face

କଣ ଆପଣଙ୍କ ତ୍ୱଚାରେ ମଳିନତା ପଡିଯାଇଛି କି ? ଶରୀରରେ ଚମକ ପାଇବା ନିତିଦିନ ଅନୁସରଣ କରନ୍ତୁ ଆମ ଚାର୍ଟର ଖାଦ୍ୟକୁ।

HEALTH

ସୁସ୍ଥ ଜୀବନ ପାଇଁ ସୁସ୍ଥ ଶରୀର ଏକାନ୍ତ ଆବଶ୍ୟକ। ଶରୀରର ଅଙ୍ଗ ପ୍ରତ୍ୟେଙ୍ଗ ସୁସ୍ଥ ରହିଲେ ମନ ପ୍ରଫୁଲ୍ଲ ରହେ। ସୌନ୍ଦର୍ଯ୍ୟ ପ୍ରତ୍ୟେକ ମଣିଷର ଅଳଙ୍କାର ଅଟେ। ଏହାକୁ ସୁନ୍ଦର, କୋମଳ ରଖିବା ପାଇଁ ଅନେକ ପ୍ରକାରର ପଦ୍ଧତି ଅବଲମ୍ବନ କରିବାକୁ ପଡିଥାଏ। ଯୁବ ସମାଜର ବର୍ତମାନ ସବୁଠାରୁ ବଡ ଅସୁବିଧା ହେଉଛି ମୁହଁରେ ସୃଷ୍ଟି ହେଉଥିବା ବ୍ରଣ। ଏହା ନରମ ତ୍ୱଚାକୁ ରୁକ୍ଷ କରିଥାଏ ଏବଂ ମୁହଁର ସୌନ୍ଦର୍ଯ୍ୟ କମାଇ ଦେଇଥାଏ।

ଅଧିକାଂଶ ଲୋକଙ୍କ ମୁହଁରେ ବ୍ରଣ ଦେଖାଯାଏ ତ କେତେକଙ୍କ ମୁହଁରେ କଳା ଦାଗ ରହିଥାଏ। କେତେକ ଲୋକଙ୍କ ତ୍ଵଚାରୁ ଅଧିକ ତେଲ ବାହାରିଥାଏ ତ କେତେକ ଲୋକଙ୍କ ଶରୀରର ଚର୍ମ ସର୍ବଦା ଶୁଖିଲା ରହିଥାଏ। ତେବେ ଏହାକୁ ବିଚଳିତ ହେବାର କୋୖଣସି କାରଣ ନାହିଁ। ଏହାର ସମାଧାନ ପାଇଁ ନିଜର ଖାଦ୍ୟ ଓ ଖାଇବା ସମୟରେ କିଛି ସୁଧାର ଆଣିବାକୁ ପଡିବ। ଆସନ୍ତୁ ଆଲୋଚନା କରିବା ଏହା ସମ୍ପର୍କରେ।

ନିଜ ନିତିଦିନ ଖାଦ୍ୟକୁ ଛାଡିବା ପରେ କିଛି ଫଳର ମଞ୍ଜିକୁ ଖାଇବା ଉଚିତ। ତାହାର ଉପାଦେୟତା ବହୁତ ଅଟେ। ପ୍ରଥମେ ହେଉଛି ଚିଆ ମଞ୍ଜି। ଏହାକୁ ପୃଥିବୀର ସବୁଠୁ ସ୍ୱାସ୍ଥ୍ୟକର ଖାଦ୍ୟ ବୋଲି କୁହାଯାଇଥାଏ। ଏଥିରୁ ଏକ ଚାମଚ ପାଣିରେ ମିଶାଇ ରାତିରେ ରଖିଦେବା ଉଚିତ ଏବଂ ସକାଳକୁ ଖାଇବା ଆବଶ୍ୟକ। ଏହା ଚର୍ମରେ ଦେଖାଯାଉଥିବା ବାର୍ଦ୍ଧକ୍ୟତାକୁ କମାଇଥାଏ। ତ୍ୱଚାକୁ ସତେଜ ସୁନ୍ଦର ରଖେ।

facee
ଏହାପରେ ଆସୁଛି ଫ୍ଲାକ୍ସ ମଞ୍ଜି ଓ ସୂର୍ଯ୍ୟମୁଖୀ ମଞ୍ଜି । ଫ୍ଲାକ୍ସ ମଞ୍ଜିରେ ଅନେକ ମାତ୍ରାରେ ପୋଷକ ରହିଥାଏ। ଏହା ଶରୀରକୁ ନରମ ଓ କୋମଳ କରାଇଥାଏ। ସୂର୍ଯ୍ୟମୁଖୀ ମଞ୍ଜି ଶରୀରକୁ ଚମକ ଓ ସୁନ୍ଦରତା ପ୍ରଦାନ କରିଥାଏ। ସେଥିଲାଗି ଏହାକୁ ମଧ୍ୟ ଖାଦ୍ୟ ଭାବରେ ନେବା ଉଚିତ। ଏହା ବ୍ୟତୀତ ନିଜର ଖାଦ୍ୟ ତାଲିକା ରେ ଫଳ ରଖିବା ମଧ୍ୟ ଜରୁରୀ। ଅଖରୋଟ ଏଥିରେ ଅନ୍ୟତମ। ଏଥିରେ ଓମେଗା-୩-ଫ୍ୟାଟି ଏସିଡ ରହିଛି। ଏଥିରେ ଥିବା ଭିଟାମିନ-ସି ,ଭିଟାମିନ-ଇ ଓ ଆଣ୍ଟି ଅକ୍ସିଡାଣ୍ଟ ଆଦି ଗୁଣବତ୍ତା ଶରୀର ପାଇଁ ନିହାତି ଜରୁରୀ ଅଟେ।

