ସମସ୍ତଙ୍କ ନଜରରେ ଦୌଡ଼ିବା ଏକ ସାଧାରଣ କାମ। ଏଥିପାଇଁ କୌଣସି ଜ୍ଞାନ କୌଶଳ ଦରକାର ନାହିଁ। ଅନେକ କୁହନ୍ତି ଯେ ଯିଏ କେହି ବି ଦୌଡ଼ିବା ଅତି ସହଜ ଅଟେ। ଏହା କୌଣସି କଷ୍ଟକର କାର୍ଯ୍ୟ ନୁହେଁ। ତେବେ ବାସ୍ତବରେ ତାଙ୍କ କଥା କେତେ ମାତ୍ରାରେ ଗୁରୁତ୍ବପୂର୍ଣ୍ଣ ଓ ଯୁକ୍ତିଯୁକ୍ତ ତାହା କେବଳ ଏକ ପ୍ରକୃତ ଧାବକ ହିଁ ଜାଣିଛି।
ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିଲେ ପ୍ରତ୍ୟେକ କାମ ସହଜ ଓ ସରଳ ଭାବରେ କରିହୁଏ। କିଛି ଲୋକ ଅଛନ୍ତି ଦୌଡ଼ିବା ସମୟରେ ତଳକୁ କିମ୍ବା ନିଜ କଡ଼କୁ ଚାହିଁ ଦୌଡ଼ି ଥାଆନ୍ତି। ମାତ୍ର ଏହା ଦ୍ୱାରା ବେକାର ମାଂସପେଶୀରେ ଅସୁବିଧା ହୋଇପାରେ। ସେଥିଲାଗି ସିଧା ଆଗକୁ ମୁହଁ କରି ଟିକେ ଆଗକୁ ଢଳି ଯାଇ ଦୌଡ଼ିବା ଉଚିତ। ଏହା ଦ୍ୱାରା ଦୌଡ଼ିବା ସହଜ ଲାଗିଥାଏ।
ଦ୍ୱିତୀୟ କଥା ହେଉଛି ଦୌଡ଼ିବା ସମୟରେ ହାତକୁ ସଠିକ ଜାଗାରେ ରଖି ଦୌଡ଼ିବା। ଦୌଡ଼ିବା ସମୟରେ ହାତର କହୁଣୀ କୁ ୯୦ ଡିଗ୍ରୀ କୋଣ କରି ରଖିବା ଉଚିତ। ସେହି ସମୟରେ ବାମ ହାତ ଓ ଡାହାଣ ହାତ ପରସ୍ପର ଆଡକୁ ନ ଯିବା ଉଚିତ। କହୁଣୀ ଓ ଶରୀର ମଧ୍ୟରେ ଅଧିକ ଫାଂକ ରହିବା ଅନୁଚିତ। ଆପଣଙ୍କ ହାତର ମୁଠା ନିଜ ତଳୁ ନିଜ ମୁହଁ ପର୍ଯ୍ୟନ୍ତ ଯାଉଥିବା ଉଚିତ। ଏହା ଦ୍ୱାରା ଆପଣଙ୍କୁ ଦୌଡ଼ିବା ଲାଗି ଅଧିକ ଶକ୍ତି ମିଳିବ ଏବଂ ଗତି ମଧ୍ୟ ବଢିବ।
