bindha

ମୁଣ୍ଡ ବିନ୍ଧା ପାଇଁ ଚିନ୍ତାରେ ଥିଲେ ଏହି ଉପାୟ ଅବଲମ୍ବନ କରନ୍ତୁ ଉପସମ ମିଳିବ – ଶୀଘ୍ର ଜାଣନ୍ତୁ |

HEALTH

ସୁସ୍ଥ ଜୀବନ ପାଇଁ ସୁସ୍ଥ ଶରୀର ଏକାନ୍ତ ଆବଶ୍ୟକ। ଶରୀରର ଅଙ୍ଗ ପ୍ରତ୍ୟେଙ୍ଗ ସୁସ୍ଥ ରହିଲେ ମନ ପ୍ରଫୁଲ୍ଲ ରହେ। ଦୈନନ୍ଦିନ ଜୀବନରେ ଅନେକ ବ୍ୟଥା ଜନିତ ସମସ୍ୟା ଦେଖା ଯାଇଥାଏ। ଆଖି ଯନ୍ତ୍ରଣା, ମୁଣ୍ଡ ବିନ୍ଧା , ଦେହ ହାତ ବ୍ୟଥା ହେବା ଇତ୍ୟାଦି। ଆସନ୍ତୁ ଆଲୋଚନା କରିବା ବେକ ଯନ୍ତ୍ରଣା ଓ ଏହାର ସୁନ୍ଦର ଉପଚାର।

ପ୍ରାକୃତିକ ଉପଚାର ଅନେକ ମାତ୍ରରେ ଫଳପ୍ରଦ ହୋଇଥାଏ। ପ୍ରକୃତିରୁ ମିଳୁଥିବା ଗଛ ,ଫଳ ଓ ପତ୍ର ଆଦି ଅନେକ ଶାରୀରିକ ସମସ୍ୟାକୁ ଦୂର କରିଥାଏ। ଶରୀର ପାଇଁ ତୁଳସୀ ପତ୍ର ଭଗବାନଙ୍କ ବରଦାନ ସଦୃଶ୍ୟ। ଏହାକୁ ଅନେକ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇଥାଏ। ତେଣୁ ଆସନ୍ତୁ ଜାଣିବା କିପରି ଏହାକୁ ଖାଦ୍ୟରେ ଗ୍ରହଣ କରିବେ।

head 1
ପ୍ରଥମେ ୧୦ ରୁ ୧୫ ଟି ତୁଳସୀ ପତ୍ର ନିଅନ୍ତୁ। ଏକ ପାତ୍ରରେ ତାହାକୁ ଦଳି ତାହାର ରସ ବାହାର କରନ୍ତୁ। ଏହାକୁ ଅନ୍ୟ ଏକ ପାତ୍ରରେ ସଂଗ୍ରହ କରନ୍ତୁ। ଏହାକୁ ଛଣା ଦ୍ୱାରା ଛାଣି ଦିଅନ୍ତୁ। ଏଥିରୁ ୧ ଚାମଚ ନେଇ ଅନ୍ୟ ଏକ ପାତ୍ରରେ ରଖନ୍ତୁ। ଏକ ଚାମଚ ଲେମ୍ବୁ ରସ ସେଥିରେ ମିଶାନ୍ତୁ। ମୁଣ୍ଡ ବିନ୍ଧା ଆରମ୍ଭ ହେଲେ ଏହାକୁ ପିଇ ନିଆନ୍ତୁ। ୫ ରୁ ୧୦ ମିନିଟ ମଧ୍ୟରେ ଏହାର ପ୍ରଭାବରେ ମୁଣ୍ଡ ବିନ୍ଧା ଭଲ ହୋଇଯିବ।

headache
ଯେଉଁମାନଙ୍କର ପ୍ରତିଦିନ ମୁଣ୍ଡ ବ୍ୟଥା ହେଉଛି ସେମାନେ ଏହାକୁ ଦିନକୁ ଦୁଇ ଥର ନେବା ଆବଶ୍ୟକ। ସକଳେ ଏବଂ ସନ୍ଧ୍ୟା ବେଳେ କିମ୍ବା ରାତିରେ ଆପଣ ଏହାକୁ ପିଇପାରିବେ। ଏହାକୁ ପିଇବା ଦ୍ୱାରା ମୁଣ୍ଡ ଯନ୍ତ୍ରଣା ଏବଂ ଆଖି ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିବ। ଆଖିକୁ ଅଧିକ ସୁରକ୍ଷିତ ମଧ୍ୟ ରଖିବ। ଏହାକୁ ଆପଣ ଖାଇବା ପରେ ଗ୍ରହଣ କଲେ ଉତ୍ତମ ଅଟେ। ଏହା ଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହିବ ଏବଂ ପାଚକ ପ୍ରକ୍ରିୟାରେ କୌଣସି ଅସୁବିଧା ହେବ ନାହିଁ।

ଦୈନିକ ବ୍ୟାୟାମ କରିବା ଦ୍ୱାରା ଶରୀରର ଅଙ୍ଗ ପ୍ରତ୍ୟେଙ୍ଗ ଉତ୍ତମ ସ୍ଥିତିରେ ରୁହେ। ବ୍ୟାୟାମ ଦ୍ୱାରା ଶରୀରର ମାଂସପେଶୀ ସୁସ୍ଥ ରୁହେ। ଏହା ଦ୍ୱାରା ଯନ୍ତ୍ରଣା ମଧ୍ୟ କମିଥାଏ। ଦୈନିକ ମୁଣ୍ଡକୁ ଥଣ୍ଡା ପାଣିରେ ଧୋଇବା ଆବଶ୍ୟକ। ଯଦି ଏହି ସମସ୍ୟା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରୁହେ , ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

Leave a Reply

Your email address will not be published. Required fields are marked *