ମନୁଷ୍ୟ ଉତ୍ତମ ସ୍ୱାସ୍ଥ୍ୟ ବିନା କୌଣସି ବି କାର୍ଯ୍ୟ କରିବାକୁ ଅସମର୍ଥ। ସ୍ୱାସ୍ଥ୍ୟର ଯତ୍ନ ନେବା ଏକାନ୍ତ ଆବଶ୍ୟକ ଅଟେ। ନିଜର ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ବର୍ତ୍ତମାନ ନିରୁପାୟ। ଦୈନଦିନ ଜୀବନରେ ନିଜ କାର୍ଯ୍ୟ ସଫଳତା ପୁର୍ବକ ଶେଷ କରିବା ପରେ ପ୍ରତ୍ୟେକ ମଣିଷ ଥକି ଯାଇଥାଏ। ନିଜ ପରିବାର ପ୍ରତି ସମୟ ଦେବା ପାଇଁ ଅସମର୍ଥ।
ତେବେ ଆସନ୍ତୁ ଜାଣିବା କଣ ପାଇଁ ହେଉଛି ଏହି ପ୍ରକାରର ଅସୁବିଧା। ନିଜର ନିତିଦିନ ର କାର୍ଯ୍ୟ କଳାପ ଠିକ ନ ରହିଲେ ଆମକୁ ଥକା ଲାଗିଥାଏ। ଅଧିକ ସମୟ ପର୍ଯ୍ୟନ୍ତ ଶୋଇରହିଲେ ବା କୌଣସି କାର୍ଯ୍ୟକୁ ଠିକ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ନ କରି ସେଥିରେ ବିଳମ୍ବ କଲେ ଅନ୍ୟ କିଛି କାର୍ଯ୍ୟ ପ୍ରତି ଆଗ୍ରହ ସୃଷ୍ଟି ହୁଏ ନାହିଁ।
ଏହୂ ସମସ୍ୟାର ସମାଧାନ ପାଇଁ ପ୍ରତିଦିନ ୮ ଘଣ୍ଟା ଶୋଇବା ଆବଶ୍ୟକ। ନିଦ୍ରା ସମୟରେ କିଛି ବିଳମ୍ବ ହେଲେ ତାହା ମାନସିକ ଚାପ ମଧ୍ୟ ସୃଷ୍ଟି କରିଥାଏ। ରାତିରେ ଶୋଇବାର ୧ ଘଣ୍ଟା ଆଗରୁ ମୋବାଇଲ ଫୋନ ଚାଲେଇବା ଉଚିତ ନୁହେଁ। ଏହା ମସ୍ତିଷ୍କରେ କୁ ପ୍ରଭାବ ପକାଇଥାଏ। ଧୂମ୍ରପାନ ଓ ମଦ୍ୟପାନ ନ କରିବା ଉଚିତ। ଚା ଏବଂ କଫି କମ୍ ପିଇବା ଆବଶ୍ୟକ। ଏହା ଦ୍ୱାରା ଶରୀରକୁ ଆଳସ୍ୟ ଲାଗି ନ ଥାଏ।
ଦୈନିକ ୪ ରୁ ୫ ଲିଟର ପାଣି ପିଇବା ଉଚିତ। ଏହା ଦ୍ୱାରା ଶରୀରରେ ଜଳୀୟ ଅଂଶ ର ମାତ୍ରା ସନ୍ତୁଳିତ ରୁହେ। ଏକ ଗବେଷଣାରୁ ଜଣା ଯାଇଛି ଯେ ପାଣି ଅଧିକ ପିଉଥିବା ବ୍ୟକ୍ତିଙ୍କ ସ୍ମୃତିଶକ୍ତି ପ୍ରଖର ହୋଇଥାଏ। ପ୍ରତିଦିନ ସକାଳୁ ବ୍ୟାୟାମ କରିବା ଆବଶ୍ୟକ। ଯୋଗ , ବ୍ୟାୟାମ ଦ୍ୱାରା ଶରୀରର ଅଙ୍ଗପ୍ରତ୍ୟେଙ୍ଗ ସୁସ୍ଥ ରୁହେ ଯାହା ଦ୍ୱାରା ଆଳସ୍ୟ ଲାଗି ନଥାଏ।
ଏହି ଆଳସ୍ୟପଣ ଦୂର କରିବା ଲାଗି ଦହି, ହର୍ବାଲ ପାନୀୟ ଯେପରିକି ଗ୍ରୀନ ଟି , ଅଁଳା ଜୁସ ଓ ଆଲୋଭେରା ଜୁସ ଆଦି ପିଇବା ଆବଶ୍ୟକ। ଚକୋଲେଟ ରେ ମଧ୍ୟ ପୋଷକ ରହିଥାଏ। ଏହାକୁ ଖାଇବା ଦ୍ୱାରା ଆଳସ୍ୟ ମଧ୍ୟ ଦୂର ହୁଏ। ମାଛ ଓ ଗ୍ରୀନ ଫୁଡ଼ ଆଦି ମଧ୍ୟ ଖାଇବା ଜରୁରୀ ଅଟେ। ସେଥିରେ ଭିତମିନ-ବି ରହିଥାଏ। ଅମୃତଭଣ୍ଡା, ଓଟସ ଆଦି ସବୁଜ ପନି ପରିବା ଖାଇବା ଏବଂ କ୍ଷୀର ପିଇବା ଆବଶ୍ୟକ।
ଏହି ସବୁ ଜିନିଷକୁ ପ୍ରତିଦିନ ଅଭ୍ୟାସରେ ପକେଇବା ଦରକାର। ଏହା ଦ୍ୱାରା ନିଜ ଶରୀରରେ ଏକ ପରିବର୍ତ୍ତନ ଦେଖାଯିବ ଏବଂ ଶରୀର ସୁସ୍ଥ ରହିବ। ଯଦି ତଥାପି କିଛି ଅସୁବିଧା ରୁହେ ,ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ଅଟେ। ଏହା କେତେକ ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ଯେପରିକି ଆନେମିଆ , ଥାଇରଏଡ଼ ,ଡିପ୍ରେସନ , ଡାଇବେଟିସ ଓ ନିଦ୍ରାଜନିତ ରୋଗ ମଧ୍ୟ ହୋଇଥାଏ। ଏହାର ଯଥାଶୀଘ୍ର ଚିକିତ୍ସା କରି ନେବା ଉଚିତ।