହୋଇ ରହିଥାଏ।
ଆପଣ ପାଣି ପିଇ ତାକୁ ଶାନ୍ତି କରିଦିଅନ୍ତି ଯାହା ଦ୍ଵାରା ଆପଣଙ୍କ ଖାଇବା ସଠିକ ଭାବରେ ହଜମ ହୁଏ ନାହିଁ।ଯଦି ଆପଣ ଖାଇବା ଖାଇବାର ତୁରନ୍ତ ପରେ ପାଣି ପିଅନ୍ତି ତ ଆପଣଙ୍କ ହଜମ କ୍ରିୟା ବହୁତ ଦୁର୍ବଳ ହୋଇଯାଏ।ଆପଣ ଯାହା ବି ଖାଆନ୍ତି ତାହା ହଜମ ହୁଏ ନାହିଁ।ଏହାଦ୍ଵାରା ଆପଣଙ୍କ ଶରୀରରେ ପୋଷକ ତତ୍ୱର ଅଭାବ ଦେଖା ଦେଇଥାଏ।ଏହାଦ୍ଵାରା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇ ଯାଇଥାଏ।ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗ ଗ୍ରାସ କରି ନିଅନ୍ତି।ଯଦି ଆପଣଙ୍କର ଏହି ଅଭ୍ୟାସ ଅଛି ତ ଏହି ଅଭ୍ୟାସକୁ ଆଜି ହିଁ ବଦଳାଇ ଦିଅନ୍ତୁ।