food

ଖାଦ୍ୟ ଖାଇବା ପରେ ପୁଣି ଭୋକ ଲାଗେ କଣ ପାଇଁ – ମନ ଭରେ ନାହିଁ କଣ ପାଇଁ – କଣ ହୋଇପାରେ ଏହାର ରହସ୍ୟ |

NEWS

ମନୁଷ୍ୟ ଏକ ସର୍ଵଭୂକ ପ୍ରାଣୀ ଅଟେ। ଆମିଷ ଠାରୁ ଆରମ୍ଭ କରି ନିରାମିଷ ଯାଏଁ ପ୍ରତ୍ୟେକ ଖାଦ୍ୟ ଆମ ଶରୀର ପାଇଁ ଉପଯୁକ୍ତ ଅଟେ। ସେଥିପାଇଁ ଆମେ ନିଜର ମନ ମୁତାବକ ଖାଦ୍ୟ ଖାଇଥାଉ। ପ୍ରାୟତଃ ଘରେ ହେଉ କି ବାହାରେ ନିଜର ମନ ପସନ୍ଦର ଖାଦ୍ୟ ଖାଇବା ସମସ୍ତଙ୍କ ମନରେ ଥାଏ। ଦୈନନ୍ଦିନ ଜୀବନରେ ଆମେ ଖାଉଥିବା ପ୍ରତ୍ୟେକ ଖାଦ୍ୟ ଆମକୁ ବଳ ଓ ଶକ୍ତି ପ୍ରଦାନ କରିଥାଏ। କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ଯେ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆମର ମନ ବୁଝି ନଥାଏ। ଭୋକ ମେଣ୍ଟି ଯାଇଥିଲେ ମଧ୍ୟ ଆମେ ନିଜ ମନ ପସନ୍ଦ ର ଖାଦ୍ୟ ଖାଇବାକୁ ପସନ୍ଦ କରିଥାଉ। ତେବେ ଏହା କଣ ପାଇଁ ହୋଇଥାଏ। ଆସନ୍ତୁ ଏ ସମ୍ପର୍କରେ ଆଲୋଚନା କରିବା।

ଆମ ଶରୀର ଏକ ଯନ୍ତ୍ର ଭଳି। ଇଞ୍ଜିନରେ ଯେପରି ତେଲ ପଡିଲେ ତାହା ଗତିଶୀଳ ହୋଇଥାଏ,ଠିକ ସେହିପରି ଆମ ପାଇଁ ଖାଦ୍ୟ ହେଉଛି ଏ ତୈଳ। ନିଜର ଶରୀରକୁ ଠିକ ରଖିବା ଏବଂ ପ୍ରଚୁର ପରିମାଣର ଶକ୍ତି ପାଇଁ ଆମେ ଖାଦ୍ୟ ଖାଇଥାଉ। ପେଟର ଭୋକ ମେଣ୍ଟି ଗଲା ପରେ ଆମେ ଯେଉଁ ଖାଦ୍ୟ ଖାଇଥାଉ, ତାହା ଆମ ଶରୀରରେ ଫ୍ୟାଟ ଆକାରରେ ସଞ୍ଚିତ ହୋଇରହିଥାଏ।

food

ଆମ ଶରୀରରେ କେତେ ପରିମାଣର ଖାଦ୍ୟ ରହିଛି ତାହା ଜଣ ପଡିଥାଏ ରକ୍ତ ଓ ସୁଗାରର ପରିମାଣ ଦ୍ବାରା। ଏହି ପରିମାଣ ଅଧିକ ଥିଲେ ଆପେ ଆପେ ଆମ ମସ୍ତିଷ୍କକୁ ସଂକେତ ପଳାଏ ଯେ ଏବେ ଖାଦ୍ୟର କୌଣସି ଆବଶ୍ୟକତା ନାହିଁ। ମାତ୍ର ଯେତେବେଳେ ପରିମାଣ କମିଯାଏ ,ସେତେବେଳେ ମସ୍ତିଷ୍କ ପାଖରେ ମଧ୍ୟ ସନ୍ଦେଶ ପହଞ୍ଚିଯାଏ।

firstfood
ଯେବେ ପାକସ୍ଥଳୀରେ ଖାଦ୍ୟ ନ ଥାଏ, ସେତେବେଳେ ସେଥିରୁ କିଛି ହରମୋନ ନିର୍ଗତ ହୋଇଥାଏ। ମସ୍ତିସ୍କରେ ଥିବା ହାଇପୋଥାଲାମସ ମସ୍ତିଷ୍କକୁ ଏକ ସଂକେତ ପ୍ରଦାନ କରିଥାଏ। ଯଦ୍ବାରା ମସ୍ତିଷ୍କ ଖାଦ୍ୟ ସଙ୍କଟ ଜାଣି ପାରି ଖାଦ୍ୟ ଖାଇଥାଏ। ଏହା ଦ୍ୱାରା ମସ୍ତିଷ୍କ5ହିକ ସମୟରେ ଖାଦ୍ୟ ଖାଇଥାଏ। ଖାଦ୍ୟ ଖାଇବା ଦ୍ୱାରା ଶରୀରର ଭୋକ କମିଯାଏ ଏବଂ ହରମୋନ କ୍ଷରଣ ମଧ୍ୟ ବନ୍ଦ ହୋଇଯାଏ। ମାତ୍ର ମସ୍ତିଷ୍କ ଏତେ ଜଲ୍ଦି ଖାଦ୍ୟ ଛାଡିପାରେ ନାହିଁ।

ଶରୀରେ ସୁଗାର ପରିମାଣ ବଢିଲେ ଇନ୍ସୁଲିନ ହରମୋନ କ୍ଷରଣ ହୋଇଥାଏ। ଏବଂ ସୁଗାର ପରିମାଣ କମ କରିଥାଏ। ପ୍ରୋଟିନ ଓ ଫ୍ୟାଟ ଦ୍ୱାରା ମସ୍ତିଷ୍କ ଜାଣିପାରେ ଯେ ଖାଦ୍ୟର ପରିମାଣ ଶରୀରରେ ଠିକ ହୋଇଯାଇଛି। ମାତ୍ର ଏହି ପ୍ରକ୍ରିୟା ପାଇଁ ୨୦ ମିନିଟ ସମୟ ଲାଗିଥାଏ। ଜଲ୍ଦି ଜଲ୍ଦି ଖାଇବା ଦ୍ୱାରା ମସ୍ତିଷ୍କ ଠିକରେ ଏହାର ପରିମାଣ ଜାଣିପାରେ ନାହିଁ। ଶରୀର ରେ ଗ୍ୟାସ ଭଳି ସମସ୍ୟା ନ ଦେଖାଯିବା ଲାଗି।ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ। ଧୀର ସୁସ୍ଥ ଭାବରେ ଖାଦ୍ୟ ଖାଇବା ଦ୍ୱାରା ମନ ମଧ୍ୟ ଭରି ଯାଇଥାଏ ଏବଂ ପେଟ ମଧ୍ୟ ପୁରିଯାଏ।

Leave a Reply

Your email address will not be published. Required fields are marked *