girll

Viral Video – ଏହି ଝିଅଟିର କଥା ଶୁଣି ହୋଇଯିଵେ ଆଶ୍ଚର୍ଯ୍ୟ…

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମାଜ ଯେଉଁ ଦିଗ ଆଡ଼କୁ ଯାଉଛି ଆଗାମୀ ଭବିଷ୍ୟତ ଆମର ଅନ୍ଧାରରେ ଅଛି ବୋଲି ସୂଚନା ଦେଉଛି | ଏବେକାର ସୋସିଆଲ ମିଡିଆରେ ଯାହା ସବୁ ଭାଇରାଲ ହେଉଛି ତାହା ଆପଣ ନିଶ୍ଚିତ ଭାଵରେ ଦେଖି ପାରୁଥିଵେ | ବର୍ତ୍ତମାନ ପ୍ରାୟତଃ ଝିଅମାନେ ମୋବାଇଲ ସାହାଯ୍ୟରେ ନିଜ କଥାକୁ ରଖୁଛନ୍ତି | ତେବେ ଝିଅ ଆଗରୁ ଚାରି କାନ୍ଥରେ ରହୁଥିଲା କିନ୍ତୁ ଆଜି କାଲିର ଝିଅ ଚାରି କାନ୍ଥ ଭାଙ୍ଗି ଆଗକୁ ବଢ଼ିବାରେ ଲାଗିଲେଣି |  ଝିଅ ମାନେ ଏବେ ପୁଅମାନଙ୍କୁ ପଛରେ ପକାଇଦେଉଛନ୍ତି |

ଆପଣ ମାନେ ନିଶ୍ଚିତ ଜାଣିପାରୁଥିବେ ଯେ ଝିଅମାନେ ଆଜି ଚନ୍ଦ୍ରରେ ପାଦ ଦେଲାଣି | ଝିଅ ହେଉଛି ମାଁ ଲକ୍ଷ୍ମୀଙ୍କ ସ୍ୱରୂପ | ଆଗରୁ ଯେପରି ଝିଅମାନଙ୍କୁ ଶାରୀରିକ ଖେଳ ଭାବୁଥିଲେ ଆଉ ସେପରି କିଛି ରହିନାହିଁ ଯେଉଁ କାର୍ଯ୍ୟ ପୁଅ ମାନେ କରିପାରୁ ନାହାନ୍ତି ସେ କାମ ଏଵେ ଝିଅମାନେ କରି ଦେଖେଉଛନ୍ତି | ଆଜିର ସୋସିଆଲ ମିଡିଆରେ କ’ଣ ସବୁ ନ ଘଟୁଛି ଝିଅ ଠାରୁ ପୁଅ ସମସ୍ତେ ନିଜକୁ ଦେଖେଇ ହେଉଛନ୍ତି | ଗୋଟିଏ ଝିଅ ସୋସିଆଲ ମିଡ଼ିଆରେ ଆସି କ’ଣ କହୁଛନ୍ତି ଆସନ୍ତୁ ଜାଣିବା |

ଆଜିକାଲି ସମାଜରେ ଅନେକ କୁସଂସ୍କାର ଚାଲିଛି । ଲୋକମାନେ ପୁଅ ମାନଙ୍କୁ ଯେତିକି ସପୋର୍ଟ କରୁଛନ୍ତି ଝିଅମାନଙ୍କୁ କରୁନାହାନ୍ତି । ପୁଅଟିଏ ହେଲେ ଏ ସମାଜ କେତେ ଖୁସି ହେଉଛି କିନ୍ତୁ ଝିଅଟିଏ ହେଲେ ମନ ଦୁଃଖ କରୁଛି । ଆଜିକାଲି ଦୁନିଆରେ ଲୋକମାନଙ୍କର ଚିନ୍ତାଧାରା ଟିକେ ବଦଳିଗଲାଣି ସତ କିନ୍ତୁ ଝିଅ ମାନଙ୍କ ପ୍ରତି ରହିଥିବା ସେହି ଡର କମିନାହିଁ , ପୁଅମାନେ ତାଙ୍କ ଇଚ୍ଛାରେ ସବୁ କରିପାରିବେ କିନ୍ତୁ ଗୋଟେ ଝିଅ ନୁହେଁ | ଯେତେବେଳେ ପୁଅଟିର ବିବାହ ପରେ କିଛି ବର୍ଷ କିମ୍ବା କିଛି ମାସ ପରେ ତାହାର ସ୍ତ୍ରୀର ମୃତ୍ୟୁ ହୋଇଯାଏ ଯଦି ତାହାର ପିଲାଛୁଆ ମଧ୍ୟ ଥାଆନ୍ତି ସେହି ଜାଗାରେ ତାଙ୍କ ଘରପାଇଁ ସମାଜର ବହୁତ ଚିନ୍ତା ହୁଏ |

ସ୍ତ୍ରୀ ମରି-ଗଲା ପୁଆପିଲାଟା କେତେଦିନ ଏକୁଟିଆ ରହିବୁ ତେଣୁ ଦେଖା ଦେଖି କରି ହାତକୁ ଦି ହାତ କରିଦିଅନ୍ତି  ଆଉ ସେହି ସମାଜରେ ଯଦି ଗୋଟିଏ ଝିଅର ବିବାହ ପରେ କିଛି ବର୍ଷ କିମ୍ବା କିଛି ମାସ ପରେ ତାର ସ୍ୱାମୀର ମୃ-ତ୍ୟ ହୋଇଥାଏ ସେହି ଜାଗାରେ ସମାଜର ଲୋକମାନେ କହିଥାନ୍ତି ମା ରେ, ତୋ ଭାଗ୍ୟରେ ତ କେବଳ ଦୁଃଖ ହିଁ ଥିଲା ।

ଦୁଃଖୀ ଜୀବନଟା ତୋର , ଜୀବନସାରା ତତେ ଏମିତି ଏକୁଟିଆ କାଟିବାକୁ ପଡ଼ିବ , ମନରେ କୌଣସି ପ୍ରକାରର ପାପ ଚିନ୍ତା ଆଣିବୁନି | ଏ ପରିସ୍ଥିତିରେ କ’ଣ କୈାଣସି ଝିଅର ମନ ନାହିଁ କେବଳ ପୁଅର ହିଁ ହୋଇଥାଏ | ଝିଅକୁ ଏଠାରେ ପାପ ବୋଲି ମନିନେଇଥାନ୍ତି ସେଥିପାଇଁ ଏହି ସମାଜର ଚିନ୍ତା ଧାରା କୁ ପରିବର୍ତ୍ତନ କର ଏବଂ ଏବେ ଝିଅ ପୁଅ ଏକ ଅଲଗା ଅଲଗା ନୁହେଁ ଏବେ ପୁଅ ଯାହା କିଛି କରିପାରୁଛି ସେଠାରେ ଝିଅ ମଧ୍ୟ ସବୁ କିଛି କରିପାରୁଛି ତେବେ ଏହା ଥିଲା ଝିଅମାନଙ୍କର ସମାଜ ପ୍ରତି କିଛି ମିଶାଲ | ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *