ଜଣେ ମନୁଷ୍ୟର ସମସ୍ତ ସୌନ୍ଦର୍ଯ୍ୟ ତାର କେଶରେ ରହିଥାଏ। ଉତ୍ତମ କେଶ ମଣିଷର ବ୍ୟକ୍ତିତ୍ୱ , ସୁନ୍ଦରତାକୁ ପରିପ୍ରକାଶ କରିଥାଏ। ଏକ ଉତ୍ତମ କେଶ ପାଇଁ ଏହାର ସଠିକ ଯତ୍ନ ନେବା ଏକାନ୍ତ ଆବଶ୍ୟକ। ସାଧାରଣତଃ ଆମେ ଆମ କେଶ ପାଇଁ ବିଭିନ୍ନ ପ୍ରକାରର ସାମ୍ପୁ ,ଅନେକ ଔଷଧୀୟ ଦ୍ରବ୍ୟ ଏବଂ କେମିକାଲ ଆଦି ବ୍ୟବହାର କରିଥାଉ। ସେଥିଲାଗି କେଶ ଘନ ଓ ସୁନ୍ଦର ହେବା ପରିବର୍ତ୍ତେ ଖରାପ ଓ ନିସ୍ତେଜ ହୋଇଯାଏ। କେଶ ଏକ ଫାଇବର ଅଟେ, ଯାହା ଶରୀରର କୋଷରୁ ବାହାରିଥାଏ।
ରୋଷେଇ ଘର ଏକ ଏପରି ସ୍ଥାନ ଅଟେ ଯେଉଁଠି ମହିଳା ମାନେ ଅଧିକ ସମୟ କାଟି ଥାଆନ୍ତି। ଏହି ରୋଷେଇ ଘରେ ବହୁତ କିଛି ଏପରି ଜିନିଷ ରହିଛି ,ଯାହା ଆମ ପାଇଁ ବହୁତ ଉପକାରୀ ଅଟେ। ତେବେ ଆସନ୍ତୁ ଆଲୋଚନା କରିବା ଏ ସମ୍ପର୍କରେ ଯାହାଦ୍ୱାରା ଅପଣ ଅତି ସହଜରେ ଘରୋଇ ଉପଚାର କରିପାରିବେ ଏବଂ ନିଜ କେଶର ଯତ୍ନ ନେଇପାରିବେ। ଅପଣ ପେଷ୍ଟ ତିଆରି ନ କରି ମଧ୍ୟ ଖାଲି ଆଲୋଭେରା ଖଣ୍ଡ କାଟି ତାହାକୁ କେଶରେ ଲଗେଇପାରିବେ। ସମ୍ପୂର୍ଣ୍ଣ କେଶର ଏହାକୁ ଭଲ ଭାବରେ ଲଗାନ୍ତୁ। ଏହାକୁ ଏକ ଘଣ୍ଟା ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡି ଦିଅନ୍ତୁ। ଏହା ପରେ କେଶକୁ ସାମ୍ପୁ କରି ଭଲ ଭାବରେ ଧୋଇ ଦିଅନ୍ତୁ।
ପ୍ରଥମ ଉପାୟ ହେଉଛି ଆଲୋଭେରା ଜେଲ। ଆଲୋଭେରାକୁ କେଶ ପାଇଁ ବରଦାନ ବୋଲି କୁହାଯାଇଥାଏ। ଆଲୋଭେରାରେ ଭିଟାମିନ, ସେଲେନିୟମ , ଏବଂ ବିଭିନ୍ନ ପ୍ରକାରର ପୋଷକ ରହିଥାଏ। ତେଣୁ ଆଲୋଭେରାର ପେଷ୍ଟ ପ୍ରସ୍ତୁତ କରି ତାହାକୁ ଭଲ ଭାବରେ ନିଜ କେଶ ଓ କେଶର ମୂଳରେ ଭଲ ଭାବରେ ଲଗାନ୍ତୁ। ଏହି ଉପାୟରେ କେଶ ଲମ୍ବା, ମଜବୁତ ଓ ଲମ୍ବା ହୋଇଥାଏ। ଏହି ଜେଲରେ ରହିଥିବା ପୋଷକ କେଶକୁ ଲମ୍ବା ଓ ଚମକଦାର କରିଥାଏ।
