ନିଦ ଏକ ଏପରି କାର୍ଯ୍ୟ ଅଟେ ଯାହାକୁ କରିବା ଆମ ଜୀବନ ପାଇଁ ନିହାତି ଭାବରେ ଆବଶ୍ୟକ।ଆମ ଜୀବନର ଆମେ ପ୍ରାୟ ଏକ ତୃତୀୟାଂଶ ଭାଗ ସୋଇବାରେ ଅତିବାହିତ କରି ଥାଉ।ଏହା ସହିତ ଶୋଇବା ଆମ ଶରୀର ପାଇଁ ନିହାତି ଭାବରେ ଆବଶ୍ୟକ ହେଉଥିବା ଏକ କାର୍ଯ୍ୟ।ଯେପରି ଭାବରେ ସୁନ୍ଦର ସ୍ଵାସ୍ଥ୍ୟ ପାଇଁ ଆମେ ପୋଷକ ଯୁକ୍ତ ଖାଦ୍ୟ ଖାଇଥାଉ ସେହିପରି ଭାବରେ ଏକ ସୁନ୍ଦର ସ୍ଵାସ୍ଥ୍ୟ ପାଇଁ ଆମକୁ ଦୈନିକ ପ୍ରାୟ ୭-୯ ଘଣ୍ଟା ଶୋଇବା ନିହାତି ଭାବରେ ଆବଶ୍ୟକ ହୋଇଥାଏ।
ଏହା ଅନୁଧ୍ୟାନରୁ ଜଣା ପଡ଼ିଛି ଯେ ମହାନଗରର ପ୍ରାୟ ଏକ ତୃତୀୟାଂଶ ଲୋକ ସବୁଦିନ ଭଲ ଭାବରେ ସୋଇ ପାରନ୍ତି ନାହିଁ।ଏହା ସହିତ ଭଲ ନିଦ ନ ହେବା କାରଣରୁ ସେମାନେ ସଠିକ ଭାବରେ କାର୍ଯ୍ୟ କରି ପାରନ୍ତି ନାହିଁ।ଏହା ସହିତ ସଠିକ ଭାବରେ ନିଦ ନ ହେବା ଫଳରେ ଆମ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଆରମ୍ଭ ହୋଇ ଯାଇଥାଏ।ତେବେ ଜଣେ ବ୍ୟକ୍ତି ଯଦି ସଠିକ ଭାବରେ ସୋଇଥାଏ ତେବେ ସେହି ବ୍ୟକ୍ତିର ଅନେକ ପ୍ରକାରର ଲାଭ ହୋଇଥାଏ।ଏହା ସହିତ ସଠିକ ଭାବରେ ନିଦ ନ ନେଲେ ଅନେକ ପ୍ରକାରର କ୍ଷତି ମଧ୍ୟ ହୋଇଥାଏ।
ତେବେ ସଠିକ ଭାବରେ ଶୋଇବା ଫଳରେ ଜଣେ ବ୍ୟକ୍ତିର ଖାଦ୍ୟ ସଠିକ ଭାବରେ ହଜମ ହୋଇ ଯାଇଥାଏ।ଏହା ସହିତ ଖାଦ୍ୟ ସଠିକ ଭାବରେ ହଜମ ହେବା ଫଳରେ ଆମ ଶରୀର ସଠିକ ଭାବରେ ପୋଷଣ ପାଇ ପାରିଥାଏ।ଅନେକ ଲୋକ ଏକ ଭଲ ନିଦ ନ ପାଇବା ଫଳରେ ସେମାନେ ସକାଳୁ ଉଠିବା ପରେ ପୁଣି ଶୋଇବା ପାଇଁ ଇଚ୍ଛା ପ୍ରକାଶ କରି ଥାଆନ୍ତି।ଏହା ସେମାନଙ୍କ ଶରୀର ପାଇଁ ଅନେକ ସମସ୍ୟା କରିପାରେ।ଏହା ସହିତ ଏକ ଭଲ ନିଦ ଆପଣଙ୍କୁ ଅନେକ ବିଶେଷ ଫାଇଦା ଦେଇ ପାରେ।
ଭଲ ନିଦ ହେବା ଫଳରେ ଆପଣ କୌଣସି କଥାକୁ ସହଜରେ ମାନେ ରଖିବାରେ ସଫଳ ହୋଇ ପାରନ୍ତି।ଏହା ଆପଣଙ୍କ ସ୍ମରଣ ଶକ୍ତିକୁ ତୀବ୍ର କରିବାରେ ସହାୟକ ହୋଇଥାଏ।ଏକ ପର୍ଯ୍ୟବେକ୍ଷଣ କରାଯାଇ ଏହା ଜଣା ପଡ଼ିଛି କି ଯେଉଁ ବ୍ୟକ୍ତି ଭଲ ଭାବରେ ସୋଇ ଥାଆନ୍ତି ସେହି ବ୍ୟକ୍ତି ସମସ୍ତ କାର୍ଯ୍ୟକୁ ଭଲ ଭାବରେ ଓ ସଠିକ ଭାବରେ କରି ପାରନ୍ତି ଓ ସେମାନେ ଅନ୍ୟ ଲୋକମାନଙ୍କ ପାଖରୁ ଅଧିକ ତତ୍ପର ଓ ଫୁର୍ତିର ସହିତ କାମ କରିବାରେ ସଫଳ ହୋଇ ପାରନ୍ତି।
ଏହା ସହିତ ଭଲ ନିଦ ନ ହେବା ଫଳରେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖା ଯିବାର ସମ୍ଭାବନା ରହିଥାଏ।ଏହା ସହିତ ଭଲ ନିଦ ନ ହେବା ଫଳରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇ ଯାଇଥାଏ।ଏହା ବ୍ୟତୀତ ଆମ ଶରୀରରେ ଅନେକ ପ୍ରକାରର ଅନ୍ୟ ପରିବର୍ତ୍ତନ ମଧ୍ୟ ଦେଖା ଯାଇଥାଏ।ତେବେ ଶୋଇବା ପୂର୍ବରୁ ଆପଣ ନିଜର ପାଦକୁ ଭଲ ଭାବରେ ତେଲରେ ମାଲିସ କରିବା ଆବଶ୍ୟକ।ଏହା ସହିତ ଶୋଇବା ପୂର୍ବରୁ ଚାହା ପିଅନ୍ତୁ ନାହିଁ।ଏହା ଆପଣଙ୍କୁ ଏକ ସୁସ୍ଥ ନିଦ ଦେବାରେ ସହାୟକ ହୋଇ ପାରିବ।