hight

କଣ ଆପଣ କମ୍ ଉଚ୍ଚତା କୁ ନେଇ ଚିନ୍ତାରେ ଅଛନ୍ତି କି – ତେବେ ଆମ ନିମ୍ନ ଉପାୟ ଅବଲମ୍ବନ କରନ୍ତୁ ଓ ସେଥିରୁ ମୁକ୍ତି ପାଆନ୍ତୁ।

HEALTH

ସୁସ୍ଥ ଜୀବନ ପାଇଁ ସୁସ୍ଥ ଶରୀର ନିହାତି ଜରୁରୀ। ଶରୀରର ଅଙ୍ଗ ପ୍ରତ୍ୟେଙ୍ଗ ସୁସ୍ଥ ରହିଲେ ମନ ପ୍ରଫୁଲ୍ଲ ରହେ। ମାତ୍ର ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଦେଖା ଯାଇଥାଏ। ବୟସ ବଢ଼ିବା ସହିତ ଉଚ୍ଚତା ମଧ୍ୟ ବୃଦ୍ଧି ପାଇଥାଏ। କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ। ମାତ୍ର ବହୁତ କ୍ଷେତ୍ରରେ ଉଚ୍ଚତା ଏକ ବୃହତ ସମସ୍ୟା ଅଟେ।

ଅନେକାଂଶ ଲୋକ ନିଜ କମ୍ ଉଚ୍ଚତାକୁ ନେଇ ଚିନ୍ତାରେ ରହିଥାଆନ୍ତି। ବୃଦ୍ଧ ହୁଅନ୍ତୁ କି ଯୁବକ , ନିଜର ଉଚ୍ଚତା କମ୍ ରହିଲେ ମଣିଷ ର ମନରେ ଏକ ପ୍ରକାରର ନିମ୍ନମାନ ର ଭାବ ଆସିଥାଏ। ସେ ନିଜକୁ ଅନ୍ୟଠୁ କ୍ଷୁଦ୍ର ବୋଲି ମନେ କରିଥାଏ। ତେବେ ଆସନ୍ତୁ ଆଲୋଚନା କରିବା ଅପଣ କିପରି ଏ ସମସ୍ୟାରୁ ମୁକ୍ତି ପାଇବେ।

hight 1
ପ୍ରଥମେ ଉଚ୍ଚତା କମ୍ ର କାରଣ ଜାଣିବାକୁ ହେବ। କେଉଁ ପୋଷକ ଅଭାବରୁ ଏ ସମସ୍ୟା ଦେଖା ଦେଇଛି ତାହା ଜାଣିବାକୁ ହେବ। ଦ୍ୱିତୀୟ କଥା ହେଉଛି ବ୍ୟାୟାମ। ପ୍ରତିଦିନ ୩ ରୁ ୪ ଘଣ୍ଟା ବ୍ୟାୟାମ କରିବା ଆବଶ୍ୟକ। ତୃତୀୟ କଥା ହେଉଛି ନିଜ ଖାଦ୍ୟ ପଦାର୍ଥରେ ପରିବର୍ତ୍ତନ କରିବାକୁ ପଡିବ। ଯାହାଦ୍ୱାରା ଅପଣଙ୍କ ଶରୀରରେ ସୁଧାର ଆସି ପାରିବ।

hight 2
ଏହି କମ୍ ଉଚ୍ଚତାର ମୁଖ୍ୟ କାରଣ ହେଉଛି ଜେନେଟିକ୍ସ ଅର୍ଥାତ ବଂଶଗତ ସମସ୍ୟା। ୬୦ ରୁ ୭୦ ପ୍ରତିଶତ ଆମ ଜିନ ଉପରେ ନିର୍ଭର କଟିଥାଏ। ଅନ୍ୟ କାରଣ ପୋଷକ ଏବଂ ଜଳ ଉପରେ ନିର୍ଭର କରେ। ହରମୋନର ମାତ୍ରା ସନ୍ତୁଳିତ ନ ରହିଲେ ଏହି ପରି ସମସ୍ୟା ମଧ୍ୟ ଦେଖା ଯାଇଥାଏ। ବାୟୁ ଓ ଜଳ ପ୍ରଦୂଷିତ ସ୍ଥାନରେ ବସବାସ କଲେ ଆମ ଶରୀରରେ ଏହାରକୁ ପ୍ରଭାବ ପଡିଥାଏ। ଯାହାଦ୍ୱାରା ଏହି କମ୍ ଉଚ୍ଚତା ସମସ୍ୟା ଦେଖା ଦେଇଥାଏ। ଧୂମ୍ରପାନ ଓ ମଦ୍ୟପାନ କଲେ ମଧ୍ୟ ଶରୀରରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥାଏ।

ଏହାର ଉପଚାର ସ୍ୱରୂପ ପ୍ରତ୍ୟେକ ଦିନ ବ୍ୟାୟାମ ଆବଶ୍ୟକ। ଏକ ଉଚ୍ଚ ଦଉଡିରେ ଝୁଲିବା ଏବଂ ଉଚ୍ଚ କାଠ ରେ ଲଟକିବା ଆଦି ଅଭ୍ୟାସ ଦରକାର। ପ୍ରତିଦିନ ୩ ଘଣ୍ଟା ପାଣିରେ ପହଁରିବା ଦରକାର। ଦୈନିକ ଯୋଗ କରିବା ସହିତ ନିଜ ଶରୀର ର ପ୍ରତ୍ୟେକ ଅଙ୍ଗକୁ ଟାଣି ମୁକ୍ତ କରିବାକୁ ଚେଷ୍ଟା କରିବା। ଏହିପରି ସବୁ ଉପାୟକୁ ଅବଲମ୍ବନ କରିବା ସହିତ ଉତ୍ତମ ପୋଷକ ଥିବା ତନ୍ତୁ ଜାତୀୟ ଖାଦ୍ୟ ଖାଇବା ଦରକାର। ପ୍ରଚୁର ପରିମାଣର ଜଳ ପିଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *