pain

ଗୋଡ଼ର ମାଂସ ପେଶିରେ ହେଉଥିବା ଦରଜର ଘରୋଇ ଉପଚାର – ନିଶ୍ଚୟ ଜାଣି ରଖନ୍ତୁ।

HEALTH

ଆଜିକାଲି ଗୋଡର ମାଂସ ପେଶିର ଦରଜ ଏକ ସାଧାରଣ ସମସ୍ୟା ହୋଇ ଗଲାଣି।ଏହା ସହିତ ଏହି ସମସ୍ୟା ସାଧାରଣ ଭାବରେ ଖେଳକୁଦ କରିବା ସମୟରେ କିମ୍ବା ଅନ୍ୟ କୌଣସି କଠିନ କାର୍ଯ୍ୟ କରିବା ସମୟରେ ବାହାରି ପଡ଼ିଥାଏ।ତେବେ ଏପରି ହେବାର କାରଣ ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ଏହା ସାଧାରଣ ଭାବରେ ଶରୀରରେ ପାଣିର ଅଭାବ ଦେଖାଦେବା ପରେ ହୋଇଥାଏ।ଏହା ସହିତ ଏହା ଶରୀରରେ ପୋଷକ ତତ୍ତ୍ଵର ଅଭାବ କାରଣରୁ ମଧ୍ୟ ଦେଖା ଦେଇଥାଏ।

ତେବେ ଏହି ସମସ୍ୟାର ଅନେକ କାରଣ ରହିଛି।ଏହା ବିଶେଷ ଭାବରେ ଶରୀରରେ ପୋଷକ ତତ୍ବର ଅଭାବ ଓ ପାଣିର ଅଭାବ କାରଣରୁ ହୋଇଥାଏ।ଏହା ବ୍ୟତୀତ ଏହା ଆଘାତ ଲାଗିବା ଫଳରେ ମଧ୍ୟ ହୋଇଥାଏ।ତେବେ ଏହା ହେବା ପରେ ଅନେକ ପ୍ରକାରର ସମସ୍ୟା ଦେଖା ଯାଇଥାଏ।ଯେପରିକି ଏହା ହେବା ପରେ ଜଣେ ବ୍ୟକ୍ତି ସଠିକ ଭାବରେ ଚଲାବୁଲା କରି ପାରିବ ନାହିଁ।ଏହା ସହିତ ଏହା ଦେଖାଯିବା ପରେ ଏହାର ତୁରନ୍ତ ସମାଧାନ କରିବା ନିହାତି ଭାବରେ ଆବଶ୍ୟକ ହୋଇଥାଏ।

pain 2
ଏହା ସହିତ ଏହାର ଉପଚାର ପାଇଁ ଆମେ ଘରୋଇ ଉପାୟରେ ଏହାର ଚିକିତ୍ସା କରି ପାରିବା।ଯେପରିକି ଆମେ ରାତିରେ ଶୋଇବା ପୁର୍ବରୁ କ୍ଷୀରରେ ଅଳ୍ପ ହଳଦୀ ପକାଇ ଏହାକୁ ଭଲ ଭାବରେ ଗୋଳାଇବା ପରେ ଏହାକୁ ପିଇବା ଫଳରେ ଆମର ଏହି ସମସ୍ୟାର ସମାଧାନ ହୋଇ ଯାଇଥାଏ।ହଳଦୀ ଆମ ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରି ଥାଏ।ତେଣୁ ଏହାକୁ କ୍ଷୀରରେ ଗୋଳାଇ ପିଇବା ଫଳରେ ଏହା ଆମ ଶରୀରର ଅନେକ ସମସ୍ୟା ଦୂର କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ।

pain 1
ଏହା ସହିତ ପ୍ରତିଦିନ କିଛି ଆଦାକୁ ପାଣିରେ ପକାଇ ଏହାର କାଢ଼ା କରି ପିଇବା ଫଳରେ ଏହି ସମସ୍ୟାର ମଧ୍ୟ ସମାଧାନ ହୋଇ ପାରିବ।ଏହା ସହିତ ଆଦାରେ ବିଭିନ୍ନ ପ୍ରକାରର ପୋଷାକ ତତ୍ତ୍ଵ ଭରପୁର ମାତ୍ରାରେ ରହିଥାଏ ଯାହା ଆମକୁ ଏହି ସମସ୍ୟାରୁ ମୁକ୍ତି ଦେବାରେ ସହାୟକ ହୋଇଥାଏ।ଏହା ସହିତ ଆମର ଯେଉଁ ସ୍ଥାନରେ ଦରଜ ହୋଇଛି ସେହି ସ୍ଥାନରେ ସୋରିଷ ତେଲ ସାହାଯ୍ୟରେ ଭଲ ଭାବରେ ରାତିରେ ଶୋଇବା ପୂର୍ବରୁ ମାଲିସ କରିବା ଫଳରେ ଏହି ସମସ୍ୟାର ମଧ୍ୟ ସମାଧାନ ହୋଇ ପାରିବ।

ଏହା ସହିତ ଏହି ସମସ୍ୟା ଦେଖା ଯିବାର ଏକ ମୁଖ୍ୟ କାରଣ ହେଉଛି ଶରୀରରେ ପୋଷକ ତତ୍ଵର ଅଭାବ।ଏହା ସହିତ ଶରୀରରେ ପୋଷକ ତତ୍ୱର ଅଭାବ ପୂରଣ କରିବା ପାଇଁ ଉପଯୁକ୍ତ ମାତ୍ରାରେ ଖାଦ୍ୟ ଖାଇବା ଆବଶ୍ୟକ।ଏହା ସହିତ ଆମ ଶରୀରରେ ପାଣିର ଅଭାବ ଦେଖାଯିବା ପରେ ଏହି ସମସ୍ୟା ମଧ୍ୟ ଦେଖା ଯାଇଥାଏ।ତେଣୁ ଆମ ଶରୀରକୁ ପ୍ରଚୁର ମାତ୍ରାରେ ପାଣି ଆବଶ୍ୟକ ହୋଇଥାଏ।ସେହି କାରଣରୁ ପ୍ରତିଦିନ ଭଲ ଭାବରେ ପାଣି ପିଇବା ଆବଶ୍ୟକ।ଯାହା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ।ଏହା ସହିତ ଚିକିତ୍ସକ ମାନଙ୍କ ସହିତ ପରାମର୍ଶ କରି ସେମାନଙ୍କ ପରାମର୍ଶ ଅନୁସାରେ ଔଷଧ ମଧ୍ୟ ଖାଇବା ଆବଶ୍ୟକ ଅଟେ।

Leave a Reply

Your email address will not be published. Required fields are marked *