ଦ୍ୱିତୀୟ ଉପାୟ ହେଉଛି ପିଆଜକୁ ଭଲ ଭାବରେ କାଟି ତାହାର ରସ ବାହାର କରନ୍ତୁ। ଏହି ରସକୁ ଏକ ପାତ୍ରରେ ଏକାଠି କରନ୍ତୁ। ଧୀରେ ଧୀରେ ଏହାକୁ ସମ୍ପୂର୍ଣ୍ଣ କେଶରେ ଓ ଏହାର ମୂଳରେ ଭଲ ଭାବରେ ଲଗାନ୍ତୁ। ଏହାକୁ କମ୍ ସେ କମ୍ ୧୫ ମିନିଟ ପର୍ଯ୍ୟନ୍ତ କେଶରେ ଶୁଖିବା ଲାଗି ଛାଡି ଦିଅନ୍ତୁ। ଏହାପରେ ସାମ୍ପୁ ସାହାଯ୍ୟରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ। ପିଆଜ ରସରେ ସଲଫର ରହିଥାଏ ,ତେଣୁ ତାହା କେଶକୁ ଲମ୍ବା ଓ ଘନ କରିଥାଏ।
ତୃତୀୟ ଉପାୟ ହେଉଛି ଅଁଳାର ବ୍ୟବହାର। ଅଁଳାରେ କ୍ୟାରୋଟିନଏଡ଼ ଭଳି ପୋଷକ ତତ୍ତ୍ୱ ମିଳିଥାଏ। ସେଥିପାଇଁ ଏହା କେଶକୁ ବହୁତ ଜଲ୍ଦି ବଢିବାରେ ସାହାଯ୍ୟ କରିଥାଏ। ଏକ ପାତ୍ରରେ ସୋରିଷ ତେଲ ନିଅନ୍ତୁ। ସେଥିରେ ଅଁଳା ପାଉଡର ମିଶାଇ ତାହାକୁ କିଛି ସମୟ ପର୍ଯ୍ୟନ୍ତ ଗରମ କରନ୍ତୁ। ତାହାକୁ ଭଲ ଭାବରେ ନିଜ କେଶ ଓ କେଶର ମୂଳରେ ଭଲ ଭାବରେ ଲଗାନ୍ତୁ। ଏହି ଉପାୟରେ କେଶ ଲମ୍ବା, ମଜବୁତ ଓ ଲମ୍ବା ହୋଇଥାଏ। ଏହି ଜେଲରେ ରହିଥିବା ପୋଷକ କେଶକୁ ଲମ୍ବା ଓ ଚମକଦାର କରିଥାଏ।
ଚତୁର୍ଥ ଉପାୟ ହେଉଛି ଏକ ପାତ୍ରରେ ଅଣ୍ଡାର ଭିତର ତରଳ ପଦାର୍ଥକୁ ନିଅନ୍ତୁ। ସେଥିରେ ଜୈଟୁନର ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣ କୁ ୨୦ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ନିଜେ କେଶ ଓ କେଶର ମୂଳରେ ଲଗାନ୍ତୁ। କିଛି ସମୟପରେ ଏହାକୁ ଥଣ୍ଡା ପାଣିରେ ଧୋଇ ସଫା କରିଦିଅନ୍ତୁ। ସପ୍ତାହରେ ଦୁଇ ଥର ଏହି ଉପାୟ ଅବଲମ୍ବନ କରନ୍ତୁ। ଏହା ଦ୍ୱାରା କେଶ ବହୁତ ଜଲ୍ଦି ବଢିବା ସହିତ ଘନ ଓ ମଜବୁତ ହେବ। ଏହିପରି ଭାବରେ ଆପଣମାନେ ନିଜ କେଶର ଯତ୍ନ ନେଇ ପରିବେ।