ଅନେକଙ୍କ ମନରେ ପ୍ରଶ୍ନ ଆସେ କି ଦୌଡ଼ିବା ସମୟରେ ଗୋଡ ଜମିରେ କିପରି ରହିବା ଉଚିତ। ଯଦି ଆମେ ନିଜ ପଞ୍ଝା କିମ୍ବା ଗୋଇଠିକୁ ଆଗ ଭୂମିରେ ଲାଗେଇଥାଉ ,ତାହେଲେ ଶରୀରର ସବୁ ଯାକ ଭାର ନିଜ ଆଣ୍ଠୁ ଉପରେ ପଡିଥାଏ। ଏଥିଲାଗି ବହୁତ କଷ୍ଟ ଅନୁଭବ ହୁଏ। ତେଣୁ ସମ୍ପୂର୍ଣ୍ଣ ପାଦକୁ ଏକା ସାଥିରେ ଭୂମିରେ ପକେଇବା ଆବଶ୍ୟକ। ଦୌଡ଼ିବା ଆଗରୁ ଅଧିକ ପାଣି ପିଇବା ଉଚିତ ନୁହେଁ। ଏହା ଦ୍ୱାରା ଦୌଡ଼ିବା ଆସମ୍ଭବ ହୋଇଯାଏ। ଦୌଡ଼ିବା ସମୟରେ କେବେ ବି ନିଜ ପାଟି ଦ୍ୱାରା ନିଶ୍ଵାସ ନେବା ଉଚିତ ନୁହେଁ। ଏହା ଦ୍ୱାରା ଆମେ ଜଲ୍ଦି ଥକି ଯାଇଥାଉ।
ଯଦି ଆପଣ ନିଜ ଦୌଡ଼ିବା ଶକ୍ତି ଓ ଦୌଡ଼ିବା ପ୍ରଣାଳୀରେ ସୁଧାର ଆଣିବା ପାଇଁ ଚାହୁଁଛନ୍ତି , ତେବେ ଏହି ସବୁ ପ୍ରଣାଳୀକୁ ପାଳନ କରିବା ସହିତ ସପ୍ତାହକୁ ୫ ଦିନ ଲଗାତାର ଅଭ୍ୟାସ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଦୌଡ଼ିବାରେ ଉନ୍ନତି ପରିଲକ୍ଷିତ ହେବ। ପ୍ରତିଦିନ ଦୌଡ଼ିବା ସହିତ ନିତିଦିନ ନିଜର ଦୌଡ଼ିବା ସମୟକୁ କିଛି ମାତ୍ରାରେ ବଢ଼ାନ୍ତୁ। ଏହା ଦ୍ୱାରା ଆପଣଙ୍କ ଶରୀର ମଧ୍ୟ ଏହାକୁ ଧୀରେ ଧୀରେ ଅଭ୍ୟାସରେ ପରିଣତ କରିଦେବ। ଯଦି ଆପଣ ପ୍ରଥମରୁ ୧୦ ମିନିଟ ଦୌଡ଼ିବା ଅଭ୍ୟାସ କରୁଛନ୍ତି, ତେବେ ଚେଷ୍ଟା କରନ୍ତୁକି ପ୍ରତିଦିନ ୨ ରୁ ୩ ମିନିଟ ବଢ଼େଇବାକୁ।
ଦୌଡ଼ିବା ବ୍ୟତୀତ ଚାଲିବା ଦ୍ୱାରା ମଧ୍ୟ ନିଜ ବଳ ଓ ଶକ୍ତି ବଢା ଯାଇପାରେ। ମାତ୍ର ଏଥିପାଇଁ ସବୁଠୁ ଲାଭଦାୟକ କଥା ହେଉଛି ଯେ ପ୍ରତ୍ୟେକ ଥର ଚାଲିବ ସମୟରେ ନିଜ ଗତି ଧୀରେ ଧୀରେ ବଢ଼େଇବା ଉଚିତ। ଦୌଡ଼ିବା ଓ ଚାଲିବା ପରେ ଆମ ଶରୀରର ମାଂସପେଶୀକୁ ଆରାମ ଦରକାର ହୋଇଥାଏ। ଏଥିପାଇଁ ଆମେ ପ୍ରଚୁର ମାତ୍ରରେ ପୋଷକ ଥିବା ଖାଦ୍ୟ ମଧ୍ୟ ଖାଇବା ଉଚିତ ଏବଂ ନିଜର ଯତ୍ନ ନେବା ଉଚିତ।