ojana

କଣ ଆପଣ ନିଜର ଓଜନ ବଢ଼େଇବାକୁ ଚାହୁଁ ଥିଲେ – ଅନୁସରଣ କରନ୍ତୁ ଆମ ଉପାୟ |

HEALTH

ଉତ୍ତମ ଜୀବନ ପାଇଁ ଉତ୍ତମ ସ୍ୱାସ୍ତ୍ୟ ଆବଶ୍ୟକ ହୋଇଥାଏ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଉତ୍ତମ ପୋଷକ ଜାତ ଖାଦ୍ୟପେୟରେ ରହିଥାଏ। ଆମେ ଦେଖିଥାଉ ଯେ କେତେକାଂଶ ଲୋକ ଖାଦ୍ୟ ଅବହେଳାରୁ ଅତି ପତଳା ହୋଇଥାନ୍ତି। ସେଥିପାଇଁ ସେମାନଙ୍କ ଶରୀର ରୋଗକୁ ପ୍ରତିରୋଧ କରିବା ପାଇଁ ମଧ୍ୟ ଅସମର୍ଥ ଅଟେ। ଆଉ କିଛି ଲୋକ ଅଛନ୍ତି, ଯେଉଁମାନେ ଖାଦ୍ୟ ଖାଇଲେ ମଧ୍ୟ ତାଙ୍କ ଶରୀରରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥାଏ। ତେବେ ଆସନ୍ତୁ ଜାଣିବା ଅପଣ ନିଜର ଶରୀର ଓ ଓଜନ ବଢ଼ାଇବେ କିପର।

ବୈଜ୍ଞାନିକ ଗବେଷଣା ଅନୁସାରେ ଜଣାଯାଇଛି ଯେ ପ୍ରତ୍ୟେକ ମଣିଷର ଓଜନ ତା’ ଉଚ୍ଚତା ଅନୁସାରେ ଅଲଗା ଅଲଗା ହୋଇଥାଏ। ଏହା ମଣିଷର ଜେନେଟିକ୍ସ ଉପରେ ମଧ୍ୟ ନିର୍ଭର କରେ। ତେଣୁ ଆପଣ ନିଜର ଓଜନ ବଢ଼େଇବା ଲାଗି ପ୍ରାକୃତିକ ଉପାୟ ଅବଲମ୍ବନ କରିପାରିବେ। ମାତ୍ର ଯଦି ଆପଣଙ୍କ ଓଜନ ଠିକ ଅଛି ,ତେବେ ଅଯଥା ଅଧିକ କ୍ୟାଲୋରୀର ଖାଦ୍ୟ ଖାଇବା କିଛି ଦରକାର ନାହିଁ।

exe
ପ୍ରଥମ କାର୍ଯ୍ୟ ହେଉଛି ଆପଣ ନିଜ ଶରୀରକୁ ବୁଝନ୍ତୁ। ଏହାର ପ୍ରକୃତି କିପରି ଏବଂ ଏହା କିପରି ସବଳ ଓ ଶକ୍ତିଶାଳୀ ହୋଇପାରିବ , ଏହା ଉପରେ ଲକ୍ଷ୍ୟ ରଖନ୍ତୁ। କାରଣ ପ୍ରତ୍ୟେକ ମନୁଷ୍ୟର ଖାଦ୍ୟର ପରିମାଣ ଓ କେଉଁ ଖାଦ୍ୟ ତାହା ପାଇଁ ଉପଯୋଗୀ, ତାହା ସମାନ ନ ଥାଏ। କିଛି ଖାଦ୍ୟ କିଛି ଲୋକଙ୍କ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ଏହା ଆମ ପାଚନ ପ୍ରକ୍ରିୟା ଉପରେ ନିର୍ଭର କରେ।

ଯଦି ଆପଣଙ୍କ ଶରୀରରେ ଅର୍ସ , ବଦହଜମୀ ଭଳି ସମସ୍ୟା ରହିଛି , ତେବେ ଆପଣ ପ୍ରଥମେ ଡାକ୍ତର ଙ୍କ ସହ ସମ୍ପର୍କ କରନ୍ତୁ। ତେବେ ଯାଇ ନିଜ ଖାଦ୍ୟର ପ୍ରକାର ଓ ପରିମାଣ ଉପରେ ଯତ୍ନ ନିଅନ୍ତୁ। ଯଦି ସେପରି କିଛି ଅସୁବିଧା ନାହିଁ ,ତେବେ ଆପଣ ମାନେ ନିଜ ଖାଦ୍ୟ ସହ କଦଳୀ, କ୍ଷୀର, ଅଖରୋଟ ,ବାଦାମ ,ଖିସମିସ ,କାଜୁ ଆଦି ଖାଇବା ଆବଶ୍ୟକ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ,ପୋଷକ ,ଆଇରନ ,କ୍ୟାଲସିୟମ, ପୋଟାସିୟମ ଆଦି ରହିଥାଏ ,ଯାହା ଶରୀରକୁ ଉତ୍ତମ ପୋଷଣ ପ୍ରଦାନ କରିଥାଏ।

ନିଜର ଅଧିକ ପୋଷଣ ପାଇଁ ବିଭିନ୍ନ ପ୍ରକାରର ଫଳ ଖାଇବା ଆବଶ୍ୟକ। ଦିନକୁ ୩ ରୁ ୪ ଥର ପୋଷକ ଜାତ ଖାଦ୍ୟ ଖାଇବା ଦରକାର। ଏହା ସହିତ ଦୈନିକ ବ୍ୟାୟାମ କରିବା ଉଚିତ ଯାହାଦ୍ୱାରା ପାଚନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। କିନ୍ତୁ ,ମାନେରଖିବେ ଯେ ଆପଣ ଡାକ୍ତରଙ୍କ ବିନା ଅନୁମତିରେ କୌଣସି ମେଡ଼ିସିନ, ଷ୍ଟିରଏଡ଼ ଓ ପ୍ରୋଟିନ ପାଉଡର ନେବା ଅନୁଚିତ। ଏହା ଦ୍ୱାରା ଆପଣଙ୍କ ପାଚନ ଶକ୍ତି କମି ଯିବା ଏବଂ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଯିବ।

Leave a Reply

Your email address will not be published. Required fields are marked *