ଦାନ୍ତ ମଣିଷର ସୌନ୍ଦର୍ଯ୍ୟକୁ ସର୍ବଦା ବୃଦ୍ଧି କରିଥାଏ। କିନ୍ତୁ କିଛି ଅବହେଳା କାରଣରୁ ଦାନ୍ତ ଖରାପ ହେବାକୁ ଲାଗିଥାଏ। ମୁଖ୍ୟତଃ ଦାନ୍ତରେ ଆମେ ଖାଉଥିବା ଖାଦ୍ୟର କିଛି ଅଂଶ କିଛି ଦିନ ଲାଗି ରହିଲେ , ତାହା ଦାନ୍ତକୁ ଖରାପ କରିଥାଏ। ଯେପରିକି ମିଠା ଜାତୀୟ ଖାଦ୍ୟ ଅଧିକ ଖାଇବା ଦ୍ୱାରା ଦାନ୍ତ କ୍ଷୟ ହେବାକୁ ଲାଗେ। ଚିନି ,ଆଖୁ ରସ ଇତ୍ୟାଦି ଅଧିକ ଖାଇଲେ ଏହା ବହୁତ କ୍ଷତିକାରକ ହୋଇଥାଏ। ଖାଇବା ପରେ ପାଟିକୁ ଠିକ ଭାବରେ ସଫା ନ କଲେ , ଖାଦ୍ୟର ଛୋଟ ଛୋଟ କଣିକା ଦାନ୍ତ ଉପରେ ଏକ ହଳଦିଆ ଆସ୍ତରଣ ସୃଷ୍ଟି କରିଥାଏ। ଏହି ଆସ୍ତରଣ ଦାନ୍ତରେ ବ୍ରସ୍ ମାରିଲେ ମଧ୍ୟ ଯାଇ ନ ଥାଏ।
ପ୍ରଥମେ ଏକ କଫି ପାଉଡର ଡବା ନିଅନ୍ତୁ। ସେଥିରୁ ଏକ ଚାମଚ କଫି ଏକ ପାତ୍ରରେ ନିଅନ୍ତୁ। ଏଥିରେ ଅଦା ମିଶାନ୍ତୁ। ଅଦା ଆଣ୍ଟି ଇନ୍ଫ୍ଲମେଣ୍ଟରି ଭାବରେ କାର୍ଯ୍ୟ କରିଥାଏ। ଏହା ଆମ ଦାନ୍ତକୁ ବ୍ୟାକ୍ଟେରିଆ ଠାରୁ ମଧ୍ୟ ରକ୍ଷା କରିଥାଏ। ଯେଉଁମାନେ ବିଡି , ସିଗାରେଟ ଆଦି ଟାଣି ଥାନ୍ତି , ସେମାନଙ୍କ ଦାନ୍ତ ସଫା କରିବାରେ ଏହା ବେଶ ଉପଯୋଗୀ ଅଟେ। ଏହା ଦାନ୍ତର କଳା ଅଂଶ ମଧ୍ୟ ଦୂର କରିଥାଏ।
ଏହାପରେ ସେଥିରେ କିଛି ନିତ୍ୟ ବ୍ୟବହୃତ ପେଷ୍ଟ ନିଅନ୍ତୁ। ଆପଣ ଯେ କୌଣସି ପେଷ୍ଟ ବ୍ୟବହାର କରି ପାରିବେ। ତାହାକୁ ଭଲରେ ସେଥିରେ ମିଶାଇ ଦିଅନ୍ତୁ। ବର୍ତ୍ତମାନ ଏଥିରେ ଅଳ୍ପ ନଡ଼ିଆ ତେଲ ପକାନ୍ତୁ। ନଡ଼ିଆ ତେଲ ଦାନ୍ତର ମାଢିକୁ ମଜବୁତ ରଖିଥାଏ। ଏହା ମଧ୍ୟ ଦାନ୍ତରେ ଥିବା ବ୍ୟକ୍ଟେରିଆ କୁ ମଧ୍ୟ ମାରି ଦେଇଥାଏ। ଏହାକୁ ଭଲ ଭାବରେ ମିଶ୍ରଣ କରନ୍ତୁ ଏବଂ ଏକ ନୂତନ ପେଷ୍ଟ ପ୍ରସ୍ତୁତ କରନ୍ତୁ।
ଏକ ବ୍ରସ ନିଅନ୍ତୁ ଏବଂ ଏହା ଦ୍ୱାରା ପେଷ୍ଟକୁ ଦାନ୍ତରେ ଭଲରେ ଲଗାନ୍ତୁ।ଲାଗେଇବାର କିଛି ସମୟ ପର୍ଯ୍ୟନ୍ତ ଏହାକୁ କିଛି ସମୟ ଖୋଲା ଛାଡି ଦିଅନ୍ତୁ ଏବଂ ତାପରେ ଏହାକୁ ଭଲ ଭାବରେ ସଫା କରି ଦିଅନ୍ତୁ। ଏହିପରି ଗୋଟିଏ ସପ୍ତାହରେ ତିନି ଥର କରନ୍ତୁ ଏବଂ ଅନ୍ୟ ଦିନରେ ସାଧାରଣ ପେଷ୍ଟ ବ୍ୟବହାର କରନ୍ତୁ। ଏହିପରି କିଛି ଦିନ କଲେ ଦାନ୍ତରୁ ହଳଦିଆ ରଙ୍ଗ ଓ କଳା ରଙ୍ଗର ଆସ୍ତରଣ ଦୂରେଇ ଯିବ। ଉତ୍ତମ ଚିକିତ୍ସା ଓ ଉତ୍ତମ ଖାଦ୍ୟ ସେବନ ଦ୍ଵାରା ଦାନ୍ତ କ୍ଷୟର ଉପଚାର ସୁଚାରୁ ରୁପେ କରାଯାଇ ପାରିବ। ଯଦ୍ୱାରା ମନୁଷ୍ୟର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତମ ଗଠନ ସମ୍ଭବ।