ସୌନ୍ଦର୍ଯ୍ୟ ଓ ଶରୀର ପରସ୍ପର ଠାରୁ ଅଭିନ୍ନ ଅଟନ୍ତି। ଉତ୍ତମ ସୌନ୍ଦର୍ଯ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ଏକାନ୍ତ ଆବଶ୍ୟକ। ଏହାକୁ କୋମଳ ଓ ସୁନ୍ଦର ରଖିବା ପାଇଁ ଅନେକ ପ୍ରକାରର ପଦ୍ଧତି ଅବଲମ୍ବନ କରିବାକୁ ପଡିଥାଏ। ସୁନ୍ଦର ଓ ଖୁବସୁରତ ଚେହେରା ପାଇବାକୁ ସମସ୍ତଙ୍କର ଇଛା। ଯଦି ଚେହେରାରେ ଚାହୁଁ ନଥିବା ସ୍ଥାନରେ କେଶ ଉଠେ, ତେବେ ଶରୀରର ସୌନ୍ଦର୍ଯ୍ୟ ଫିକା ପଡିବାକୁ ଲାଗିଥାଏ। ସେଥିପାଇଁ ଅନେକ ଲୋକ ଚିନ୍ତାରେ ମଧ୍ୟ ରହିଥାନ୍ତି। ତେବେ ଆସନ୍ତୁ ଜାଣିବା କିପରି ଏହି ସମସ୍ୟାକୁ ଦୂର କରିବେ।
ଏକ ପାତ୍ରରେ ଏକ ଚାମଚ ହଳଦି ନିଅନ୍ତୁ। ସେଥିରେ ଏକ ଚାମଚ ବେସନ ମିଶାନ୍ତୁ। ଏଥିରେ ପାଣି ମିଶାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏହାକୁ ସେହି ସ୍ଥାନରେ ଭଲ ଭାବରେ ଲଗାଇ ଦିଅନ୍ତୁ। କିଛି ସମୟ ଶୁଖିବା ପରେ ଏହାକୁ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏହିପରି କିଛି ସପ୍ତାହ ବାରମ୍ବାର କରନ୍ତୁ ଏବଂ ନିଜ ତ୍ଵଚାକୁ ସୁନ୍ଦର କରନ୍ତୁ।
ଛୋଟ ଅମୃତ ଭଣ୍ଡାକୁ କାଟି ତାହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ସେଥିରେ ଅଧା ଚାମଚ ହଳଦି ପକାନ୍ତୁ। ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ନିଜ ଶରୀରରେ ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛି ସମୟ ପରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହିପରି କିଛି ସପ୍ତାହ ବାରମ୍ବାର କରନ୍ତୁ ଏବଂ ନିଜ ତ୍ଵଚାକୁ ସୁନ୍ଦର କରନ୍ତୁ।
ଏକ ପାତ୍ରରେ ଦୁଇ ଚାମଚ ମକ୍କା ଅଟା ନିଅନ୍ତୁ। ସେଥିରେ ଏମ ଚାମଚ ଚିନି ମିଶାନ୍ତୁ। ଉକ୍ତ ପାତ୍ରରେ ଅଣ୍ଡାର ଭିତର ଅଂଶ ମିଶାନ୍ତୁ। ଏହାକୁ ଭଲ ଭାବରେ ଘାଣ୍ଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏହାକୁ ସେହି ସ୍ଥାନରେ ଭଲ ଭାବରେ ଲଗାଇ ଦିଅନ୍ତୁ। କିଛି ସମୟ ଶୁଖିବା ପରେ ଏହାକୁ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏହିପରି କିଛି ସପ୍ତାହ ବାରମ୍ବାର କରନ୍ତୁ ଏବଂ ନିଜ ତ୍ଵଚାକୁ ସୁନ୍ଦର କରନ୍ତୁ।
ଏକ ପାତ୍ରରେ ଦୁଇ ଚାମଚ ଚିନି ଓ ଦୁଇ ଚାମଚ ଲେମ୍ବୁ ରସ ନିଅନ୍ତୁ। ସେଥିରେ ୧୦ ଚାମଚ ପାଣି ମିଶାଇ ଏକ ଲେପନ ପ୍ରସ୍ତୁତ କରନ୍ତୁ। ବର୍ତ୍ତମାନ ଏହାକୁ ସେହି ସ୍ଥାନରେ ଭଲ ଭାବରେ ଲଗାଇ ଦିଅନ୍ତୁ। କିଛି ସମୟ ଶୁଖିବା ପରେ ଏହାକୁ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ। ଏହିପରି କିଛି ସପ୍ତାହ ବାରମ୍ବାର କରନ୍ତୁ ଏବଂ ନିଜ ତ୍ଵଚାକୁ ସୁନ୍ଦର କରନ୍ତୁ। ଉପରୋକ୍ତ ପ୍ରତ୍ୟେକ ଉପାୟ ଦ୍ୱାରା ଆପଣ ନିଜ ଶରୀରରୁ କେଶକୁ ହଟେଇ ପାରିବେ ଏବଂ ନିଜକୁ ଅଧିକ ସୌନ୍ଦର୍ଯ୍ୟମୟ କରିପରିବେ ।