ଆମେ ବ୍ୟବହାର କରୁଥିବା ଆଲମଣ୍ଡରେ ମଧ୍ୟ ଅନେକ ପୋଷକ ରହିଥାଏ। ଏଥିରେ ଭିଟାମିନ-ଇ ମଧ୍ୟ ରହିଛି। ଅଖରୋଟ ଓ ଆଲମଣ୍ଡକୁ ଦିନକୁ ୩ ରୁ ୪ ଥର ସମୟ ବ୍ୟବଧାନରେ ଖାଇବା ଆବଶ୍ୟକ। ଗରମ ଦିନରେ ଆଲମଣ୍ଡ ଖାଇଲେ ଯଦି ବ୍ରଣ ଭଳି ସମସ୍ୟା ଦେଖା ଦେଉଥାଏ ,ତେବେ ଏହାକୁ ପାଣିରେ ରାତିରେ ଭିଯାଇ ରଖନ୍ତୁ ଏବଂ ସକଳକୁ ଖାଆନ୍ତୁ

badam 1
ଶରୀରରୁ ଜଳୀୟ ଅଂଶ କମିଗଲେ , ଶରୀର ଶୁଷ୍କ ଜଣାପଡେ। ସେଥିପାଇଁ ଦିନକୁ ୩ ରୁ ୪ ଲିଟର ପାଣି ଧୀରେ ଧୀରେ ପିଇବା ଆବଶ୍ୟକ। ଏହା ଦ୍ୱାରା କୋଷରୁ ଜଳୀୟ ଅଂଶ କମିନଥାଏ। ଏହା ସହିତ ନଡ଼ିଆ ପାଣି ମଧ୍ୟ ଦେହ ପାଇଁ ବେଶ ଉପଯୋଗୀ। ଏହା ଶରୀରକୁ ସତେଜ ରଖେ। ଏଥିରେ ପ୍ରଚୁର ମାତ୍ରାରେ ପୋଷକ ଓ ଭିଟାମିନ ରହିଥାଏ।

ଏହା ବ୍ୟତୀତ ବିଭିନ୍ନ ପ୍ରକାରର ପନିପରିବା ଖାଇବା ଆବଶ୍ୟକ। ବଜାରରେ ବିକ୍ରି ହେଉଥିବା ବ୍ରୋକୋଲି ଶରୀର ପାଇଁ ଅତି ଉତ୍ତମ ଅଟେ। ଏଥିରେ ଭିଟାମିନ-ସି ଓ ଇ ରହିଛି। ଏହା ଆମ ଶରୀରକୁ ସୂର୍ଯ୍ୟଙ୍କ କସମିକ କିରଣରୁ ବଞ୍ଚାଇ ଥାଏ। ଗାଜରରୁ କ୍ୟାରୋଟିନ ଓ ଭିଟାମିନ -ଏ ମିଳିଥାଏ। ଏହା ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ଭାବରେ କାମ କରିଥାଏ। ଏହା ଚର୍ମକୁ ନରମ ଓ କୋମଳ ରଖିଥାଏ। ସୁଇଟ ପୋଟାଟୋ ମଧ୍ୟ ଶରୀର ପାଇଁ ଉତ୍ତମ ଅଟେ।

ନିତିଦିନ ଖାଦ୍ୟ ମଧ୍ୟରେ ଖଜୁରୀ କୋଳି ନିହାତି ରହିବା ଆବଶ୍ୟକ। ଏଥିରେ ଟାନିନ ରହିଛି । ସେଥିପାଇଁ ଏହା କୋଷ ନଷ୍ଟ ଏବଂ ଆଲର୍ଜି ହେଲେ ତାହାକୁ ଜଲ୍ଦି ଭଲ କରିଦିଏ। ତ୍ୱଚାକୁ ଫ୍ରେଶ ରଖେ ଏବଂ ଏଥିରୁ ଦିନକୁ ୨ ରୁ ୪ ଟି ଖାଇବା ଆବଶ୍ୟକ। ଏହି ସବୁ ଖାଦ୍ୟ ପ୍ରକ୍ରିୟା ଅନୁସରଣ କଲେ , ଶରୀର ଓ ତ୍ୱଚା ଉଭୟ ସୁସ୍ଥ ରହିବ।

Leave a Reply

Your email address will not be published. Required fields are marked *