ଏବେ ଆସିଲା ବଡ଼ ଖବର ଜବରଦସ୍ତ ବିଧବା ଭାଉଜଙ୍କ ସହିତ କରିଦିଆ ଗଲା ବିବାହ ଆଉ ଚତୁର୍ଥୀ ରାତିରେ ଆତ୍ମହତ୍ୟା କଲେ ଯୁବକ ଜଣକ।ଯୁବକ ଜଣଙ୍କର ପ୍ରେମିକା ସହିତ ବିବାହ ହୋଇ ପାରିଲା ନାହିଁ ଆଉ ଗାଁ ମୁରବୀଙ୍କ କଥାରେ ବା ସନ୍ନମତିରେ ଯୁବକଙ୍କୁ ନିଜ ବିଧବା ଭାଉଜଙ୍କ ସହିତ ବିବାହ କରି ଦିଆଗଲା।ଆଉ ଏହି ଘଟଣା ଯୁବକଙ୍କୁ ମାନସିକ ଭାବରେ ବହୁତ ଆଘାତ ଦେଇଥିଲା ଆଉ ତାପରେ ସେ ୨୫ ବର୍ଷର ଯୁବକ ଯାଇଁ ଆତ୍ମହତ୍ୟା କରିଥିଲେ।ଏହିଭଳି ଏକ ଅଭାବନିୟ ଘଟଣା ଘଟିଛି ଝାଡଖଣ୍ଡର ରାମଗଡ଼ ଥାନା ଅଧିନସ୍ଥ ରୋଲାବଗିଚା ଗ୍ରାମରେ।ମୃତ ଯୁବକଙ୍କ ପିତା ସୁଖଲାଲଙ୍କ କହିବା ଅନୁସାରେ ତାଙ୍କ ପୁଅ ଲବ କୁମାର ଗ୍ରାମର ଜଣେ ବ୍ୟକ୍ତିଙ୍କ ବିବାହିତ ଝିଅ ସହିତ ପ୍ରେମ ସମ୍ପର୍କ ଥିଲା।
ବିବାହିତ ମହିଳାଙ୍କର ଶାଶୁ ଘର ରାମଗଡ଼ ଠାରେ ଅବସ୍ଥିତ ଓ ସେ ବିବାହିତ ମହିଳାଙ୍କର ଦୁଇ ଜଣ ସନ୍ତାନ ମଧ୍ୟ ଅଛନ୍ତି।ଗତ ଅକ୍ଟୋବର ମାସ ୧୭ ତାରିଖରେ ଲବ କୁମାରଙ୍କୁ ତାଙ୍କ ପ୍ରେମିକା ଶାଶୁ ଘରକୁ ଡାକି ଥିଲେ।ସେହି ସ୍ଥାନରେ ପ୍ରେମିକାର ଶାଶୁଘର ଲୋକେ ଲବ କୁମାର ବିରୁଦ୍ଧରେ ଦୁଷ୍କର୍ମର ଅଭିଯୋଗ ଆଣିଥିଲେ।ଏହା ସହିତ ତାଙ୍କ ପ୍ରେମିକାର ଶାଶୁ ଘର ଲୋକ ଲବ କୁମାରଙ୍କୁ ଅନେକ ମାଡ଼ ମଧ୍ୟ ମାରିଥିଲେ।ତେବେ ସେଠାରୁ ଲବ କୁମାର କୌଣସି ଉପାୟରେ ଖସି ଆସି ନିଜ ମାମୁଁ ଘର ଭୁରକୁଣ୍ଡୁଆ ଚାଲି ଯାଇଥିଲେ।ଆଉ ଲବ କୁମାର ନିଜ ମାମୁଁ ଘର ଭୁରକୁଣ୍ଡୁଆ ଠାରେ ପ୍ରାୟ ଗୋଟେ ସପ୍ତାହ ପର୍ଯ୍ୟନ୍ତ ରହିଥିଲେ।ଯୁବକ ଲବ କୁମାରଙ୍କର ପିତା ଆହୁରି କହିଛନ୍ତିଯେ ଏହାପରେ ପ୍ରେମିକାଙ୍କ ସ୍ୱାମୀ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ଲଗାଇ ଥିଲେ।
ଏହାକୁ ନେଇ ପ୍ରେମିକାଙ୍କ ସ୍ୱାମୀ ରାମଗଡ଼ ଥାନାରେ ଏତଲା ଦେଇଥିଲେ।ଆଉ ତାଙ୍କ ସ୍ୱାମୀଙ୍କର ଅଭିଯୋଗ କ୍ରମେ ଥାନା ଅଫିସର ଯୁବକ ଲବ କୁମାର ଓ ତାଙ୍କ ପରିବାର ଲୋକଙ୍କୁ ୩୧ ଅକ୍ଟୋବରରେ ଥାନାକୁ ଡାକିଥିଲା।ଆଉ ଏହା ପୂର୍ବରୁ ଗ୍ରାମରେ ଏକ ପଞ୍ଚାୟତ ବସିଥିଲା।ଆଉ ଏହି ପଞ୍ଚାୟତରେ ଯୁବକଙ୍କ ଠାରୁ ଏକ ଲକ୍ଷ୍ୟ ପଚିଶ ହଜାର ଟଙ୍କାର ଜୋରିମାନା ନିଆଯାଇଥିଲା।ଟଙ୍କା ନେବା ପରେ ମଧ୍ୟ ଏତିକିରେ କଥା ସରି ନଥିଲା,ସେହି ପଞ୍ଚାୟତ ମିଟିଙ୍ଗରେ ଲବଙ୍କୁ ତାଙ୍କ ବିଧବା ଭାଉଜଙ୍କ ସହିତ ବିବାହ କରିଦିଆ ଯାଇଥିଲା।ତେବେ ଚତୁର୍ଥୀ ରାତି ପୂର୍ବରୁ ଲବ କୁମାରଙ୍କର ଘରେ କେହି ନଥିବା ବେଳେ ସେ ରସି ଲଗେଇ ନିଜର ଜୀବନ ହାରି ଥିଲେ।ଏହାପରେ ଲବଙ୍କ ବିଧବା ଭାଉଜ କହିଥିଲେ ଯେ ତାଙ୍କ ଦିଅରଙ୍କ ସହିତ ପଞ୍ଚାୟତ ବୈଠକରେ କଣ ହୋଇଛି ସେ ଜାଣି ନାହାନ୍ତି।ଆଉ ଏହା ପରେ ଲବ ବହୁତ ମାନସିକ ଚାପରେ ରହୁଥିଲେ ଆଉ ତାଙ୍କୁ ବଞ୍ଚେଇବା ପାଇଁ ନେହୁରା ହେବା ସହିତ ମଥାରେ ସିନ୍ଦୁର ଲଗେଇଥିଲେ।ଏହାପରେ ଏ ଘଟଣାକୁ ନେଇ ପୋଲିସ ପାଖରେ ଏତଲା ଦିଆ ଯାଇଥିଲା।ଆଉ ଗାଁର ପଞ୍ଚାୟତଙ୍କ ସହିତ କିଛି ଲୋକ ଲବଙ୍କୁ ଧମକ ଦେଉଥିବାର ପୋଲିସ ଜାଣିବାକୁ ପାଇଛନ୍ତି।ଏହା ସହିତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାର ଡିଏସପି କହିଛନ୍ତି।
ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।