ଭାରତର ସ୍ୱାଧୀନତାରେ ଅନେକ ବୀର ପୁରୁଷ ମନଙ୍କ ଅସାଧ୍ୟ ସାଧନା ରହିଥିଲା। ଅନେକ ବୀର ପୁତ୍ର ନିଜର ବଳିଦାନ ମଧ୍ୟ ଦେଇଥିଲେ। ସହୀଦ ଭଗତ ସିଂ ସେମାନଙ୍କ ମଧ୍ୟରେ ଜଣେ ଅନନ୍ୟ ବୀର ଥିଲେ। ନିଜ ସାହସ ଓ ଚତୁରତା ବଳରେ ନିଜ ନାମକୁ ସ୍ବର୍ଣ୍ଣିମ ଅକ୍ଷର ଲିପିବଦ୍ଧ କରି ରଖି ଯାଇଛନ୍ତି। ସେ ୧୯୦୭ ମସିହାରେ ସେପ୍ଟେମ୍ବର ୨୮ ତାରିଖରେ ପଞ୍ଜାବ ପ୍ରାନ୍ତରେ ବଙ୍ଗର ଲିଆଲପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ସର୍ଦ୍ଦାର କିଶନ ସିଂ ,ମାତାଙ୍କ ନାମ ବିଦ୍ୟାବତୀ କୌର ଏବଂ ଦାଦାଙ୍କ ନାମ ସର୍ଦ୍ଦାର ଅଜିତ ସିଂ ଥିଲା। ତାଙ୍କ ପିତା ଏବଂ ଦାଦା ଉଭୟ ସକ୍ରିୟ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ।
ସହୀଦ ଭଗତ ସିଂ ନିଜ ପିଲାଦିନରୁ ଅତ୍ୟଧିକ ସାହସୀ ଓ ନିର୍ଭୟ ସ୍ୱଭାବର ଥିଲେ। ସେଥିପାଇଁ ଅନ୍ୟମାନେ ତାଙ୍କୁ ଭୟ କରୁଥିଲେ। ଦିନେ ସେ ନିଜ ପିତାଙ୍କ ସହିତ କ୍ଷେତ ଦେଖିବାକୁ ଯାଇଥିଲେ। ପିତାଙ୍କ ଠାରୁ ମଞ୍ଜି ପୋତିଲେ ଗଛ ହୁଏ ବୋଲି ଶୁଣିବା ପରେ ସେ କହିଥିଲେ ଯେ ଆମେ ଆମ କ୍ଷେତରେ ବନ୍ଧୁକ ପୋତିବା। ସେଥିରୁ ଅଧିକ ବନ୍ଧୁକଁ ଫଳିବ ଏବଂ ସେ ସବୁ ବନ୍ଧୁକ ଦ୍ୱାରା ଆମେ ଇଂରେଜ ମାନଙ୍କୁ ମାରିଦେବା। ଏତେ ଛୋଟ ବେଳରେ ଭଗତ ସିଂଙ୍କ ଏପରି କଥା ଶୁଣି ତାଙ୍କ ପିତା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ତାଙ୍କୁ ୧୨ ବର୍ଷ ବୟସ ହୋଇଥିବା ବେଳେ ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ଅମୃତସରର ଜଳିଆନାୱାଲାବାଗ ରେ ଏକ ବିରାଟ କ୍ରାନ୍ତିକାରୀ ସଭାର ଆୟୋଜନ କରଯାଇଥିଲା। ମାତ୍ର ଏହି ସଭାରେ ଇଂରେଜ ଅଫିସର ଜେନେରାଲ ଡାୟାର ନିରୀହ ଜନତାଙ୍କ ଉପରକୁ ଗୁଳି ଚାଳନା କରିବାକୁ ଅଦେଶ ଦେଇ ଦେଇଥିଲେ। ଯାହାଦ୍ୱାରା ୧,୦୦୦ ରୁ ଉର୍ଦ୍ଧ୍ବ ଲୋକ ସେହି ସ୍ଥାନରେ ସହୀଦ ହୋଇଯାଇଥିଲେ। ଏହି ଘଟଣା ଶୁଣି ଭଗତ ସିଂ ୨୦ କିଲୋମିଟର ଚାଲି ଚାଲି ଘଟଣା ସ୍ଥଳରେ ପହଞ୍ଚି ଥିଲେ।
୧୯୨୦ ମସିହା ଅଗଷ୍ଟ ୧ ରେ ଗାନ୍ଧିଜୀଙ୍କ ଆହ୍ୱାନରେ ପ୍ରତ୍ୟେକ ଭାରତୀୟ ସରକାରୀ କାର୍ଯ୍ୟ କରିବା ବନ୍ଦ କରିଦେଇଥିଲେ। ସେହି ଆନ୍ଦୋଳନରେ ଭଗତ ସିଂ ମଧ୍ୟ ସାମିଲ ହୋଇଥିଲେ। ୧୯୨୨ ମସିହା ଫେବ୍ରୁଆରୀ ୫ ରେ ଗୋରଖପୁରର ଚଉରୀ ଚଉରା ନାମକ ଥାନାରେ ଆନ୍ଦୋଳନ କାରୀ ମନେ ନିଆଁ ଲଗାଇ ଦେଇଥିଲେ। ଯାହାଦ୍ୱାରା ଜଣେ ଥାନା ଅଫିସର ଓ ୨୧ ଜଣ ସିପାହୀଙ୍କ ମୃତ୍ୟୁ ଘଟିଥିଲା। ଏହି ହିଂସାକାଣ୍ଡ ଦେଖି ଗାନ୍ଧିଜୀ ଆନ୍ଦୋଳନ ବନ୍ଦ କରିଦେଇଥିଲେ। ଏହା ଦେଖି ଭଗତ ସିଂ ତାଙ୍କ ଉପରେ କ୍ରୋଧିତ ହୋଇଯାଇଥିଲେ। ଏହା ପରେ ସେ ନୂତନ କ୍ରାନ୍ତିକାରୀ ଦଳ ଗଠନ କରି ଅନେକ ଆନ୍ଦୋଳନ କରିଥିଲେ।
୧୯୨୫ ମସିହା ଅଗଷ୍ଟ ୯ ରେ ଚୋରି ଅଭିଯୋଗରେ କିଛି ସଂଗ୍ରାମୀଙ୍କୁ ଫାଶି ମଧ୍ୟ ହୋଇଥିଲା। ଆନ୍ଦୋଳନ କରୁଥିବା ଯୋଗୁଁ ଏବଂ ଇଂରେଜ ମାନଙ୍କ ଉପରକୁ ବୋମା ପକାଇଥିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ଅନେକ ଆନ୍ଦୋଳନ , କଷ୍ଟ, ଆମରଣ ଅନଶନ ପରେ ୧୯୩୧ ମସିହା ମାର୍ଚ୍ଚ ୧୩ ରେ ଭଗତ , ସୁଖଦେଵ ଓ ଶିବରାମଙ୍କୁ ଏକା ସାଙ୍ଗରେ ଫାଶି ଦିଆ ଯାଇଥିଲା। ଫାଶି ସମୟରେ ସେମାନେ ଆନନ୍ଦର ସହିତ ଗୀତ ଗାଇ ନିଜ ଦେଶ ପାଇଁ ଜୀବନ ଦେଇଥିଲେ।