ଜଣେ ମନୁଷ୍ୟର ସମସ୍ତ ସୌନ୍ଦର୍ଯ୍ୟ ତାର କେଶ ଉପରେ ନିର୍ଭର କରିଥାଏ। ଏକ ଉତ୍ତମ କେଶ ପାଇବାକୁ ହେଲେ ଏହାର ସଠିକ ଯତ୍ନ ନେବା ଏକାନ୍ତ ଆବଶ୍ୟକ। ଉତ୍ତମ କେଶ ମଣିଷର ବ୍ୟକ୍ତିତ୍ୱ , ସୁନ୍ଦରତାକୁ ପରିପ୍ରକାଶ କରିଥାଏ। କେଶ ଏକ ଫାଇବର୍ କୋଷ ଅଟେ। ସାଧାରଣତଃ ଆମେ ଆମ କେଶ ପାଇଁ ବିଭିନ୍ନ ପ୍ରକାରର ଅୟଲ , ସାମ୍ପୁ ,ଅନେକ ଔଷଧୀୟ ଦ୍ରବ୍ୟ ଏବଂ କେମିକାଲ ଆଦି ବ୍ୟବହାର କରିଥାଉ। ସେଥିଲାଗି କେଶ ଘନ ଓ ସୁନ୍ଦର ହେବା ପରିବର୍ତ୍ତେ ଖରାପ ଓ ନିସ୍ତେଜ ହୋଇଯାଏ।
ଆମେ ଖାଦ୍ୟରେ ବ୍ୟବହାର କରୁଥିବା ଧନିଆପତ୍ରଏଥିପାଇଁ ଏକ ଉତ୍ତମ ଉପଚାର ଅଟେ। ଧନିଆ ସହ ତା କାଠି ଅଂଶ ମଧ୍ୟ ବେଶ ଉପଯୋଗୀ ଅଟେ। ଧନିଆପତ୍ର କୁ ପ୍ରଥମେ ଏକ ପାତ୍ରରେ ନିଅନ୍ତୁ। ତାହାକୁ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ। ଏହି ଧନିଆପତ୍ର କେଶକୁ ମଜବୁତ ଓ କଳା ରଙ୍ଗ କରିଥାଏ। କେଶ ଜଲଦି ଝଡେ ନାହିଁ କି ଧଳା ମଧ୍ୟ ହୁଏ ନାହିଁ।
ଆମେ ବ୍ୟବହାର କରୁଥିବା କେମିକାଲ ର ପ୍ରଭାବରେ କେଶ ଖରାପ ହୋଇଥାଏ ଏବଂ ଦୁର୍ବଳ ମଧ୍ୟ ହୋଇଥାଏ। ସେଥିପାଇଁ ପ୍ରାକୃତିଜାତ ଧନିଆପତ୍ର ବ୍ୟବହାର କରିବା ଉଚିତ ଅଟେ। ଏବେ ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏହାକୁ ଏକ ପାତ୍ର ରେ ରଖି ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ କରି ପତ୍ର ନିଅନ୍ତୁ। ତାହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ।
ଦୁଇ ପତ୍ରକୁ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାର ପ୍ରଲେପକୁ ଭଲସେ ଛାଣି ଏହାର ଜଳୀୟ ଅଂଶକୁ ଅଲଗା କରନ୍ତୁ। ଏବେ ଏହାକୁ କେଶରେ ଲଗାନ୍ତୁ। କିଛି ସମୟ ଶୁଖୁ ଗଲା ପରେ ତାହାକୁ ଥଣ୍ଡା ପାଣିରେ ଭଲସେ ଧୋଇ ଦିଅନ୍ତୁ। ଏହାକୁ ପ୍ରତିଦିନ କେଶରେ ଲଗାନ୍ତୁ। ଏହିପରି କଲେ କେଶ ଦୃଢ଼ ରହିବ। ଏହାର ଘନତା ମଧ୍ୟ ବୃଦ୍ଧି ପାଇବ। କେଶର ରଙ୍ଗ ମଧ୍ୟ କଳା ରହିବ।
କେଶର ମୂଳରେ ମଧ୍ୟ ଏହାକୁ ଲଗେଇବା ଜରୁରୀ। ଏହା ପରେ କେଶକୁ ବାନ୍ଧି ଏକ ସ୍ୱଚ୍ଛ କ୍ୟାପ୍ ଦ୍ୱାରା ଭଲ ଭାବରେ ଏକ ଘଣ୍ଟା ଯାଏଁ ଘୋଡ଼ାଇ ଦିଅନ୍ତୁ। ଏହାପରେ ଧୋଇ ନିଅନ୍ତୁ। ଏହିଘୋଡ଼ାଇ ଦିଅନ୍ତୁ। ତାପରେ ତାହାକୁ ।ପ୍ରକ୍ରିୟା ଦ୍ୱାରା କେଶରେ ଚମକ ଆସିଥାଏ ଏବଂ ଏହା ସହଜରେ ନଷ୍ଟ ହୁଏ ନାହିଁ। ଏହିଭଳି ଘରୋଇ ଉପଚାର ମାଧମରେ ଆମେ ନିଜ କେଶର ଯତ୍ନ ଅତି ସରଳ ଓ ସହଜ ଭାବରେ ନେଇ ପାରିବ।