sakti

ଏହି ଉପାୟ ଅବଲମ୍ବନ କରନ୍ତୁ ଏବଂ ନିଜ ସ୍ମରଣ ଶକ୍ତିକୁ ବଢ଼ାନ୍ତୁ |

NEWS

ପ୍ରତ୍ୟେକ ମଣିଷ ନିଜର ସୁଖ ଓ ସମୃଦ୍ଧ ଜୀବନ ପାଇଁ ଅନେକ କିଛି କରିଥାଏ। ସମସ୍ତେ ସଦା ସର୍ବଦା ଦୁଇଟି ଜିନିଷ ବୃଦ୍ଧି କରିବା ପାଇଁ ଚେଷ୍ଟା କରିଥାନ୍ତି। ଗୋଟିଏ ହେଉଛି ପଇସା ଅର୍ଥାତ ଧନ ଏବଂ ଅନ୍ୟଟି ହେଉଛି ନିଜର ସ୍ମରଣ ଶକ୍ତି। ଏହି ଦୁଇଟି ବଳରେ ମଣିଷ ଅନେକ ଅସାଧ୍ୟ କାର୍ଯ୍ୟ0କୁ ମଧ୍ୟ ହାସଲ କରିପାରେ। ଅନେକ କଠିନରୁ କଠିନତମ କାର୍ଯ୍ୟ ମଧ୍ୟ ସରଳ ହୋଇଯାଏ।

ମାତ୍ର ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କର ସ୍ମରଣଶକ୍ତି ବହୁତ କମଜୋର। ଏଥିପାଇଁ ସେମାନେ ଅନେକ ଥର ଛୋଟ ଛୋଟ କଥାକୁ ମଧ୍ୟ ଭୁଲି ଯାଆନ୍ତି। କୌଣସି ଜିନିଷକୁ କେଉଁ ସ୍ଥାନରେ ରଖିବା କିଛି କଥାକୁ ମନେ ପକେଇବା ଭଳି ସମସ୍ୟା ଦୈନନ୍ଦିନ ଜୀବନରେ ଦେଖା ଦେଇଥାଏ। ଏହିପରି ସମସ୍ୟା ଶିଶୁ ଅର୍ଥାତ ବିଦ୍ୟାର୍ଥୀ ମାନଙ୍କ କ୍ଷେତ୍ରରେ ମଧ୍ୟ ଦେଖା ଦେଇଥାଏ।

brainn
କିନ୍ତୁ ଆପଣ ଜାଣନ୍ତି କି , ମଣିଷର ସ୍ମରଣସକ୍ତି ଅସରନ୍ତି ଅଟେ। ଆମ ଶରୀରରେ ୮୦ ବିଲିୟନ ନିୟୁରନ ରହିଛି ଏବଂ ଗୋଟିଏ ନିୟୁରନର ଶକ୍ତି ହେଉଛି ୮୨ ଜିବିର ତଥ୍ୟକୁ ଧରି ରଖିବା। ବୈଜ୍ଞାନିକ ତଥ୍ୟ ଦ୍ୱାରା ଜଣାଯାଇଛି ଯେ ଶରୀରରେ ନୂତନ ନିୟୁରନ ସୃଷ୍ଟି ହେବା ଦ୍ୱାରା ଆମ ଶରୀରରେ ସ୍ମରଣସକ୍ତି ର ଅଭାଵ ରହି ନ ଥାଏ। ଯଦି ଆପଣଙ୍କର କିଛି ସମସ୍ୟା ହେଉଛି ତେବେ ଆପଣ ନିଜ ସ୍ମରଣସକ୍ତିକୁ ସଠିକ ଭାବରେ ବ୍ୟବହାର କରିବାକୁ ଅସମର୍ଥ। ତେବେ ଆସନ୍ତୁ ଜାଣିବା ନିଜ ସ୍ମରଣସକ୍ତିକୁ ବୃଦ୍ଧି କିପରି କରିବେ।

brainnn
ପ୍ରଥମ କାର୍ଯ୍ୟ ହେଉଛି ପାଠ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା। ଅନ୍ୟ କୌଣସି ଵିଷୟ ପ୍ରତି ଚିନ୍ତା କରିବା ଉଚିତ ନୁହେଁ। ନିଜ ମସ୍ତିଷ୍କକୁ ଶାନ୍ତ ଓ ଧୀର କରିବା ଆବଶ୍ୟକ। ମଣିଷର ସ୍ମରଣସକ୍ତି ସର୍ବଦା ବୃହତ, ରଙ୍ଗାୟିତ , ଧ୍ୱନି ଯୁକ୍ତ ଉତ୍ତମ ଜିନିଷକୁ ଆଗ ମନେ ରଖିଥାଏ। ତେଣୁ ପଢିବା ସମୟରେ ଶାନ୍ତ ଧୀର ମନ ସହିତ ପାଠ ପ୍ରତି ମନ ରଖିବା ଆବଶ୍ୟକ। ନିଜ ଦ୍ୱାରା ପ୍ରସ୍ତୁତ ନୋଟ୍ସକୁ ପଢିବାରେ ଅଧିକ ଇଛା ରହିଥାଏ।

ନିଜ ରାଗକୁ ସର୍ବଦା ନିଜ ନିୟନ୍ତ୍ରଣରେ ରଖିବା ଉଚିତ। ଏହା ମଣିଷକୁ ନିୟନ୍ତ୍ରଣ ହୀନ କରି ଦେଇଥାଏ। ଶବ୍ଦ ଉଚ୍ଚାରଣ ମଣିଷର ସ୍ମରଣସକ୍ତିକୁ ସବୁଠୁ କମ୍ ଜୋର କରିଦିଏ। ଆମେ ପଢ଼ୁଥିବା ପ୍ରତ୍ୟେକ ଜିନିଷ ପରସ୍ପର ସହିତ ଜଡିତ କରି ପଢିବା ଆବଶ୍ୟକ। ଏହା ଦ୍ୱାରା ଅତି ସହଜରେ ସବୁ କିଛି ମନେ ରଖିହୋଇଯାଏ। ଏହା ଦ୍ୱାରା ନିଉରାଲ ନେଟୱର୍କ ସୃଷ୍ଟି ହୁଏ ଏବଂ ସବୁକିଛି ମନେ ରହିଥାଏ। ତେଣୁ ସ୍ମରଣସକ୍ତି ବୟସ ଦ୍ୱାରା କୌଣସି ଭାବରେ ପ୍ରଭାବିତ ହୁଏ ନାହିଁ। ପ୍ରତ୍ୟେକ ଜିନିଷକୁ ବାରମ୍ବାର ଅଭ୍ୟାସ କରିବା ଦ୍ୱାରା ତାହା ସବୁଦିନ ପାଇଁ ମନେ ମଧ୍ୟ ରହିଯାଏ। ଏହାକୁ ଅତି ସହଜରେ ମନେ ମଧ୍ୟ ପକାଯାଇ ପାରେ।

Leave a Reply

Your email address will not be published. Required fields are marked *