foott

ସବୁଠାରୁ ଅଧିକ ଫାଇବର ଥିବା ଖାଦ୍ୟ – ଯାହା ଆପଣଙ୍କୁ ସୁଫଳ ପ୍ରଦାନ କରିବ – ଶୀଘ୍ର ଜାଣନ୍ତୁ |

HEALTH

ଶରୀର ଓ ସ୍ୱାସ୍ଥ୍ୟ ପରସ୍ପର ପାଇଁ ଏକାନ୍ତ ଆବଶ୍ୟକ। ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ସୌନ୍ଦର୍ଯ୍ୟ ମନୁଷ୍ୟ ପାଇଁ ଜରୁରୀ ଅଟେ। ସେଥିପାଇଁ ଅନେକ ପ୍ରକାରର ପଦ୍ଧତି ଅବଲମ୍ବନ କରିବାକୁ ପଡିଥାଏ। ଦୈନନ୍ଦିନ ଜୀବନରେ ଖାଦ୍ୟ ଭାବରେ ବ୍ୟବହାର କରୁଥିବା ଅନେକ ପନିପରିବା ,ଫଳମୂଳ ଆମ ଶରୀର ପାଇଁ ଏକାନ୍ତ ଆବଶ୍ୟକ। ଶରୀରକୁ ସୁସ୍ଥ, ସବଳ ଓ ସୁନ୍ଦର ରଖିବାରେ ଏହି ପନିପରିବା ନିତ୍ୟ ଦରକାରୀ।

ସୁସ୍ଥ ଶରୀର ପାଇଁ ଫଇବାର ବହୁତ ଜରୁରୀ ଅଟେ । ଏହା ଭୋଜନ କରୁଥିବା ପ୍ରତ୍ୟେକ ଖାଦ୍ୟକୁ ସଠିକ ଭାବରେ ହଜମ କରିଥାଏ। ଏହା ପେଟ ମଧ୍ୟ ସଫା ରଖିବାରେ ସାହାଯ୍ୟ କରେ। ଫଇବାର ଯୁକ୍ତ ଖାଦ୍ୟ ସେବନ କଲେ , ଶରୀରରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ କୌଣସି ଅସୁବିଧା ହୁଏ ନାହିଁ। ଏହା ବ୍ୟତୀତ ଶରୀର ରର ଜମା ହେଉଥିବା ଅତିରିକ୍ତ ଚର୍ବି ଓ ଓଜନ କୁ ନିୟନ୍ତ୍ରଣ ରଖିଥାଏ। ତେବେ ଆସନ୍ତୁ ଆଲୋଚନା କରିବା ଫଇବାର ଯୁକ୍ତ କିଛି ଖାଦ୍ୟ ମାଧ୍ୟମରେ।

ଆସନ୍ତୁ ଜାଣିବା ଓଟସ୍ ସମ୍ପର୍କରେ। ଓଟସ୍ ରେ ବିଟା ଗ୍ଲୁକନ ନାମକ ଏକ ଖାସ ଫଇବାର ରହିଥାଏ। ଏହା ଶରୀରରେ କୋଲେଷ୍ଟରଲକୁ କମ୍ କରିଥାଏ। ଓଟସକୁ ଖାଇବା ଦ୍ୱାରା ଶରୀରରେ ଫଇବାର ର କମି ପୂରା ହୋଇଥାଏ। ଏହା ସହିତ ଶରୀର ଦିନସାରା ସତେଜ ଓ ମଜବୁତ ରହିଥାଏ।

foot 1
ସେଓ ଏବଂ ନାଶପାତି ଭଳି ଫଳରେ ଅଧିକ ମାତ୍ରାରେ ଫଇବାର ରହିଥାଏ। ଏହାକୁ ସର୍ବତ ଭାବରେ ଅଥବା ସାଲାଡ଼ ହିସାବରେ ମଧ୍ୟ ଖିଆଯାଇପାରେ। କିନ୍ତୁ ଯେବେ ବି ଆପଣ ଏହାକୁ ବ୍ୟବହାର କରୁଛନ୍ତି, ସେତେବେଳେ ଏହାର ଉପର ଚୋପା ଛଡାନ୍ତୁ ନାହିଁ। ଏହାର କାରଣ ଏହା କି , ଚୋପାରେ ହିଁ ଏହାର ମାତ୍ରାଧିକ ଫଇବାର ରହିଥାଏ।

apple 1
ବାଦାମ , ପେସ୍ତା ଓ ଅଖରୋଟ ଭଳି ଫଳରେ ଫଇବାରର ମାତ୍ର ବହୁତ ଅଧିକ। ଏଥିରେ ପ୍ରୋଟିନ ମଧ୍ୟ ପ୍ରଚୁର ପରିମାଣରେ ରହିଥାଏ। ଖିସମିସ ରେ ମଧ୍ୟ ବିଭିନ୍ନ ପ୍ରକାରର ଫଇବାର ରହିଥାଏ। ଶରୀରରେ ଫଇବାରର ମାତ୍ରା ବଢ଼େଇବା ଲାଗି ପ୍ରତ୍ୟେକ ଦିନ ଖାଦ୍ୟରେ ଏହି ସବ୍ୟ ଶୁଖିଲା ଫଳ ନେବା ଉଚିତ।

ସବୁଜ ମଟରକୁ ଫଇବାର ର ମହତ୍ୱପୂର୍ଣ୍ଣ ସ୍ରୋତ ବୋଲି ମାନାଯାଇଥାଏ। ଶରୀର ରେ ଫଇବାରର ମାତ୍ରା ପୁରଣ କରିବା ଲାଗି ଏହାକୁ ଶୁଖେଇ ଅଥବା ଖାଦ୍ୟରେ କଞ୍ଚା ଭାବରେ ଖାଇବା ଆବଶ୍ୟକ। ଭୋଜନରେ ଫଇବାରର ମାତ୍ରା ବଢ଼େଇବା ଲାଗି ଏହାକୁ ବିଭିନ୍ନ ପ୍ରକାରରେ ଖାଦ୍ୟ ସହ ନେବା ଜରୁରୀ।

ବିନ୍ସ ଫଇବାରର ଏକ ଉତ୍ତମ ସ୍ରୋତ ଅଟେ। ଏହା ସବୁଜ ରଙ୍ଗର ହୋଇଥାଏ। ଶରୀରରେ ଫୁର୍ତ୍ତି ପାଇଁ ଏହାକୁ ଖାଦ୍ୟ ସହ କଞ୍ଚା କିମ୍ବା ଶୁଖିଲା ନିଆ ଯାଇଥାଏ। ପୋଷଣରେ ଭରପୁର ବିନ୍ସରେ ପ୍ରଚୁର ମାତ୍ରରେ ଫଇବାର ରହିଥାଏ। ଏହା ଦ୍ୱାରା କୌଣସି ଅସୁବିଧା ମଧ୍ୟ ଦେଖାଯାଏ ନାହିଁ। ବ୍ରୋକୋଳି ମଧ୍ୟ ଏକ ଏପରି ପରିବା ଅଟେ ଯାହା ଶରୀରର ଓଜନ କମ୍ କରିବାରେ ବେଶ ସହାୟକ ହୁଏ। ଏଥିରେ ମଧ୍ୟ ପ୍ରଚୁର ପରିମାଣରେ ଫଇବାର ରହିଥାଏ।

Leave a Reply

Your email address will not be published. Required fields are marked *